ଉଦଘାଟନ ପୂର୍ବରୁ ଦୁଇ ଭାଗ ହେଲା ବ୍ରିଜ
ଭୁବନେଶ୍ୱର,୧୯/୧୨(ଏସଏସନିଉଜ)ଉଦଘାଟନପୁର୍ବରୁ ୧୩କୋଟି ଟଙ୍କାରେ ତିଆରି ହୋଇଥିବା ବ୍ରିଜ୍ ଦୁଇଖଣ୍ଡ ହୋଇଗଲା ।ଏହାହେଉଛି ବିହାରର ବେଗୁସରାଇ ଜିଲ୍ଲା ବୁରହି ଗଣ୍ଡକନଦୀ ଉପରେ ତିଆରି ହୋଇଥିବାବ୍ରିଜ । ୫ବର୍ଷତଳେ ୧୩କୋଟି ଟଙ୍କା ବ୍ୟୟବରାଦରେ ଏହାକୁ ତିଆରି କରାଯାଇ ଥିଲା ।କିନ୍ତୁ ଉଦ୍ଘାଟନ ହୋଇନଥିଲା । ୩ ଦିନ ତଳେ ୨୦୬ ମିଟର ଲମ୍ବ ବ୍ରିଜ୍ରେ ଫାଟ ଦେଖାଯିବାରୁ ଅସ୍ଥାୟୀଭାବେ ଏହାର ବ୍ୟବହାର ଉପରେ ରୋକ ଲଗାଇ ଦିଆଯାଇଥିଲା।ଘଟଣା ଘଟିବାବେଳେ ବ୍ରିଜ୍ ଉପରେ କୌଣସି ଲୋକ ନଥିବାରୁ କେହି ମୃତାହତ ହୋଇନାହନ୍ତି […]