Browsing category

ଦେଶ ବିଦେଶ

ଭୀଷଣବାତ୍ୟାରେ ପରିଣତହେଲା ବିପର୍ଯ୍ୟୟ’

ଭୁବନେଶ୍ୱର,୯ା୬(ଏସଏସନିଉଜ) ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ବାତ୍ୟାବିପର୍ଯ୍ୟୟ’ । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟାର ଘଣ୍ଟାପ୍ରତି ୫କି.ମି. ବେଗରେ ଉତ୍ତର ଆଡକୁ ଅଗ୍ରସର ହେଉଛି। ଆଗାମୀ ୪୮ଘଣ୍ଟା ଭିତରେ ଏହା ଆହୁରି ତୀବ୍ର ହୋଇ ପରବର୍ତ୍ତୀ ୩ ଦିନରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ୧୨ତାରିଖ ସୁଦ୍ଧା ଆରବସାଗରରେ ବଳଗୋଟାଇ ଭୀଷଣ ବାତ୍ୟାରେ ପରିଣତ ହେବ। ଏହାର […]

ଦୁର୍ଗନ୍ଧକୁ ନେଇ ହଟିଲା ଦ୍ବନ୍ଦ୍ବ

ଭୁବନେଶ୍ୱର,୯ା୬(ଏସଏସନିଉଜ)ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧକୁନେଇ ଉପୁଜୁଥିବା ଦ୍ୱନ୍ଦଜଣାପଡିଛି । ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ସ୍ଥାନୀୟଲୋକାପ୍ରଶାସନର ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗିରୁ ଅଣ୍ଡା କଢା଼ଯାଇଛିା ଟ୍ରେନ୍ ବଗିରୁ ପାଖାପାଖି ୩ଟନ ପଚାସଢା ଅଣ୍ଡା ବାହାର କରାଯାଇଛି ।

ମନ୍ତ୍ରୀମଣ୍ଡଳରୁ ବାଦପଡିଲେ ରୋହିତପୂଜାରୀ

ଭୁବନେଶ୍ୱର,୯।୬(ଏସଏସନିଉଜ)ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।ଏହି ବିଭାଗକୁ ଅତିରିକ୍ତ ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଦିଆଯାଇଛି।ଉଚ୍ଚ ଶିକ୍ଷା ବିଭାଗର ଖରାପ ପଦର୍ଶନ ଲାଗି ନବୀନ ଅସନ୍ତୁଷ୍ଟ ଥିବାର ଜଣାପଡିଛି ।ସେଥିଲାଗି ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ନବୀନ।୨୦୨୨ରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ରୋହିତ।

ଭଙ୍ଗାଗଲା ବାହାନଗା ହାଇସ୍କୁଲଘର

ବାଲେଶ୍ବର,୯ା୬(ଏସଏସନିଉଜ) ଟ୍ରେନ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲ ଘର ଭଙ୍ଗାଯାଉଛି। ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ତହସିଲଦାର ଓ ପୁଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲଘର। ଶବ ରହୁଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଡରୁଥିଲେ । ଭୟ ଦୂରକରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ପ୍ରସାସନ ।ପୁର୍ବରୁ ଏବିଷୟରେ ଜିଲ୍ଲାପାଳ ଓ ଅଭିଭାବକଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ଏନଡିଆରଏଫକୁ ଫେରିଲେ ଯବାନ

ବାରଙ୍ଗ, ୭।୬(ଏସଏସନିଉଜ) ବାଲେଶ୍ଵର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର କଳାରାତିର କଳାକାହାଣି ବଖାଣିଛନ୍ତି ମୁଣ୍ଡଳି ୩ୟ ବାଟାଲିୟନ ସେକେଣ୍ଡ ଇଂ କମାଣ୍ଡ ଅରୁଣ ଦେବଗାଁଓ । ଉଧାର କାର୍ଯ୍ୟ ସାରି ବୁଧବାର ଦିନ ମୁଣ୍ଡଳି ଏନଡିଆରଏଫକୁ ଫେରିଛନ୍ତି ଯବାନ।ଫେରିବା ପରେ ସେଠାକାର କରୁଣ ଦୃଶ୍ୟକୁ ବଖାଣିଛନ୍ତି।ଜୁନ ୨ ତାରିଖ ଶୁକ୍ରବାର ରାତିରେ କରମଣ୍ଡଳ ଦୁର୍ଘଟଣାର ସେହି କଳା ରାତି ଥିଲା ପୁରା ଭୟଙ୍କର ଆଉ ଓଡ଼ିଶାର ସବୁଠୁ ବଡ଼ ଦୁର୍ଘଟଣା ଥିଲା । ଚାରିଆଡ଼େ ପଡିଥିଲା ରେଳଗାଡ଼ିର […]

ପରଲୋକରେ ଶକୁନି ମାମା

ଭୁବନେଶ୍ୱର,୫।୬(ଏସଏସନିଉଜ)ଦୀର୍ଘଦିନର ଅସୁସ୍ଥତା ପରେ ଆଖିବୁଜିଲେ ଅଭିନେତା ମହାଭାରତର ଶକୁନିମାମା। ବି. ଆର୍‌. ଚୋପ୍ରାଙ୍କ ଟେଲିଭିଜନ୍‌ ଧାରାବାହିକ ମହାଭାରତରେ ଶକୁନିମାମୁ ଚରିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିବା ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ଙ୍କର ଆଜି ଦେହାନ୍ତ ହୋଇଥିବାର ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟସମସ୍ୟା ଯୋଗୁଁ ୭୯ ବର୍ଷୀୟ ଏହି ଅଭିନେତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି।

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୫।୬(ଏସଏସନିଉଜ)ଆରବସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।ଯାହା ଫଳରେ ମୌସୁମୀ ବିଳମ୍ବ ହୋଇପାରେ।ଘୂର୍ଣ୍ଣିବଳୟ ଯୋଗୁଁ ମେଘଖଣ୍ଡ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଗଠିତ ହୋଇଛି। ଫଳସ୍ୱରୂପ, କେରଳ ଉପକୂଳ ରେ ବାଦଲ ଆଚ୍ଛାଦନ କମିଛି।ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ।ଲଘୁଚାପ ମୌସୁମୀର କେରଳ ଆଡ଼କୁ ଅଗ୍ରସରକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ।

ଟ୍ରେନ ପରେ ବସ ଦୁର୍ଘଟଣା

ଭୁବନେଶ୍ୱର,୩ା୬(ଏସଏସନିଉଜ) ବାହାନଗା ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କିଛିଯାତ୍ରୀ ବାଲେଶ୍ୱରରୁ ପଶ୍ଚିମବଙ୍ଗ ବସ ଯୋଗେ ଫେରୁଥିବାବେଳେବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ମେଦିନୀପୁରରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସ୍‌ର ଧକ୍କା ହୋଇଥିବା ଜଣାପଡ଼ିଛି ।ବସ୍ ଦୁର୍ଘଟଣା ପରେ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।ତେବେ ବାହାନଗା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀ ବସ୍‌ରେ ଯାଉଥିବା ବେଳେ ଏହି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛିା

ବାଲେଶ୍ୱର ମେଡିକାଲରେ ମୋଦୀ

ଭୁବନେଶ୍ୱର,୩।୬(ଏସଏସନିଉଜ)ବାଲେଶ୍ୱର ମେଡିକାଲ ରେ ମୋଦୀ ପହଂଚି ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି lଏହାସହ ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି।ଏହାପରେ ବାହାନଗା ରେଳଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି।ସେ କହିଛନ୍ତି ଦୋଷୀଙ୍କୁ ଆଦୌ ଛଡ଼ା ଯିବନି।

ଆଜି ଓଡ଼ିଶାଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩।୬(ଏସଏସ ନିଉଜ)ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି lପ୍ରଥମେ ବାଲେଶ୍ବର ରେଳ ଦୁର୍ଘଟଣାସ୍ଥଳକୁ ଯିବେ।ପରେ SCB ମେଡିକାଲରେ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ lଦିନ ୧୨ ଟାରେ ଦିଲ୍ଲୀରୁ ବାହାରିବେ ।ଭୁବନେଶ୍ୱର ବିମାନବନ୍ଦରରେ ୨.୩୦ରେ ପହଞ୍ଚିବେ ।ହେଲିକପ୍ଟରରେ ସିଧାସଳଖ ଘଟଣାସ୍ଥଳକୁ ଯିବେ। ପୁଣି ଭୁବନେଶ୍ୱର ଫେରି ତାପରେ କଟକ ଯିବାର ପ୍ରାରମ୍ଭିକ ସୂଚନା ମିଳିଛି ।