ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ଆରମ୍ଭ

ଭୁବନେଶ୍ୱର,୫ା୧୨(ଏସଏସନିଉଜ) ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଥିବା ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆନ୍ଧ୍ରପ୍ରଦେଶର ବାପାଟ୍ଲା ନିକଟରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ଘଣ୍ଟା ପର‌୍ୟ୍ୟନ୍ତ ଏହି ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବାସହ ଲ୍ୟାଣ୍ଡଫଲସ୍ଥାନରେ ପବନର ବେଗ ୯୦ରୁ ୧୧୦ କିମି ରହିଥିବାନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ଏହାର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଜାରିରହିଛି । ୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବାବେଳେ ୩୦ଟି ବିମାନ ଓ ଶହେରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି ।ଅନ୍ୟପଟେ ୫ଜଣଙ୍କର ମୃତ୍ୟୁହୋଇଥିବାର ସୁଚନା ମିଳିଛି ।ତେବେ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ଥ ଲୋକମାନଙ୍କୁ ଉଦ୍ଧାର ଓ ସାହାର୍ଯ୍ୟ କରିବାପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଯାଇଛି ।ବାତ୍ୟା ପାଇଁ ଆଲର୍ଟ ଆନ୍ଧ୍ର ସରକାର ବାତ୍ୟାର ମୁକାବିଲା କରିବାପାଇଁ ସର୍ତକତା ଅବଲମ୍ବନ କରିଛନ୍ତି ।ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ବ୍ୟାପକ କ୍ଷତି ଆଶଙ୍କା ରହିଥିବାବେଳେ ଏହି ଜିଲ୍ଲାଗୁଡିକୁ ଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି ।ସେଗୁଡିକହେଲା ତିରୁପତି , ନେଲୋର , ପ୍ରକାଶମ , ବାପତାଲା , କ୍ରୀଷ୍ଣା , ୱେଷ୍ଟ ଗୋଦାବରୀ , କୋନାସୀମା ଓ କାକିନାଡ଼ା ।

Comments (0)
Add Comment