Browsing category

ଦେଶ ବିଦେଶ

ଜନ୍ତୁଅଦଳବଦଳରେ ନନ୍ଦନକାନନରୁ ଗଲେ ୮

ବାରଙ୍ଗ,୪ା୧୨(ଏସଏସନିଉଜ)କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ସମ୍ବଲପୁର ଚିଡ଼ିଆଖାନା ମଧ୍ୟରେ ପ୍ରଥମପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ୮ଟି କୃଷ୍ନସାରମୃଗ (୪ଟି ଅଣ୍ଡିରା,୪ଟି ମାଇ), ୮ଟି ନୀଳଗାଇ (୪ଟି ଅଣ୍ଡିରା,୪ଟି ମାଇ) ଏବଂ ୮ଟି ହଗ୍ ଡିଅର (୪ଟି ଅଣ୍ଡିରା,୪ଟି ମାଇ) ରହିଛନ୍ତି। ସେହିପରି ପ୍ରତିବଦଳରେ ସେଠାରୁ ୭ଟି ଚଉସିଂଘା (୨ଟି ଅଣ୍ଡିରା,୫ଟି ମାଇ), ୫ଟି ସମ୍ବର (୨ଟି ଅଣ୍ଡିରା,୩ଟି ମାଇ) ରହିଛନ୍ତି। ସୋମବାର ଏବଂ […]

ନନ୍ଦନକାନନରେ ବାରସିଂଘା ମୃତ୍ୟୁ

ବାରଙ୍ଗ,୨।୧୨(ଏସଏସନିଉଜ) ନନ୍ଦନକାନନରେ ପଡିଛି ଶନିଦଶା । ଗତ କିଛି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମୃତ୍ୟୁ ହୋଇଛି । ଆଉ କେତେକ ଅସୁସ୍ଥ ରହିଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ତ୍ତୁପକ୍ଷ ଙ୍କ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ଦିନ ଗାଡ଼ ଭାଲୁ ମୃତ୍ୟୁ ପରେ ଜଳହସ୍ଥି ମୃତ୍ୟୁ ପୁଣି ଶନିବାର ଦିନ ଆଖିବୁଜିଲା ଅଣ୍ଡିରା ବାରସିଂହା । ୩୯ ନମ୍ୱର ଏନକ୍ଲୋଜର ରେ ରହୁଥିବା ବାରାସିଂଙ୍ଘା ନିଜ ନିଜ […]

ଓଡ଼ିଶା ସ୍କୁଲକୁ ମାଗଣାରେ ୩୦ହଜାର ଫୁଟବଲଦେବ ଫିଫା-କେନ୍ଦ୍ରମନ୍ତ୍ରୀ

ବାରଙ୍ଗ , ୨ା୧୨(ଏସଏସନିଉଜ) ବାରଙ୍ଗବ୍ଲକ ମୁଣ୍ଡଳୀଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ପିଏମ ଶ୍ରୀ ସ୍କୁଲ ମିଳିତ ସହଯୋଗରେ ଆୟୋଜିତ ଏଫ୪ଏସ(ଫୁଟବଲ ଫର ସ୍କୁଲ) କାର‌୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏଆଇଏଫଏଫ ର ମଧ୍ୟସ୍ତତାରେ ଫିଫା ସହିତ ଭାରତ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଯେଉଁ ଚୁକ୍ତି ଅନୁସାରେ ଫିଫା […]

ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା

ବାରଙ୍ଗ,୩୦ା୧୧(ଏସଏସନିଉଜ)ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା ।ଯାହାର ନଗ୍ନ ଚିତ୍ର ପୁଣି ସାମ୍ନାକୁ ଆସିଛି । ଚଳିତ ମାସ ୨୮ ତାରିଖ ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଉଦ୍ଧାର ହୋଇ ଆସିଥିବା ଗାଡ଼ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ପୁଣି ଦୁଇ ଦିନ ପରେ ଅର୍ଥାତ୍ ଗୁରୁବାର ଦିନ ୨ଟା ସମୟରେ ଅସୁସ୍ଥ ଥିବା ଅଣ୍ଡିରା ଜଳହସ୍ତି ମୃତୁ ବରଣ କରିଛି । ସୂଚନା ଯୋଗ୍ୟ ଯେ , ପ୍ରାଣୀ ଉଦ୍ୟାନର ୬୨ ଏନକ୍ଲୋଜରରେ ରହୁଥିବା ଜଳହସ୍ତିଟି […]

ରାହୁଲଗାନ୍ଧିଙ୍କୁ ନୋଟିସ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ।୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିର୍ଦ୍ଦେଶ ରହିଛି।ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି।

ଜାନୁଆରି୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ଧନୁଯାତ୍ରା

ବରଗଡ଼,୨୨ା୧୧(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରି ୧୫ ତାରିଖରୁ ଆୟୋଜନ ହେବାକୁଯାଉଛି। ଏଥି ନିମନ୍ତେ ବୁଧବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ସରିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି ।ତେବେ କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ଏହାକୁନେଇ ପ୍ରବଳ ହଟଗୋଳ ଓ ଉତେଜନା ଦେଖାଦେଇଥିଲା ।

ନନ୍ଦନକାନନରେ ଚାଲିଲା ବୋଟିଂ

ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର‌୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା […]

ଶ୍ରୀମନ୍ଦିରରେ ଠେଲାପେଲା

ପୁରୀ,୧୦।୧୧(ଏସଏସନିଉଜ) ଶ୍ରୀମନ୍ଦିରରେ ଠେଲାପେଲାରେ ୩୦ ଆହତ ହୋଇଛନ୍ତି।ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ ହୋଇଥିବାର ଜଣାପଡିଛି।ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିଲା। ଆହତ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କଟାଯାଇଛି। କେତେକ ଅଣନିଶ୍ବାସୀ ହୋଇପଡିଥିବା ବେଳେ କେତେକଙ୍କ ଗୋଡ଼ରେ ଆହତ ହୋଇଥିବାର ଜଣାପଡିଛି।

ଦୀପାବଳୀରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୭ା୧୧(ଏସଏସନିଉଜ)ଏଥର ଦୀପାବଳୀରେ ଫୁଟିବନାହିଁ ବାଣ । ଢୋଢା ଶବ୍ଦ ଏଥର ଶୁଣିବାକୁ ମିଳିବନାହିଁ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ରାଜ୍ୟ ନେବ ବୋଲି କୁହାଯାଇଛି ।ଏହିଭଳିରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ […]

ପୂର୍ବତନବାଚସ୍ପତି ମହେଶ୍ବରମହାନ୍ତିଙ୍କ ପରଲୋକ

  ପୁରୀ,୭।୧୧(ଏସଏସନିଉଜ) ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭୋର ୩.୨୫ରେ ବିୟୋଗ ହୋଇଛି।୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ସେ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ବ କରି […]