ଭୁବନେଶ୍ୱର,୨ା୯(ଏସଏସନିଉଜ)ସ୍ପିଡରେ ଗାଡି ଚଲାଇବା ମନ୍ତ୍ରୀଙ୍କ ପାଇଁ ପଡିଛି ମହଙ୍ଗା ଯାହାଫଳରେ ବିହାରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନଙ୍କୁ ପଡିଛି ଫାଇନ୍ । ଦ୍ରୁତ ଗତିରେ କାର ନେଇ ଯାଉଥିବାବେଳେ ଟୋଲ ପ୍ଲାଜାରେ ପରିବହନ ବିଭାଗପକ୍ଷରୁ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟଆଧାର ରେ ଚାଲଣ କଟାଯାଇଛି । କେନ୍ଦ୍ର ମନ୍ତ୍ରୀଙ୍କ କାରର ଫାଇନ୍ ହେବା ପରେ ଏବେ ଚର୍ଚ୍ଚାରେଯାରଧରିଛି । ଗାଡ଼ି ଅଧିକ ସ୍ପିଡରେ ଥିଲେ ତଥା ଏହାର କାଗଜପତ୍ର ଠିକ୍ ନ ଥିଲେ ଅଟୋମେଟିକ ଭାବେ ଗାଡ଼ି ମାଲିକଙ୍କ ନାଁରେ ଚାଲାଣ କଟିବା ନେଇ ୧୫ ଦିନ ପୂର୍ବେ ବିହାରରେ ଏହି ନୂଆ ନିୟମ ଲାଗୁ ହୋଇଛି ।