Browsing category

ଓଡ଼ିଶା

ପ୍ରାଣହରାଇଲେ ଅଷ୍ଟମଶ୍ରେଣୀ ଛାତ୍ର

ଭୁବନନେଶ୍ବର,୨ା୧୦(ଏସଏସନିଉଜ) ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡ଼ି ବରମୁଣ୍ଡା ମୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନଙ୍କର ମୃତ୍ୟୁ ହୋଇଛି। ବଳିଆ ବାବା ଆଶ୍ରମରେ ରହି ଓମ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ଆଜି ସ୍କୁଲନଯାଇ ୩ଜଣ ସାଙ୍ଗଙ୍କ ସହ ମିଶି ଓମ ଗାଧୋଇବା ପାଇଁ ନୀଳକଣ୍ଠେଶ୍ବର ମନ୍ଦିରକୁ ଯାଇଥିଲେ।ସେଠାରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନଙ୍କସହ ସ୍କୁଲ ନଯାଇ ପୋଖରୀରେ ଗାଧୋଇବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିଲ।

ଝୁଲନ୍ତା ମୃତଦେହ ଉଦ୍ଧାର

କେଉଁଝର ,୨ା୧୦(ଏସଏସନିଉଜ)ଘଷିପୁରା ବ୍ଲକ ଅନ୍ତର୍ଗତ ଭାଣ୍ଡରିଦିହା ପଞ୍ଚାୟତର ତୋରାଣିଆପାଳ ବସନ୍ତପୁରା ବିଦ୍ୟାଳୟ ପରିସରରୁ ୪୫ ବର୍ଷିୟବାସନ୍ତୀ ଜେନାନାମକ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ ।ମୃତମହିଳାଙ୍କ ଘର ତୋରାଣିଆପାଳରେ ବୋଲି ଜଣାଯାଇଛି।ଆଜିସକାଳେ ବିଦ୍ୟାଳୟ ପରିସରରେ ଝୁଲନ୍ତା ଅବସ୍ଥାରେ ମୃତେହଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଷିପୁରାପୁଲିସ ପହଞ୍ଚି ମୃତଦେହକୁ କବତକରି ବ୍ୟବଚ୍ଛେଦପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ।  

ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

ରାଉରକେଲା,୨ା୧୦(ଏସଏସନିଉଜ) ଉଦିତନଗର ଥାନା ଏଏସଆଇ ଏଲିସା ଲୁଗୁନ ମୃତ୍ୟୁ ଘଟଣାକୁ ନେଇ ଆଜି ତାଙ୍କ ସ୍ୱାମୀ ସଞ୍ଜୟ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।ଏହାସହ ମୃତକଙ୍କପରିବାରଲୋକ ଡାକ୍ତରଖାନାରେ ପହଞ୍ଚି ମୃତ୍ୟୁ ଘଟଣାର ନିରକ୍ଷେପ ତଦନ୍ତ ଦାବି କରିଛନ୍ତି। ଯେ ପର‌୍ୟ୍ୟନ୍ତ ନ୍ୟାୟ ନ ମିଳିଛି ରାଉରକେଲା ସରକାରୀ ଡାକ୍ତରଖାନାରୁ ଶବ ନ ନେବାକୁ ସେ ଚେତାବନୀ ଦେଇଛନ୍ତି। ଗତକାଲି ଉଦିତନଗର ଆରଏମସି ଅଫିସ ନିକଟରେ ବସ୍ ଓ କାର୍ ଧକ୍କାକୁ କେନ୍ଦ୍ରକରି […]

ବନ୍ଦଘରୁ ମହିଳାଙ୍କ ରକ୍ତାକ୍ତଶବ ଉଦ୍ଧାର

ସୁନ୍ଦରଗଡ଼ ,୨ା୧୦(ଏସଏସନିଉଜ)ବନ୍ଦ ଘରଭିତରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ଲହୁଣୀପଡ଼ା ଥାନାପୋଲିସ । ସମରଦରି ଗ୍ରାମରେ ଏକ ଘର ବାହାର ପଟୁ କବାଟ ବନ୍ଦରହିଥିଲା ।ଦୀର୍ଘସମୟଧରି ଘର ନଖୋଲିବାରୁ ସ୍ଥାନୀୟ ଲୋକ ସନ୍ଦେହ କରି ଝରକାପଟେ ଜଣେ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇ ପୋଲିସକୁ ଖବରଦେଇଥିଲେ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀ ଫେରାର ହୋଇଥିବାବେଳେ କିଏ ଓ କହିଁକି ମହିଳାଙ୍କୁ ହତ୍ୟାକଲା ତାହାକୁନେଇ […]

ବାଇକ ଉପରେ ଚଢ଼ିଗଲା ଟ୍ରକ୍

ଆନନ୍ଦପୁର,୨ା୧୦(ଏସଏସନିଉଜ) ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ବାଇକ ଉପରେ ଟ୍ରକ୍ ଚଢିଯିବାରୁ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଦୁଇଜଣ ବାଇକ ଆରୋହୀ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଟ୍ରକ ସାମନାକୁ ଆସିଯାଇଥିଲେ। ଫଳରେ ଟ୍ରକଟି ବାଇକ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ବାଇକ ଆରୋହୀ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣାପରେ ଟ୍ରକଚାଳକ ଟ୍ରକନେଇ ଫେରାର ହୋଇଯାଇଥିବାବେଳେ […]

ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ୱର,୨ା୧୦(ଏସଏସନିଉଜ) ବିଜେଡ଼ିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହିଅବସରରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ନବୀନ ।ସେକହିଛନ୍ତି ବିରୋଧୀ ବିକାଶ ବିରୋଧୀ ଓ ଜନବିରୋଧୀ ।ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତିା ଲୋକଙ୍କୁ ଭୁଲ୍ ଖବରଦେବା , ଭ୍ରମିତକରିବା ସେମାନଙ୍କ କାମ ହୋଇଛି।ନିର୍ବାଚନ ଆସିଲେ ସେମାନେ ଏମିତି କାମ […]

ଗ୍ୟାସ୍ ଟାଙ୍କି ଲିକ୍‌ରୁ ଲାଗିଲା ନିଆଁ

ଯାଜପୁର,୨ା୧୦(ଏସଏସନିଉଜ) ଗ୍ୟାସ୍ ଟାଙ୍କି ଲିକ୍‌ରୁ ଲାଗିଲା ନିଆଁ ।ନିଆଁ ଲାଗିବା ଯୋଗୁ ୫ଜଣ ଗୁରୁତର ଆହତ ହୋଇଛନ୍ତି ।ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଗ୍ୟାସ ଲିକ୍‌ରୁ ଏହିଭଳି ଅଗ୍ନିକାଣ୍ଡ ଘଟିଛି । ୫ ଜଣଙ୍କ ମଧ୍ୟରୁ ୨ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କାରଯାଇଛି। ଠାକୁର ଘରେ ଦୀପ ଲଗାଇବା ବେଳେ ନିଆଁ ଲାଗିଯାଇଥିଲାା

ରାସ୍ତାରୁ ଖସିଲା ହାଇୱା

ବାରଙ୍ଗ, ୧।୧୦(ଏସଏସନିଉଜ)ପରିବା ବୋଝେଇ ପିକଅପ ଭ୍ୟାନକୁ ବଞ୍ଚାଇବାକୁ ଯାଇ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା।ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏହାସହ ଇଲେକ୍ଟ୍ରି ଖୁଣ୍ଟରେ ଧକାଦେଇଥିବାରୁ ୪ ଟା ଗାଁରେ ବିଦ୍ୟୁତ ସରବାରହ ଠପ ହୋଇଯାଇଛି । ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାଶପୁର ଛକରେ ଏହିଭଳି ଘଟଣା ଘଟିଛି। ପ୍ରକାଶଯେ,ରବିବାର ସକାଳ ସମୟରେ ତ୍ରିଶୂଳିଆ ରୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ଗୋବିନ୍ଦପୁରରୁ ଦ୍ରୁତଗତିରେ ଆସୁଥିବା ଓଡି […]

ଗଣେଶପୁଜା ଭଷାଣିବେଳେ ବ୍ଲେଡମାଡ

ବାରଙ୍ଗ,୧ା୧୦(ଏସଏସନିଉଜ)ରବିବାରରାତିରେ ଗଣେଶପୁଜା ଭଷାଣି ଚାଲିଥିବାବେଳେ ବ୍ଲେଡରେ ଆକ୍ରମଣ ହୋଇଛି ।ଦାଦାପୁଅ ର ବ୍ଲେଡ୍‌ମାଡରେ ବଡବାପାପୁଅ ଭାଇ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିସ୍‌ିତ ହେଉଛନ୍ତି ।ରବିବାରାତିରେ ଏହି ଘଟଣା ବାରଙ୍ଗଥାନା ଅଧିନସ୍ଥ କୁହ୍ନେଇପଡାରେ ଗାଁରେ ଘଟିଛି । କୁହ୍ନେଇପଡା ଗାଁର ଯୁବକମାନେ କରୁଥିବା ଗଣେଶପୁଜାର ରବିବାରରାତିରେ ଭଷାଣି ଉସ୍‌ବ ହେଉଥିଲା ।ଭଷାଣି ଶୋଭାଯାତ୍ରା କୈବର୍ତସାହିପାଖରେ ପହଁଚିଥିବାବେଳେ କୈାଣସି କାରଣକୁ ନେଇ ଶୋଡ଼ାଯାତ୍ରାରେ ସାମିଲହୋଇଥିବା ଦାଦାପୁଅ ଓ ବଡବାପାପୁଅ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଉତ୍‌କ୍ଷିପ୍ତହୋଇ ଦାଦାପୁଅର […]

ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।ଜିଜିପି କଲୋନୀର ଏକ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।ପ୍ରେମବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ମୃତକଙ୍କ ଶେଷ କଲ୍ ଓ ମେସେଜ୍‌କୁ ନେଇ ପୁଲିସର ଛାନଭିନ ଆରମ୍ଭ ହୋଇଛି।