Browsing category

ଦେଶ ବିଦେଶ

କାନ୍ଦବୋବାଳିରେ ଫାଟିପଡ଼ୁଛି ପୂରାଅଞ୍ଚଳ

ଭୁବନେଶ୍ୱର,୩।୬(ଏସଏସନିଉଜ)ବାଲେଶ୍ୱର ବାହାନଗା ରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଯୁଆଡ଼େ ଦେଖିଲେ ମୃତଦେହ ନଜରକୁ ଆସୁଛି ।କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ ।ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କିଏ ପୂରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ଓ କିଏ ନିଜ ପିଲାଙ୍କୁ ହରାଇ କାନ୍ଦୁଛି।ଏବେ ବି ବଗି ତଳେ ଚାପି ହୋଇ ରହିଥିବା ସନ୍ଦେହ କରି ପରିବାର ଲୋକଙ୍କୁ ଖୋଜୁଛନ୍ତି । ଲୋକଙ୍କର ପତ୍ତା ମିଳୁନି କିନ୍ତୁ, ଟ୍ରେନ ଟିକେଟ ଲୋକଙ୍କ […]

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧।୬(ଏସଏସନିଉଜ)ଚାରିଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନେପାଳୀ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜ ଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ନରାଜ ଓ ମୁଣ୍ଡଳୀ ବ୍ୟାରେଜ ବୁଲି ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ

ବାରଙ୍ଗ,୨୬।୫(ଏସଏସନିଉଜ)ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକ ର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌରଙ୍କୁ ନେଇ ଗଠିତ ୩ଜଣିଆ ଟିମ୍ ଶୁକ୍ରବାର ଦିନ ନରାଜ ଓ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଛନ୍ତି।ଏହି ଟିମ ନାରାଜ ବ୍ୟାରେଜ ସହ ମୁଣ୍ଡଳୀ ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନ କରି ଫେରିଛନ୍ତି । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ ଓଡ଼ିଶା କେତେ ପ୍ରଭାବିତ ହୋଇଛି […]

ଜୁନ୍‌ରେ ମେଟ୍ରୋଟ୍ରେନ୍ ର ଶିଳାନ୍ୟାସ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୁନ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ପ୍ରେସ୍‌ମିଟ୍‌ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ସୂଚନା ଦେଇଛନ୍ତି। ଭୁବନେଶ୍ୱର-କଟକ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ଥିବା ବେଳେ ସର୍ଭେ ସରିଛି ବୋଲି କହିଛନ୍ତି ସଚିବ।କେଉଁ ରୁଟରେ ମେଟ୍ରୋ ଯିବ ତାହା ମଧ୍ୟ ଚିହ୍ନଟ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକକୁ ଚାଲିବ।ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ପାଇଁ ଯୋଜନା କରାଯିବ ବୋଲି […]

ଦେଶରେ ଜାରିହେବ ୭୫ଟଙ୍କା କଏନ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ ୭୫ଟଙ୍କା କଏନ।ଆସନ୍ତା ମେ ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବାକୁ ଯାଉଛି।୭୫ଟଙ୍କା କଏନ୍‌ର ଗୋଟିଏ ପଟେ ସଂସଦଭବନ ସହ ସଂସଦ ସଙ୍କୁଳ ଲେଖାଥିବ ଓ ଅନ୍ୟପଟରେ ଅଶୋକସ୍ତମ୍ଭ ସହ ସତ୍ୟମେବ ଜୟତେ ଥିବ ।

ନୂଆମନ୍ତ୍ରୀ ହେବେ ବିକ୍ରମ,ସୁଦାମ ଓ ସାରଦା

ଭୁବନେଶ୍ୱର,୨୦ା୫(ଏସଏସନିଉଜ) ସୋମବାର ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ।ସେମାନେ ହେଲେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ ।ଏହିତିନିଜଣ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।ଏମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ବିଭାଗର ଦାୟିତ୍ୱ ମିଳିପାରେ । ବିଶ୍ବସ୍ତ ସୂତ୍ରରୁ ସୂଚନା ଆଧାରରେ ଏହି ତିନିବିଧାୟକଙ୍କ ପାଖକୁ ଆଜି ସନ୍ଧ୍ୟାରେ ଫୋନ୍ କଲ ଯାଇଥିବାର ଜଣାପଡିଛି । ରାଜ୍ୟପାଳ ପ୍ରଫେସର […]

ବାଏବାଏ ଦୁଇହଜାର ନୋଟ !

ଭୁବନେଶ୍ୱର,୧୯ା୫(ଏସଏସନିଉଜ) ନେଣଦେଣରୁ ବିଦାୟନେବାକୁ ଯାଉଛି ୨ହଜାରଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ନୋଟ୍। ୨ହଜାର ଟଙ୍କିଆନୋଟ୍ ନେଇ ରିଜର୍ଭବ୍ୟାଙ୍କର ବଡ଼ ନିଷ୍ପତ୍ତି ନେଇଛି । ଥରକେ ସର୍ବାଧିକ ୨୦ହଜାରଟଙ୍କା ପର୍ଯ୍ୟନ୍ତ  ବଦଳାଇ ହେବ। ଆଉ ୨ହଜାରଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।ମେ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ। ୨୦୧୬ନଭେମ୍ବରରେ ୨ ହଜାର […]

ଏମିତି ଦିଶିବ କଟକ ଓ ପୁରୀ ରେଳଷ୍ଟେସନ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଏହା ହେଉଛି କଟକ ଓ ପୁରୀ ରେଳଷ୍ଟେସନର ଦୃଶ୍ୟ ।ନୁଆରୁପରେ ଶୋଭାପାଇବାକୁ ଯାଉଛି ଉଭୟ ରେଳଷ୍ଟେସନାଆସନ୍ତାକାଲି କଟକ ଓ ପୁରୀ ରେଳଷ୍ଟେସନ ନବୀକରଣ କାର‌୍ୟ୍ୟର ଶିଳାନ୍ୟାସ ହେବାକୁ ଯାଉଛି । ଉଭୟ ରେଳଷ୍ଟେସନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଯୋଗେ ଉଭୟ ଷ୍ଟେସନ କାର‌୍ୟ୍ୟର ଶିଳାନ୍ୟାସ କରିବେ ।

ଆମେରିକା ଯିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଷ୍ଟ୍ରପତି ଜୋ. ବାଇଡେନଙ୍କ ଆମନ୍ତ୍ରଣ କ୍ରମେ ଆମେରିକା ଯିବେ ପ୍ରଧାନମନ୍ତ୍ରୀାହ୍ୱାଇଟ୍ ହାଉସରେ ବାଇଡେନଙ୍କ ସହ ରାତ୍ରଭୋଜନ କାର‌୍ୟ୍ୟକ୍ରମ ରହିଥିବାର ଜଣାପଡିଛି ।

ଜଟଣୀରେ ହେବ କ୍ୟାନ୍ସରହସ୍ପିଟାଲ

ଜଟଣୀ,୧୧।୫(ଏସଏସନିଉଜ)ଜଟଣୀରେ ହେବାକୁ ଯାଉଛି କ୍ୟାନ୍ସର ହସ୍ପିଟାଲ।ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜଟଣୀରେ କ୍ୟାନ୍ସର ହସ୍ପିଟାଲ ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ ଏହା କାର୍ଯ୍ୟ କରିବ। ୨୦୦ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ୬୫୦କୋଟିଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଯାଉଛି।