Browsing category

ଓଡ଼ିଶା

ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣଶିବିର

ଚନ୍ଦ୍ରଶେଖରପୁର,୨୭ା୧୨(ଏସଏସନିଉଜ) ଭାରତୀୟ ଶିକ୍ଷା ପରିଷଦ ଅନୁବନ୍ଧିତ ବିଦ୍ୟାଳୟଗୁଡିକର ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପଟିଆ, କାନନ ବିହାରସ୍ଥିତ ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ର ପରିସରରେ ବୁଧବାରଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସ୍‌ବରେ ପୂର୍ବତନବିଧାୟକ, ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ,ସାମାଜିକକର୍ମୀ ଅପର୍ଣା ନାୟକ ଅତିଥିଭାବେ ଯୋଗଦେଇ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଶିକ୍ଷାଦାନ ପଦ୍ଧତିକୁ ଆହୁରି […]

ବନ୍ଧାହେଲେ ଅଭିନେତା

ଭୁବନେଶ୍ବର,୨୬ା୧୨(ଏସଏସନିଉଜ) ବ୍ଲକିଂବେଳେ ପୁଲିସକୁ ଆକ୍ରମଣକରିବା ଘଟଣାରେ ଭରତପୁରଥାନା ପୋଲିସ ଅଭିନେତା ବିରଞ୍ଚିନାରାୟଣନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ବିଳମ୍ଭିତରାତିରେ ବିରଞ୍ଚି କାର ଯୋଗେ ଫେରୁଥିବାବେଳେ ଷ୍ଟୁଡିଓ ଛକ ନିକଟରେ ପୋଲିସ ଅଟକାଇଥିଲା ।କାରକୁ ଯାଂଚ କରିବାକୁ କହିବାରୁ ସେ ପୋଲିସକୁ ଅସହଯୋଗ କରିବା ସହ କାରରୁ ଓହ୍ଲାଇନଥିଲେ ।କିଚିସମୟପରେ କାରରୁ ଓହ୍ଲାଇ ପୁଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।ଏହିଘଟଣାରେ ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବାସହ ଏକ ମାମଲା ରୁଜୁକରି ତାଙ୍କୁ କୋର୍ଟଚାଲାଣ କରିଛି। […]

ନାକ କାମୁଡ଼ି ଛିଣ୍ଡାଇଲା ନିଶାସକ୍ତ ପୁଅ

ଯାଜପୁର,୨୬ା୧୨(ଏସଏସନିଉଜ)ମଦ୍ୟପ ପୁଅ ରାଗିଯାଇ ବାପାର ନାକ କାମୁଡ଼ି ଛିଡ଼ାଇ ଦେବାସହ ଦୁଇଜଣ ପଡ଼ୋଶୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।ଏହିଭଳିଘଟଣା ଯାଜପୁରରୋଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମରେ ଘଟିଛି । ବିଭୂତି ପ୍ରଚୁର ମଦ୍ୟପାନକରି ଘରକୁ ଫେରି ପଡ଼ୋଶୀଙ୍କୁ ଗାଳିଗୁଲଜ କରିଥିଲା।ଏହିଘଟଣାକୁ ବାପାଶତ୍ରୁଘ୍ନ ବିରୋଧ କରିବାରୁ ଉତ୍‌କ୍ଷିପ୍ତ ହୋଇ ପୁଅ ବିଭୂତି ବାପାଙ୍କୁ ମାଡ଼ ମାରି ନାକକୁ କାମୁଡ଼ି ଦେଇଥିଲା। ଏହାସହ ୨ଜଣ ପଡୋଶୀଙ୍କୁଆକ୍ରମଣ କରି ରକ୍ତାକ୍ତ କରିଥିଲା। ପୋଲିସ ଏକ ମକଦ୍ଦମାରୁଜୁ କରି ବିଭୂତିକୁ ଗିରଫକରି କୋର୍ଟଚାଳଣ […]

ମାଲକାନଗିରିରୁ ଉଡ଼ିବ ବିମାନ

ମାଲକାନଗିରି,୨୬ା୧୨(ଏସଏସନିଉଜ) ଜାନୁଆରୀରେ ଉଦଘାଟିତ ହେବ ମାଲକାନଗିରି ବିମାନ ବନ୍ଦର । ମାଲକାନଗିରି ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ ଏବଂ ଜାନୁଆରୀ ଆରମ୍ଭରେ ଏହାର ଉଦଘାଟନ କରିବା ନେଇ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।ତେଣୁ ଯୁଦ୍ଧକାଳିନଭିତିରେ ବିମାନବନ୍ଦରକାମ ଚାଲିଥିବାବେଳେ ଶେଷ ପର୍ଯ୍ୟାୟରେ ପହଁଚିଥିବାର ଜଣାପଡିଛି । କୋଟଲିଗୁଡାଠାରେ ବିମାନବନ୍ଦର ନିର୍ମାଣଧୀନ ଚାଲୁ ରହିଛି। ବିମାନ ବନ୍ଦରର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ […]

ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ପୁରୀ,୨୬ା୧୨(ଏସଏସନିଉଜ)ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁଯାଉଛି ।ଏଥିନିମନ୍ତେ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଆୟୋଜିତ ଭବ୍ୟ ଆୟୋଜନରେ ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିମନ୍ତ୍ରଣପତ୍ର ବାଣ୍ଟିବାପାଇଁ ରାଜ୍ୟ ଭିତରେ ୧୩ଟିଦଳ ଓ ରାଜ୍ୟ ବାହାରକୁ ୧୭ଟି ଦଳ କୁନେଇ ସମୁଦାୟ ୩୦ ପ୍ରତିନିଧି ଦଳ ପବିତ୍ର ମାର୍ଗଶିର ପୂର୍ଣ୍ଣିମାରୁ ବାହାରିଛନ୍ତି ।ଆଜି ଏକ ପ୍ରତିନିଧିଦଳ ପ୍ରଥମେ ଲିଙ୍ଗରାଜଙ୍କୁ […]

ସୋମବାର ନନ୍ଦନକାନନ ଖୋଲା

ବାରଙ୍ଗ,୨୪ା୧୨(ଏସଏସନିଉଜ)ଏଥର ବଡଦିନ ଓ ନୁଆବର୍ଷରେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଜା ଉଠାଇବେ ।ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଏଥର ବଡଦିନ ଓ ନୁଆବର୍ଷ ସୋମବାର ପଡୁଅଛି ।ତେଣୁ ସୋମବାର ନନ୍ଦନକାନନ ବନ୍ଦ ରହିବା ଦ୍ୱନ୍ଦ ଉପରୁ ପର୍ଦାଉଠାଇଛନ୍ତି କର୍ତୁପକ୍ଷ ।ପୁର୍ବନିର୍ଦ୍ଧାରିତ ନୀୟାମାନୁସାରେ ସୋମବାର ଖୋଲା ରହି ମଙ୍ଗଳବାରଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  

କବାଟ ଭାଙ୍ଗି ଲୁଟି ନେଲେ

ରାୟଗଡ଼ା,୨୪।୧୨(ଏସଏସନିଉଜ) ଘରର କବାଟ ଭାଙ୍ଗି ଲୁଟି ନେଲେ ଟଙ୍କା ସହ ସୁନା। ଟାଉନ ଥାନା ସାଇପ୍ରିୟାନଗର ରେ ଜଣଙ୍କ ଘରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ୭୫ ହଜାର ଟଙ୍କା ସହ ସୁନା , ରୁପା ଅଳଙ୍କାର ଚୋରି ଅଭିଯୋଗ ହୋଇଛି।

ବିଲଭିତରରେ ପଶିଲା ଏସିଡଟ୍ୟାଙ୍କର

ବାଲେଶ୍ୱର,୨୪।୧୨(ଏସଏସ ନିଉଜ)ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ନିକଟରେ ବିଲ ଭିତରରେ ଓଲଟିପଡ଼ିଲା ଏସିଡ ଟ୍ୟାଙ୍କର। ଏସିଡ ଟ୍ୟାଙ୍କରଟି ଭଗତପୁର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା। ଚାଳକଙ୍କ କହିବା ଅନୁସାରେ ଏହି ଟ୍ୟାଙ୍କରରେ ହାଇଡ୍ରୋକ୍ଲୋରାଇଡ ଏସିଡ ଯାଉଥିଲା। ପରେ ସେଥିରୁ ଗ୍ୟାସ ଲିକ କରୁଥିବା ବେଳେ ପାଖ ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା। ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଛନ୍ତି।

ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଆନନ୍ଦପୁର,୨୪।୧୨(ଏସଏସ ନିଉଜ) ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍‌।ଯାହାଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏନ୍‌ଏଚ୍‌ ୨୦ ଘସିପୁରା ଥାନା ବେଲବାହାଳି ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପରେ ଟ୍ରକ୍‌ରେ ଚାପିହୋଇ ରହିଗଲେ ଡ୍ରାଇଭର।ଦୀର୍ଘସମୟ ପରେ ଗୁରୁତର ଅବସ୍ଥାରେ ଟ୍ରକ୍‌ ଡ୍ରାଇଭର ଉଦ୍ଧାର।ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ସୂଚନା

ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ

ଭୁବନେଶ୍ୱର,୨୪।୧୨(ଏସଏସ ନିଉଜ)ଶ୍ରୀମନ୍ଦିର ପ୍ରବେଶକୁ ନେଇ ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ।ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ କାମିୟା।ସେ କହିଛନ୍ତିଯେ,ବିଫ୍‌ ଖାଏନି କି ଖାଇବାକୁ ପ୍ରୋତ୍ସାହନ କରେନି।ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି।ମନ୍ଦିରରନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା।ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇଛି।ଭ୍ରମଣ ସମୟରେ କୌଣସି ବି ନିୟମ ଭଙ୍ଗ କରିନି ବୋଲି କହିଛନ୍ତି କାମିୟ।ହିନ୍ଦୁ ଧର୍ମକୁ ଅନୁସରଣକରେ।କେରଳ ଫୁଡ୍‌ ବ୍ଲଗ ଭିଡିଓର ଏକ ସ୍କ୍ରିନସଟ୍‌ ବ୍ୟବହାର କରାଯାଉଛି।ସେଠାରେ ବିଫ୍‌ ଖାଇନଥିଲି […]