Browsing category

ଦେଶ ବିଦେଶ

ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ

ଭୁବନେଶ୍ୱର,୩।୫(ଏସଏସନିଉଜ)ଇଚ୍ଛାପୁରମରେ ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ ।ବ୍ରିଜ ମଝିରେ ଲଟକି ରହିଛି ମାଲ ବୋଝଇ ଟ୍ରକ।ଭୁଶୁଡ଼ିପଡିଛି ଗଞ୍ଜାମ ଓ ଆନ୍ଧ୍ରକୁ ଯୋଗ କରୁଥିବା ବ୍ରିଜ ।ଭୁଶୁଡ଼ି ଥିବା ବ୍ରିଜଟି ୧୯୨୬ ମସିହା ବ୍ରିଟିଶ ଅମଳର ହୋଇଥିବା ବେଳେ ଇଚ୍ଛାପୁରମ ଓ ପାତ୍ରପୁରକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୩।୫(ଏସଏସ ନିଉଜ)କାଲି ଓଡ଼ିଶାଆସୁଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ରାଇରଙ୍ଗପୁର ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟର କାର୍ଯ୍ୟସୂଚୀ ଆସି ପହଂଚିଛି। ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ।ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ।୪ଟା୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ।

ଭୁବନେଶ୍ବରରୁ ସିଧା ଦୁବାଇ

ଭୁବନେଶ୍ୱର,୩।୫(ଏସଏସ ନିଉଜ)ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।ତାଙ୍କ ସୂଚନା ମୁତାବକ ମେ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ ହେବ।ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ ବୋଲି କହିଛନ୍ତି।

ଇସ୍ତଫା ଦେଲେ ଶରଦ ପାୱାର !

ଭୁବନେଶ୍ୱର,୨ା୫(ଏସଏସନିଉଜ)ମହାରାଷ୍ଟ୍ରର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶରଦପାୱାର ନିଜଦଳ ରାଷ୍ଟ୍ରବାଦୀ କଂଗ୍ରେସପାର୍ଟି (ଏନସିପି)ର ସଭାପତିପଦରୁ ଇସ୍ତଫା ଘୋଷଣା କରିଛନ୍ତି। ହଠାତ୍ ପାୱାରଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ରସମେତ ସମଗ୍ରଦେଶରେ ଚର୍ଚ୍ଚାରବିଷୟ ପାଲଟିଛି। ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ପରିଚିତ ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କିଏ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ଵ ନେବ ସେନେଇ କୌଣସି ସୂଚନା ମିଳିନାହିଁ।ଦେଶର ଅନ୍ୟତମ ବିରୋଧୀ ନେତା ଶରଦ ପାୱାର କଂଗ୍ରେସ ଠାରୁ ଅଲଗା ହୋଇ ନିଜର […]

ପଞ୍ଜାବରେ ଗ୍ୟାସ୍ ଲିକ୍

ଭୁବନେଶ୍ୱର,୩୦ା୪(ଏସଏସନିଉଜ)ପଞ୍ଜାବରେ ଗ୍ୟାସ୍ ଲିକ୍ ହେବାରୁ ୧୧ଜଣଙ୍କର ମୃତ୍ୟୁ ଘଟିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଶରୀରରଙ୍ଗ ନୀଳ ପଡିଯାଉଛି । କେଉଁ ପ୍ରକାର ଗ୍ୟାସ୍ ଲିକ୍ ଯୋଗୁଁ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରଭାବିତ ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।ଅନ୍ୟପଟେ ଉଦ୍ଧାର କାର‌୍ୟ୍ୟରେ ଏନଡିଆରଏଫ ସାମିଲ ହୋଇଥିବାବେଳେ ଘଟଣାସ୍ଥଳରେ ଡାକ୍ତରିଟିମ ପହଁଚିଥିବାର ଜଣାପଡିଛି ।

ଆଜି ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲରନ୍

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)ଆଜି ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍। ହାଓଡା ଓ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍‌। ହାଓଡ଼ାରୁ ସକାଳ ୬ଟା ୧୦ରୁ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ। ପୁଣି ପୁରୀରୁ ଦିନ ୧ଟା ୫୦ରେ ଛାଡ଼ି ହାଓଡାରେ ୮.୩୦ରେ ପହଞ୍ଚିବ ।ଖଡ଼ଗପୁର , ଭଦ୍ରକ , ଯାଜପୁର , କଟକରେ ୨ ମିନିଟ ଲେଖାଏ ରହିବ। କଟକ ପରେ ଭୁବନେଶ୍ୱର , ଖୋର୍ଦ୍ଧାରେ […]

ସହିଦଙ୍କୁ ସମ୍ମାନ ଜଣାଇ ୭କିମି ଶୋଭାଯାତ୍ରା

ସାକ୍ଷୀଗୋପାଳ,୨୩ା୪(ଏସଏସନିଉଜ)ଅମର ରହେ ଅମର ରହେ.. ସହିଦ ଦେବାଶିଷ ଅମର ରହେ।ଏହି ନାରାବାଜିରେ ହଜାରହଜାର ଜନତା ସହିଦ ସୈନିକ ଦେବାଶିଷବିଶ୍ବାଳଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ପାଛୋଟି ନେଇଥିଲେ । ଏହାପରେ ‘ଗାର୍ଡ ଅଫ୍ ଅନର୍‌’ ସହିତ ରତ୍ନଚିରା ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଛନ୍ତି ଲାନ୍ସନାୟକ ଦେବାଶିଷ ବିଶ୍ବାଳ (ସାହିତ୍ୟ)। ଶନିବାରଦିନ ବିମାନଯୋଗେ ତାଙ୍କ ପାର୍ଥିବଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ।ସେଠାରୁ ସହିଦଙ୍କ ଗାଁ’ ସତ୍ୟବାଦୀ ଅଳଗୁମସ୍ଥିତ ଖଣ୍ଡାୟତସାହିକୁ ମରଶରୀର ନିଆଯାଇଥିଲା। […]

ଆଜି ରଥ ନିର୍ମାଣ ଅନୁକୂଳ

ପୁରୀ,୨୩ା୪(ଏସଏସନିଉଜ)ପରମ୍ପରାଅନୁଯାୟୀ ପବିତ୍ର ଅକ୍ଷୟତୃତୀୟା‌ରେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନକାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି। ତିନିରଥ ପାଇଁ ତିନି କାଠ ଶ୍ରୀମନ୍ଦିରକାର୍ଯ୍ୟାଳୟ ରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି। ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ […]

ଘର ଛାଡ଼ିଲେରାହୁଲ

କଟକ ,୨୨ା୪(ଏସଏସନିଉଜ) ଦିଲ୍ଲୀର୧୨, ତୋଗଲକରୋଡ଼ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିଛନ୍ତି କଂଗ୍ରେସନେତା ରାହୁଲଗାନ୍ଧି। ଲୋକସଭାସାଂସଦ ପଦରୁ ସେ ଅଯୋଗ୍ୟ ଘୋଷିତହେବାପରେ ସରକାରୀଘର ଛାଡ଼ିଦେଇଛନ୍ତି। ଆଜି ସେ ସରକାରୀଇଷ୍ଟେଟ୍ ଅଫିସରଙ୍କୁ ତାଙ୍କଘରର ଚାବି ପ୍ରଦାନକରି ମାଆଙ୍କସହ ଅନ୍ୟଘରକୁ ଚାଲିଯାଇଛନ୍ତି।  

ସିବିଆଇ ଅଫିସ୍‌ରେ କେଜରିୱାଲ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ସିବିଆଇ ଅଫିସ୍‌ରେ ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ। ଦିଲ୍ଲୀ ମଦଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲ ହାଜର ହୋଇଛନ୍ତି। ସିବିଆଇର ସମନପରେ ହାଜର ହୋଇଛନ୍ତି କେଜରିୱାଲ ।ମୁଁ କିଛି ଭୁଲ୍ କରିନାହିଁ ତ ଲୁଚେଇବି କଣପାଇଁ ବୋଲି କହିଛନ୍ତି । ଉଈଓ ଯାହା ବି ପଚାରିବେ ସଚ୍ଚୋଟ୍ ଭାବେ ଉତ୍ତର ଦେବି ବୋଲି କହିଛନ୍ତି ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା