ଜନ୍ତୁଅଦଳବଦଳରେ ନନ୍ଦନକାନନରୁ ଗଲେ ୮

ବାରଙ୍ଗ,୪ା୧୨(ଏସଏସନିଉଜ)କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ସମ୍ବଲପୁର ଚିଡ଼ିଆଖାନା ମଧ୍ୟରେ ପ୍ରଥମପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ୮ଟି କୃଷ୍ନସାରମୃଗ (୪ଟି ଅଣ୍ଡିରା,୪ଟି ମାଇ), ୮ଟି ନୀଳଗାଇ (୪ଟି ଅଣ୍ଡିରା,୪ଟି ମାଇ) ଏବଂ ୮ଟି ହଗ୍ ଡିଅର (୪ଟି ଅଣ୍ଡିରା,୪ଟି ମାଇ) ରହିଛନ୍ତି। ସେହିପରି ପ୍ରତିବଦଳରେ ସେଠାରୁ ୭ଟି ଚଉସିଂଘା (୨ଟି ଅଣ୍ଡିରା,୫ଟି ମାଇ), ୫ଟି ସମ୍ବର (୨ଟି ଅଣ୍ଡିରା,୩ଟି ମାଇ) ରହିଛନ୍ତି। ସୋମବାର ଏବଂ ମଙ୍ଗଳବାର ଦୁଇ ଦିନରେ ଏହି ଅଦଳବଦଳ ପ୍ରକ୍ରିୟା ହେବ। ପ୍ରଥମପର୍ଯ୍ୟାୟରେ  ସମ୍ବଲପୁର ପ୍ରାଣୀଉଦ୍ୟାନକୁ କଳା ହରିଣ ହସ୍ତାନ୍ତର କରାଯାଇଛି। ଏହାର ପ୍ରତିବଦଳରେ ଚଉସିଂଘାକୁ ସମ୍ବଲପୁରରୁ ନନ୍ଦନକାନନକୁ ଅଣାଯିବ। ଭବିଷ୍ୟତରେ ସମ୍ବର ବଦଳରେ ନିଳଗାଇ ଏବଂ ହଗ୍ ଡିଅରକୁ ସମ୍ବଲପୁରକୁ ପଠାଯିବ। ଚଉସିଂଘାଙ୍କ ସମ୍ଭାବ୍ୟ ବନ୍ଦୀ ପ୍ରଜନନକୁ ବଢ଼ାଇବା ଏବଂ ନନ୍ଦନକାନନର ସାମ୍ବରକୁ ନୂତନ ରକ୍ତ ରେଖା ଯୋଗାଇବା ପାଇଁ ଏହି ବିନିମୟ ସହାୟକ ହେବ।(ଗୈାତମରାଉତଙ୍କରିପୋର୍ଟ)

 

Comments (0)
Add Comment