Browsing category

ଦେଶ ବିଦେଶ

କେଜ୍ରିୱାଲଙ୍କ ପିଛାଛାଡ଼ୁନି ଇଡିଭୂତ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତୃତୀୟଥର ପାଇଁ କେଜ୍ରିୱାଲଙ୍କୁଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ସମନ୍ କରିଛି ।ଦୁଇଦୁଇଥର ହାଜିରା ନଦେବାପରେ ଜାନୁଆରୀ ୩ରେ ଇଡିକାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ ହୋଇଛି । ପ୍ରଥମେ ନଭେମ୍ବର ୨ ଓ ପରେ ଡିସେମ୍ବର ୨୧ରେ ହାଜର ହେବାକୁ ଦିଲ୍ଲୀମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ବହୁଚର୍ଚ୍ଚିତ ଦିଲ୍ଲୀ ମଦଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖନେତା ମନୀଷ ସିସୋଦିଆ ଏବଂ ସଞ୍ଜୟସିଂ ଗିରଫ ହୋଇ […]

ଏୟାରପୋର୍ଟରେ ବିରଳସାପ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟରୁ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି ।ବ୍ୟାଙ୍କ୍‌କରୁ ମୁମ୍ବାଇ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏହି ସାପକୁ ଉଦ୍ଧାର କରାଯାଇଛି ।ଯାତ୍ରୀ ଜଣଙ୍କ ବେଆଇନ୍ ଭାବରେ ବିସ୍କୁଟ୍ ଓ କେକ୍ ପେଟିରେ ସାପଗୁଡ଼ିକୁ ଆଣିଥିବାର ଯାଂଚବେଳେ ଜଣାପଡିଥିଲା ।

ନନ୍ଦନକାନନରେ ୱାଲାବି

ବାରଙ୍ଗ,୨୨ା୧୨(ଏସଏସନିଉଜ) ଆଉ ଦିନକେଇଟା ପରେ ନନ୍ଦନକାନନକୁ ୬୩ପୁରୀ ୬୪ଚାଲିବା ଡିସେମ୍ବର ୨୯ ତାରିଖରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି ନନ୍ଦନକାନନ ।ସବୁବର୍ଷ ପର‌୍ୟ୍ୟଟକଙ୍କୁ ନୁଆବର୍ଷର ଭେଟିଦେଉଥିବା ବେଳେ ନନ୍ଦନକାନନ ଚଳିତବର୍ଷ ପ୍ରତିଷ୍ଠା ଦିବସରରେ ପର‌୍ୟ୍ୟଟକଙ୍କୁ ନୁଆପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟିଦେବାକୁ ଯାଉଛି ।ଶୁକ୍ରବାରରାତିରେ ହଳେ ୱାଲାବି ଓ ହଳେ ଲିଭିଙ୍ଗଷ୍ଟୋନ ଟୁରାକୋ ନନ୍ଦନକାନନରେ ଆସି ପହଁଚିଛି । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାଠାରୁ ପ୍ରାୟ ୨୦ଲକ୍ଷଟଙ୍କା ରେ କ୍ରୟ କରାଯାଇ ୪ଅତିଥିଙ୍କୁ ନନ୍ଦନକାନନକୁ ଅଣାଯାଇଛି ।ୱାଲାବି […]

ପୁଣି କଡ଼ଲେଉଟିଲାଣି କରୋନା

ଭୁବନେଶ୍ୱର,୨୦।୧୨(ଏସଏସନିଉଜ)ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ‘କୋଭିଡ୍’ ସମୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ।ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।ଭିଡିଓ କନଫରେନ୍ସିଂ ଜରିଆରେ କରିବେ ସ୍ଥତିର ସମୀକ୍ଷା।ବୈଠକରେ ଯୋଗଦେବେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବ। କେରଳରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ସମୀକ୍ଷା ବୈଠକ ଆରମ୍ଭ ହେବାକୁ ଯାଉଛି।

ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ

ଭୁବନେଶ୍ୱର,୨୦।୧୨(ଏସଏସ ନିଉଜ)ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍‌କା।ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ ହୋଇଛନ୍ତି।କ୍ୟାପିଟାଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।ଅଯୋଗ୍ୟ ଘୋଷଣା କଲେ କୋଲୋରାଡୋ କୋର୍ଟ।ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନଧାରା ୩ ଅନୁସାରେ କୋର୍ଟଙ୍କ ରାୟ ହୋଇଛି।ତେବେ , ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିପାରିବେ ଟ୍ରମ୍ପ ।

ଓଡ଼ିଶା ଆସିବେ ମୋଦି !

ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ। ଡିସେମ୍ବର ଶେଷ ସୁଦ୍ଧା ମୋଦି ଓଡ଼ିଶା ଆସିବା ନେଇ ସୂଚନା ରହିଛି। ପଶ୍ଚିମଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି । ମୋଦିଙ୍କ ଗସ୍ତ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା ଦେଇଛନ୍ତି।

ବିସ୍ଫୋରଣରେ ୨ଯବାନ ଗୁରୁତର

  ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଆଇଡି଼ ବିସ୍ଫୋରଣରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।ଛତିଶଗଡ଼ ସୁକ୍‌ମାରେ ଆଇଡି ବିସ୍ଫୋରଣ ଘଟିଛି।ଫଳରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆର୍‌ପିଏଫ୍‌ ଓ କୋବ୍ରା ବାଟାଲିଅନକୁ ମାଓବାଦୀମାନେ ଟାର୍ଗେଟ୍‌ କରିଥିଲେ। ସାଲାଟଙ୍ଗ ନିକଟରେ ବିସ୍ଫୋରଣ ଘଟାଇଥିଲେ ମାଓବାଦୀ ।ଗୁରୁତର ୨ ଜଣ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ ହୋଇଛି।

ଅସ୍ତ୍ରବିରତି ପ୍ରସ୍ତାବ ଖାରଜ

ଭୁବନେଶ୍ୱର,୮।୧୨(ଏସଏସନିଉଜ)ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ହୋଇଥିବା ପ୍ରସ୍ତାବ ଖାରଜ ହୋଇଛି।ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଖାରଜ ହୋଇଛି। ଆମେରିକାର ଭିଟୋ ପ୍ରୟୋଗ ଯୋଗୁଁ ପ୍ରସ୍ତାବ ଖାରଜ।ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ପାଇଁ UAE ପ୍ରସ୍ତାବ ଦେଇଥିଲା।୧୩ ଦେଶର ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ।ଏକମାତ୍ର ଦେଶ ବ୍ରିଟେନ ଏହି ଭୋଟ ଦାନରୁ ବିରତି ରହିଥିଲା। ଇସ୍ରାଏଲକୁ ସମର୍ଥନ କରି ଆମେରିକା ଭିଟୋ ପ୍ରୟୋଗ କରିଥିଲା।ଯୁଦ୍ଧ ପାଇଁ ହମାସକୁ ଦାୟୀ କରି ଆମେରିକାର ଭିଟୋ ପ୍ରୟୋଗ।

ଛାଡ଼ୁନି ବିବାଦ

  ବାରଙ୍ଗ,୭।୧୨(ଏସଏସ ନିଉଜ) ନନ୍ଦନକାନନରେ ପିଛା ଛାଡୁନି ଅଘଟଣ । ଦିନକୁ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । କେତେବେଳେ ଜୀବଜନ୍ତୁ ଙ୍କ ଅସୁସ୍ଥ ତ ଆଉ କେତେବେଳେ ଅସୁସ୍ଥ ହୋଇ ମୃତ୍ୟୁ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ପୂର୍ବରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଭାଲୁ, ଜଲହସ୍ଥି , ବାରସିଙ୍ଗା,ଆନାକୋଣ୍ଡା ମୃତୁବରଣ କରିଥିବାବେଳେ ଗୁରୁବାର ୭୨ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଚଉଶିଙ୍ଗା ଅସୁସ୍ଥ […]

ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ଆରମ୍ଭ

ଭୁବନେଶ୍ୱର,୫ା୧୨(ଏସଏସନିଉଜ) ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଥିବା ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆନ୍ଧ୍ରପ୍ରଦେଶର ବାପାଟ୍ଲା ନିକଟରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ଘଣ୍ଟା ପର‌୍ୟ୍ୟନ୍ତ ଏହି ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବାସହ ଲ୍ୟାଣ୍ଡଫଲସ୍ଥାନରେ ପବନର ବେଗ ୯୦ରୁ ୧୧୦ କିମି ରହିଥିବାନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ଏହାର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଜାରିରହିଛି । ୪୮ ଘଣ୍ଟାରେ ୪୦୦ରୁ ୫୦୦ […]