Browsing category

ଓଡ଼ିଶା

ନାବାଳିକାଙ୍କ ଝୁଲନ୍ତା ମୃତଦେହ

ସୁନ୍ଦରଗଡ଼,୧୦।୧(ଏସଏସନିଉଜ)ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଦୁଷ୍କର୍ମ ପରେ ନାବାଳିକାଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ଜଣେ ଅଭିଯୁକ୍ତକୁ ଅଟକ ରଖି ବଡ଼ଗାଁ ଥାନା ପୋଲିସର ଜେରା ଆରମ୍ଭ କରିଛି।କାଲିଠୁ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ।

ଆରମ୍ଭହେଲା ପକ୍ଷୀ ଓ କୁମ୍ଭୀର ଗଣନା

ଭୁବନେଶ୍ୱର,୧୦।୧(ଏସଏସନିଉଜ)ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଆରମ୍ଭ ହୋଇଛି ପକ୍ଷୀଗଣନା ଅଭିଯାନ।ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ, କୋରାପୁଟ ବନାଞ୍ଚଳର ୬ଟି ସ୍ଥାନ,ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟିଟିମ୍ ,ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି।ସେହିଁଭଳିଭାବେ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି।୪ଟିରେଞ୍ଜରେ କୁମ୍ଭୀରଗଣନା ଆରମ୍ଭ ହୋଇଥିବା ବେଳେ ଗହିରମଥା , ଭିତର କନିକା , ରାଜନଗର ଓ ମହାକାଳପଡ଼ାରେ ଗଣନା ଚାଲିଛି।୩ଦିନ ଯାଏଁ ଚାଲିବ କୁମ୍ଭୀର ଗଣନା […]

ଘନକୁହୁଡ଼ି ପାଇଁ ଚାଲିଗଲା ଜୀବନ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଘନ କୁହୁଡ଼ିରେ ବାଇକ୍‌ ଧକ୍କା ହୋଇ ଜଣଙ୍କର ଜୀବନ ଚାଲିଯାଇଛି।ପିପିଲିର ଖଣ୍ଡିଆଗିରି ଗାଁନିକଟ ପୋଲରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।ଘନ କୁହୁଡ଼ି ଯୋଗୁଁ ପୋଲରେ ପିଟି ହୋଇଯାଇଥିଲା ବାଇକ୍‌ ।ଗୁରୁତର ଅବସ୍ଥାରେ ଜଣେ ବାଇକ୍‌ ଆରୋହୀଙ୍କୁ କଟକ ସ୍ଥାନାନ୍ତର କରାଯାଇ ଥିବାବେଳେ ଆଜି ସକାଳେ ଦୁର୍ଘଟଣାସ୍ଥଳରୁ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ଗତରାତିରେ ଘଟିଥିବା ବାଇକ୍‌ ଦୁର୍ଘଟଣାର ଆରୋହୀ ବୋଲି ସନ୍ଦେହ କରାଯାଉଛି।

CISF ନଜରରେ ଅଯୋଧ୍ୟା ବିମାନବନ୍ଦର

ଭୁବନେଶ୍ବର,୧୦।୧(ଏସଏସନିଉଜ)ନବନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ନେଇଛି CISF।ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର ହୋଇଛି।ଆସନ୍ତା କିଛିଦିନ ମଧ୍ୟରେ ଆବଶ୍ୟକ CISF ୟୁନିଟ୍ ମୁତୟନ ହେବ। ୨୨ରେ ପ୍ରାଣପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଜଧାନୀରେ ଘନ କୁହୁଡ଼ି!

ଭୁବନେଶ୍ବର,୧୦।୧(ଏସଏସନିଉଜ)ରାଜଧାନୀ ଭୁବନେଶ୍ବର ର ବିଭିନ୍ନସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି।ସର୍ବନିମ୍ନ ଦୃଶ୍ୟମାନଦୂରତା ୧୦୦ମିଟର ରେକର୍ଡ କରାଯାଇଛି।ଆଗାମୀ ୩ଦିନଯାଏଁ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାବେଳେ ୨ଦିନପରେ ରାତ୍ରି ତାପମାତ୍ରା ୨ରୁ ୩ଡିଗ୍ରୀ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଇସ୍ତଫାଦେଲେ ବଳଭଦ୍ର ମାଝୀ

ଭୁବନେଶ୍ୱର,୮ା୧(ଏସଏସନିଉଜ) ଆଉ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।ଏବେଠାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କ କଷିବା ଆରମ୍ଭ କଲେଣି ।ଏହାରିଭିତରେ କଳାହାଣ୍ଡି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବାର ଜଣାପଡିଛି ।ଦଳରେ ଚରମ ଅବହେଳା ସାଙ୍ଗକୁ ବିଜେଡିରେ କୋଟେରୀ ରାଜ୍ ଚାଲିଥିବାନେଇ ଅଭିଯୋଗ ଉଠାଇଛନ୍ତି ବଳଭଦ୍ର । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିବା […]

ସାବଧାନ! ରାସ୍ତାରେ ବୁଲୁଛି ହାତୀ

ବାଙ୍କୀ, ୮ା୧(ଏସଏସନିଉଜ) ଦୀର୍ଘଦିନର ବ୍ୟବଧାନପରେ ପୁଣି ଚନ୍ଦକା-ଡମପଡା ଅଭୟାରଣ୍ୟର ହାତୀ ବାଙ୍କୀ-ବାରଙ୍ଗରାସ୍ତାର ଭଗିପୁର ଅଂଚଳରେ ଆତଙ୍କ ଖେଳାଇଛନ୍ତି ।ଆଜି ବଢିଭୋରସମୟରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ମହାନଦୀ ପାରି ହୋଇ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଫେରିବା ବେଳେ କିଛି ସମୟପାଇଁ ଉପ୍ତାତ କରିଛନ୍ତି ।ଭଗିପୁର ଅଞ୍ଚଳରେ ହୋଇଥିବା ଚାଷଜମିରେ ପଶି ବ୍ୟାପକ ପନିପରିବା ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି ।ଭୋର ସମୟରେ ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ୧ଘଣ୍ଟା ଧରି ଆତଙ୍କ ଖେଳାଇଥିଲେ ହାତୀ ପଲ୍ଲ । ଯାହାଫଳରେ […]

ଭୋଜିରେ ଗଣ୍ଡୋଗଳ,୩କୋର୍ଟଚାଳଣ

ବାରଙ୍ଗ,୮ା୧(ଏସଏସନିଉଜ)ରବିବାରଦିନ ବଟାନିକାର୍ଲଗାର୍ଡେନରେ ଭୋଜିକୁନେଇ ଉପୁଜିଥିବା ଗଣ୍ଡୋଗଳ ଘଟଣାରେ ନନ୍ଦନକାନନଥାନା ପୋଲିସ ସୋମବାରଦିନ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ।ସେମାନେ ହେଲେ ପଦାସାହି ଭଗବତୀନଗର ଗ୍ରାମର ଦିପକସାମଲ ,କିରଣସାମଲ (ମନୁଆ),ଆନନ୍ଦସାମଲ । ପ୍ରକାସ ଯେ,ରବିବାରଦିନ ବଟାନିକାର୍ଲ ଗାର୍ଡେନରେ କଟକ ଅଂଚଳର ରାଜେନ୍ଦ୍ରସାହୁ, ସାଦ ଅହମଦ , ଦେବଦତ୍ତ ମହାପାତ୍ର ଓ ତାଙ୍କ ସହଯୋଗୀମାନେ ଓ ପଦାସାହି ଭଗବତୀନଗରର ଦିପକସାମଲ ,କିରଣସାମଲ(ମନୁଆ),ଆନନ୍ଦସାମଲ ଓ ତାଙ୍କ ସହଯୋଗୀମାନେ ଭୋଜି କରୁଥିଲେ ।ଭୋଜିକୁ ନେଇ ଉଭୟଗୋଷ୍ଠିଙ୍କ ମଧ୍ୟରେ ବିବାଦ ଓ […]

ଷ୍ଟ୍ରାଇକରୁ ଓହରିଲେ ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ୱର,୬ା୧(ଏସଏସନିଉଜ) ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଏ ନେଇ ଡ୍ରାଇଭର ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ସଂଘ । ଏଥିନିମନ୍ତେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ ଦେଇଛନ୍ତିସଭାପତି ପ୍ରଶାନ୍ତ ମେଣ୍ଡୁଲି ।ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି, ତେଣୁ ଆନ୍ଦୋଳନରୁ ଓହରିଲୁ । ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ । ଅନ୍ୟ ୨୮ ରାଜ୍ୟ […]

ଥାନାପାଖରୁ ଟେକିନେଲେ

ମେଣ୍ଢାଶାଳ,୪ା୧(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପାଖରୁ ଏକ କାରରେ ଆସି ଜଣେ ଯୁବକକୁ ଅପହରଣ କରିନେଇ ଥିବାର ଜଣାପଡିଛି ।ଅପହରଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଦାରୁଠେଙ୍ଗଗ୍ରାମର ଆଶିଷ ରଞ୍ଜନ ବେହେରା(୨୨)।ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବାର ଅନୁମାନ କରାଯାଉଥିବାବେଳେ ସାଙ୍ଗରେ ଥିବା ଆଶିଷଙ୍କ ସାଙ୍ଗ ଅଲ୍ପକେ ବର୍ତିଯାଇଛନ୍ତି ।ଘଟଣାପରେ ସାଙ୍ଗ ଜଣଙ୍କ ଥାନାରେ ଜଣାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ଆଶିଷକୁ ପାତ୍ରପଡା ଅଂଚଳରୁ ଉଦ୍ଧାର କରି ଥାନାକୁଆଣି ପଚରାଉଚରା ଆରମ୍ଭ କରିଛି ।ତେବେ ଅପହରଣକାରୀଙ୍କୁ […]