Browsing category

ଜଣା ଅଜଣା

ନନ୍ଦନକାନନକୁ ଆସିବ ଓରାଙ୍ଗଉଟାନ!

ଭୁବନେଶ୍ୱର,୮।୯(ଏସଏସନିଉଜ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନକୁ ଆସିବାକୁ ଯାଉଛି।ଭାରତରେ ଦେଖାଯାଉଥିବା ଏହି ପ୍ରଜାତି ଗ୍ରାମାଞ୍ଚଳ ପରିବେଷିତ ଜଙ୍ଗଲ କୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସ୍ଥାନୀୟ ଲୋକ ଜଙ୍ଗଲରେ ବିଚରଣ କରୁଥିବା ବେଳେ ବଣମଣିଷ ଆକୃତିର ଏହି ପ୍ରଜାତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ଏହାପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ୫ଟି ଓରାଙ୍ଗଉଟାନ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା […]

ପ୍ରଥମ କରି ମା ହେଲା ମାୟା

ଭୁବନେଶ୍ୱର,୭।୯(ଏସଏସନିଉଜ) ନନ୍ଦନକାନନ ପାଇଁ ଆସିଛି ଏକ ଖୁସି ଖବର। ପ୍ରଥମ କରି ସିଂହୀ ମାୟାମା’ ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ।୧୧୨ ଦିନର ଗର୍ଭଧାରଣ ପରେ ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଗୋଟିଏ ଓ ସକାଳ ୫ଟା ୪୯ ରେ ଜୀବିତ ଅବସ୍ଥାରେ ଏକ ଶାବକକୁ ଜନ୍ମ ଦେଇଛି।ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ ହୋଇଥିଲା। ମିଳନ ପରେ ମାୟାକୁ ୨୯(ଏ) ଖୁଆଡ ପଛକଡେ […]

ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ଗୁରୁତର

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନର ୫୪ ନମ୍ବର ଖୁଆଡ ଏବେ ଡେଞ୍ଜର ଜୋନ୍ ପାଲଟିଛି। ଗତ ଗୁରୁବାର ୨ଟି ଜେଫ୍ରି ମାର୍ମୋସେଟ୍ ର ସନ୍ଦେହଜନକ ମୃତ୍ୟୁ ପରେ ଶନିବାର ପୁଣି ସେହି ବାନର ଦୁନିଆଁରେ ଗୋଟିଏ ମାଈ ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ଏହି ଜଣାପଡିବାପରେ ପଶୁଚିକିତ୍ସା ଦଳ ତୁରନ୍ତ ମାଈ ମାର୍ମୋସେଟ୍ କୁ ଆଣ୍ଟିବାୟୋଟିକ୍ ଦେବା ସହ ମଳର ନମୁନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ଏହାକୁ ନିରୀକ୍ଷଣ ପାଇଁ ହସ୍ପିଟାଲ୍ ରିସର୍ଚ୍ଚ ସେଣ୍ଟର […]

ରାଖୀ ବାନ୍ଧିଲେ ଓ ନିଶାମୁକ୍ତି ପାଇଁ ଶପଥପାଠ କଲେ

ଭୁବନେଶ୍ୱର,୨୮।୮(ଏସଏସନିଉଜ)ପବିତ୍ର ରାଖୀପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଭିନ୍ନସ୍ଥାନରେ ଆୟୋଜିତ ରାଖୀପର୍ବ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠନେତା ଗୋଲକମହାପାତ୍ର ଯୋଗଦେଇଛନ୍ତି। ନୀଳାଦ୍ରିବିହାରଠାରେ ଶ୍ରମିକଭାଇମାନଙ୍କ ସହ ରାଖୀପୂର୍ଣ୍ଣିମା ପାଳନ କରିବା ସହ ସେମାନଙ୍କୁ ରାଖୀ ବାନ୍ଧିଥିଲେ ଶ୍ରୀମହାପାତ୍ର।ଏହିଅବସରରେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା,ନିଶାର କୁପ୍ରଭାବ ସମ୍ପର୍କରେ ସଚେତନହେବା ଏବଂ ଏକ ସୁସ୍ଥ,ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନପାଇଁ ସମସ୍ତଙ୍କୁ ସାମୂହିକଭାବେ ଶପଥପାଠ କରାଇଥିଲେ। ସେହିପରି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀସ୍ଥିତ ‘ଆଶାକିରଣ ଫାଉଣ୍ଡେସନ’ର ପିଲାମାନଙ୍କ ସହ ରାଖୀ ପୂର୍ଣ୍ଣିମାର ଖୁସି ବାଣ୍ଟିଥିଲେ ଶ୍ରୀ […]

ନନ୍ଦନକାନନରେ ମାର୍ମୋସେଟର ମୃତ୍ୟୁ

ଭୁବନେଶ୍ୱର,୨୭|୮(ଏସଏସନିଉଜ)ବୁଧବାର ନବଜାତ ଗୟଳ ଛୁଆ ଜନ୍ମର ୪୮ ଘଣ୍ଟା ନ ପୁରୁଣୁ ମୃତ୍ୟୁ ହୋଇଥିବାବେଳେ ଗୁରୁବାର ପୁଣି ବାନର ଦୁନିଆଁରେଥିବା ବିଦେଶୀ ଜେଫ୍ରି ମାର୍ମୋସେଟ୍ ମାଙ୍କଡ ନିଜ ଘେରା ଭିତରେ ମରିପଡିଥିବାର ଜଣାପଡିଛି।ସାପ କାମୁଡାରେ ମାର୍ମୋସେଟ୍ ର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପକୃତ୍ କାରଣ ଜଣାପଡିବ।ତେବେ ଖୁଆଡକୁ କିପରି ସାପ ଆସିଲା ତାହାକୁ ନେଇ ଏବେ ବଡପ୍ରଶ୍ନବାଚୀ ସ୍ତ୍ମୃଷ୍ଟି କରିଛି।ଏହାସହ ଜନ୍ତୁବିଭାଗ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁନେଇ ମଧ୍ୟ ସନ୍ଦେହ ଦେଖାଦେଇଛି।ସୂଚନା ଯୋଗ୍ୟଯେ,୧୨ […]

ଚାଲିଗଲା ଗୟଳ ଶାବକର ଜୀବନ

ବାରଙ୍ଗ,୨୭।୮(ଏସଏସନିଉଜ) ସୋମବାର ବିଳମ୍ବିତ ରାତିରେ ଜନ୍ମ ହୋଇଥିବା ବିରଳ ଗୟଳ ଶାବକ ବୁଧବାର ସକାଳେ ଆଖବୁଜିଛି । ହେଲେ ଏହି ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ବନ୍ୟପ୍ରାଣୀ ମୃତ୍ୟୁର ରିପୋର୍ଟ ସାର୍ବଜନୀନ କରିବା ବାଧ୍ୟତାମୂଳକ। ହେଲେ ଏଠି ନୀରବତା ଅନେକ ପ୍ରଶ୍ନ ଛିଡା କରୁଛି। ସୂଚନାଯୋଗ୍ୟଯେ, ସୋମବାର ବିଳମ୍ବିତ ରାତିରେ ମା ଗୟଳ ଏକ ମାଇ ଶାବକଟିକୁ ଜନ୍ମ ଦେଇଥିଲା।ଜନ୍ମ ହେବା ପରଠାରୁ ହିଁ ଶାବକଟି ଅତ୍ୟନ୍ତ […]

KIMSକୁ ସୋକଜ୍ ନୋଟିସ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ)ଭୁବନେଶ୍ୱରସ୍ଥିତ KIMSହସ୍ପିଟାଲକୁ ସୋକଜ୍ ନୋଟିସ୍ ଜାରି ହୋଇଛି।ସୋକଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି।ଆୟୁଷ୍ମାନ ଭାରତPM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ ଆସିଛି।୫ଦିନମଧ୍ୟରେ ସୋକଜ୍‌ର ଜବାବଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ,ସ୍ପଷ୍ଟୀକରଣରେ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।ନିର୍ଦ୍ଦିଷ୍ଟ ସମୟରେ ଜବାବ ନମିଳିଲେ ନିୟମାନୁସାରେ ହେବ ପଦକ୍ଷେପ।ପ୍ରି-ଅଥରାଇଜେସନ୍‌ରେ ଅନିୟମିତତା,ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର,OPD ରୋଗୀଙ୍କୁ IPDଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ ହୋଇଛି।ରୋଗୀଙ୍କଠାରୁ ଅତିରିକ୍ତଟଙ୍କା ଆଦାୟଭଳି ଅଭିଯୋଗ ବି ରହିଛି।ICU ଆଡମିଶନ୍ ମାନଦଣ୍ଡ […]

୩/୪ ମାସରେ ଧାଡ଼ି ଦର୍ଶନ- ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଶ୍ରୀମନ୍ଦିରରେ ୩ରୁ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ।ଉଚ୍ଚସ୍ତରୀୟ ବୈଠକ ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।୫ ରାମ୍ପ୍‌ରେ ଏକା ସହିତ ଆନୁମାନିକ ୫୦ ଜଣ ଦର୍ଶନ କରି ପାରିବେ।ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ।ପାଇଲଟ ମଡେଲ ୮ରୁ ୧୦ ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨୪ତାରିଖ,ସୋମବାର,ଉକ୍ତଳେ ସର୍ବତ୍ର ଝୁଲଣଯାତ୍ରା, ସର୍ବବୈଷ୍ଣବ ସମ୍ମତ ବ୍ୟଞ୍ଜୁଳୀ ମହାଦ୍ୱାଦଶୀ, ଏକାଦଶ୍ୟୁପବାସ, ବିଷ୍ଣୁ ପବିତ୍ରାରୋପଣ,ଶରGଣ ଆରମ୍ଭ ।ବିବବିଧ-ରାତ୍ରି ଘ୩/୪୫ମି ପରେ ଶରଣ ପଞ୍ଚକାରମ୍ଭ,ତୃଣକାଷ୍ଠଚ୍ଛେଦନ ନିଷେଧ,ଋତୁ-ବର୍ଷାଋତୁର(ଦ୍ବିତୀୟ ମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/ ୩୨/୪୦🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୫/୪୦ଶ୍ରାବଣ ମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦ୍ବାଦଶୀ ଦ୬୦(ଅହୋରାତ୍ର)।ପ୍ରୀତିଯୋଗ ଦିବାଘ୮/୨୩ମି ପର୍ଯ୍ୟନ୍ତ ତଦନ୍ତେ ଆୟୁଷ୍ମାନଯୋଗ,କରଣ-ବବକରଣ ଅପରାହ୍ନ ଘ୫/୧୬ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ନିଶାନ୍ତ ଘ୫/୩୩ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ,ଅଗନ୍ତବ୍ୟତିଥି,ପାପସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୩/୪୫ମିପରେ ମେଷ,ବୃଷ, କର୍କଟ, କନ୍ୟା,ବିଛା,ଧନୁ,ମକର […]

ଆଜିର ରାଶିଫଳ

୨୦୨୬ ମସିହା,ଅଗଷ୍ଟମାସ,୨୧ତାରିଖ,ଶୁକ୍ରବାର,ଶ୍ରୀମନ୍ଦିରେ ବାଡ଼ିନୃସିଂହ ବିଜେ ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୧🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୮/୩,ଶ୍ରାବଣମାସ,ଶୁକ୍ଳପକ୍ଷ, ଭୃଗୁବାସ,ତିଥି-ନବମୀ ରାତ୍ରିଘ୧୧/୧୩ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ଦିବାଘ୧୨/୧୩ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର,ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ, ରାତ୍ରି ଘ୧୧/୧୩ମି ପରେ ଉତ୍ତରଦିଗରେ। ରିକ୍ତାତିଥି ଓ ବୈଧୃତିଯୋଗଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି-ବୃଷ, ମିଥୁନ,କର୍କଟ,କନ୍ୟା, ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଘାତଚନ୍ଦ୍ର-ଘାତଚନ୍ଦ୍ର ନାହିଁ,ଘାତବାର-ବିଛା,ଧନୁ ଓ ମୀନରାଶିର ଘାତବାର। ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୧୨/୧୩ମିପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ […]