Browsing category

ଦେଶ ବିଦେଶ

ଓଡ଼ିଶାରେ ଚାଲିବ ୩ନୂଆ ବନ୍ଦେ ଭାରତଟ୍ରେନ୍‌

ଭୁବନେଶ୍ୱର,୧୦/୯(ଏସଏସନିଉଜ)ଆସନ୍ତା ୧୫ରୁ ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ୍‌।ସାରା ଦେଶରେ ୧୦ଟି ମଧ୍ୟରୁ ଓଡ଼ିଶା ଦେଇ ୩ଟି ଯାତ୍ରା କରିବ।ଟାଟା-ବ୍ରହ୍ମପୁର, ରାଉରକେଲା-ହାୱଡ଼ା, ଦୁର୍ଗ-ବିଶାଖାପାଟଣା ମଧ୍ୟରେ ଚାଲିବ।ପ୍ରଧାନମନ୍ତ୍ରୀ ମୋଦି ୧୦ଟି ବନ୍ଦେ ଭାରତର ଟ୍ରେନ୍‌ର ଶୁଭାରମ୍ଭ କରିବେ।ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ଆସିଥିବାର ଜଣାପଡିଛି।ପୂର୍ବତଟ ମହାପ୍ରବନ୍ଧକ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପକ୍ଷରୁ କଲେ ନିମନ୍ତ୍ରଣ।

ଦିଲ୍ଲୀରେ ଫୁଟିବନି ବାଣ

ଭୁବନେଶ୍ୱର,୧୦ା୯(ଏସଏସନିଉଜ)ବାୟୁ ପ୍ରଦୂଷଣ ଓ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ସବୁଜବାଣ ଠାରୁ ଆରମ୍ଭ କରି ସମସ୍ତପ୍ରକାର ବାଣ ତିଆରି, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି। ଏଥର ଦୀପାବଳିରେ ବାଣଫୁଟାକୁ ବାରଣ କରାଯାଇଛି । ସବୁ ବର୍ଷ ଦୀପାବଳିରେ ବାଣ ବିସ୍ଫୋରଣ ଘଟୁଛି।ଏହାସହ ବାୟୁ ପ୍ରଦୂଷଣ ହେଉଥିବାରୁ ଏହିଭଳି କଟକଣା କରାଯାଇଥିବାର ଜଣାପଡିଛି ।

ଭଙ୍ଗାଯିବ ଦିଲ୍ଲୀରେ ଥିବା ଓଡ଼ିଶା ଭବନ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦିଲ୍ଲୀରେ ଥିବା ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡ଼ିଛିାବିଭିନ୍ନ ଯାଞ୍ଚ ରିପୋର୍ଟରେ ଅସୁରକ୍ଷିତ ଦର୍ଶାଯାଇଛିାବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଘୋଷଣା ପରେ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଛି ।

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ ଚିହ୍ନଟ ହୋଇଛି । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ ହୋଇଛି । ଏବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଲାବ ରିପୋର୍ଟ ପଜିଟିଭ ଆସିଛି ।

ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଲା ୟାଗି’

ଭୁବନେଶ୍ୱର,୯ା୯(ଏସଏସନିଉଜ)ବାତ୍ୟା ‘ୟାଗି’ ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଇଛି । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପରେ ଗ୍ରାସି ଚାଲିଛି ।ବଡବଡଗଛ ଉପୁଡିପଡିବାସହ ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଭାଙ୍ଗୁଛି ।ଏହାର ପ୍ରଭାବରେ କେତେ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସଠିକ୍‌ ଭାବେ ରିପୋର୍ଟ ପ୍ରକାଶ ପାଇନାହିଁ । ହେଲେ ବହୁ ଲୋକ ଆହତ ଓ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶ ସହ ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ […]

ଏଥର କଟକ ବାଲିଯାତ୍ରା ୮ ଦିନ ଚାଲିବ

କଟକ,୪ା୯(ଏସଏସନିଉଜ)ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ଏହି ଯାତ୍ରା ଚାଲିବ ।ଏଥିନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗଣମାଧ୍ୟମକୁ ବୁଧବାର ସୂଚନା ଦେଇଛନ୍ତିାସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ।

ଲୁହାପଥର ଖଣିରେ ସିବିଆଇ ରେଡ୍

  କୋଇଡ଼ା,୪/୮(ଏସଏସନିଉଜ) ବରସୁଆଁ ଲୁହା ପଥର ଖଣିରେ ସିବିଆଇର ଖୋଳତାଡ଼ ଆରମ୍ଭ ହୋଇଛି।ଲୁହା ପଥରର ମାନ ବଦଳାଇବାରୁ ରାଜସ୍ୱ କ୍ଷତି ପରେ ଚଢ଼ାଉ ସୂଚନା ମିଳିଛି।ପଚରାଉଚରା ପାଇଁ ସେଲ୍ ଅଧିକାରୀଙ୍କୁ ଡାକିଛି ସିବିଆଇ।ଲୁହାପଥର ମାନ ବଦଳାଇ ଷ୍ଟକ୍‌ରୁ ବିକ୍ରି କରାଯାଇଥିବା ଅଭିଯୋଗ ଆସିଛି। ଶହଶହ କୋଟି ରାଜସ୍ୱ କ୍ଷତି ଅଭିଯୋଗ ହୋଇଛି।ଉଚ୍ଚସ୍ତରୀୟ ତଦନ୍ତ ପାଇଁ CBIକୁ କେସ୍ ହସ୍ତାନ୍ତର କରିଥିଲା ଭିଜିଲାନ୍ସ।

ବର୍ଷା ବିତ୍ପାତ, ଆନ୍ଧ୍ର ଓ ତେଲଙ୍ଗାନାରେ ୧୯ ମୃତ

ଭୁବନେଶ୍ୱର,୨ା୯(ଏସଏସନିଉଜ)ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ ଦେଖାଦେଇଛି ।ଯାହାଫଳରେ ପ୍ରବଳ ବର୍ଷାରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ବେହାଲ ହୋଇଛି ।ଦୁଇ ଦିନ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହେବାସହ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ଯାତାୟାତରେ ବାଧକ ସାଜିଛି ।ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାଘାଟ, ରେଳ ଧାରଣା ଧୋଇ ହୋଇଯାଇଛି । ଯାହାଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଦୁଇ ରାଜ୍ୟରେ ପ୍ରାୟ ୧୪୦ଟି ଟ୍ରେନକୁ ବାତିଲ୍ କରାଯାଇଛି […]

ମନ୍ତ୍ରିଙ୍କ କାରକୁ ଫାଇନ

ଭୁବନେଶ୍ୱର,୨ା୯(ଏସଏସନିଉଜ)ସ୍ପିଡରେ ଗାଡି ଚଲାଇବା ମନ୍ତ୍ରୀଙ୍କ ପାଇଁ ପଡିଛି ମହଙ୍ଗା ଯାହାଫଳରେ ବିହାରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନଙ୍କୁ ପଡିଛି ଫାଇନ୍ । ଦ୍ରୁତ ଗତିରେ କାର ନେଇ ଯାଉଥିବାବେଳେ ଟୋଲ ପ୍ଲାଜାରେ ପରିବହନ ବିଭାଗପକ୍ଷରୁ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟଆଧାର ରେ ଚାଲଣ କଟାଯାଇଛି । କେନ୍ଦ୍ର ମନ୍ତ୍ରୀଙ୍କ କାରର ଫାଇନ୍ ହେବା ପରେ ଏବେ ଚର୍ଚ୍ଚାରେଯାରଧରିଛି । ଗାଡ଼ି ଅଧିକ ସ୍ପିଡରେ ଥିଲେ ତଥା ଏହାର କାଗଜପତ୍ର ଠିକ୍ ନ ଥିଲେ ଅଟୋମେଟିକ ଭାବେ […]

୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨ା୯(ଏସଏସନିଉଜ) ଆସନ୍ତା ୧୭ତାରିଖରେ ଓଡିଶାଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆସିବାନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ।୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ୟ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।