Browsing category

ଓଡ଼ିଶା

ନବୀନ କହିଲେ ଶ୍ରଦ୍ଧା କିଏ…..

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ.ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ ବୋଲି କହିଲେ ମୁଖ୍ୟମନ୍ତ୍ରୀ.ମୋ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲୋ ମୋ ଫିଜିକାଲ ଫିଟ୍‌ନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ବୋଲି ନବୀନ କହିଛନ୍ତି ।ଅନ୍ୟପଟେ ଶ୍ରଦ୍ଧା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତବ୍ୟ.ରଖିଛନ୍ତି ।ସେକହିଛନ୍ତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ […]

କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇଟ୍ୟାଗ୍

ଭୁବନେଶ୍ବର,୩ା୧୦(ଏସଏସନିଉଜ) କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ପ୍ରଥମେ ୨୦୨୦ ମସିହାରେ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଥିଲା। ତେବେ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ଖୋଲିବ ୟୁନିଟ୍‌-୧ହାଟ

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଦୀର୍ଘ ୬ ଦିନ ପରେ ୟୁନିଟ୍‌-୧ ହାଟ ବୁଧବାରଠାରୁ ‌ଖୋଲିବାକୁ ଯାଉଛି । ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି।ବିଏମସି ସହ ଆଲୋଚନା ପରେ ଏବଂ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ହାଟ ବ୍ୟବସାୟୀ ସଂଘପକ୍ଷରୁ କୁହାଯାଇଛି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।  

ମୃତଦେହ ଫିଙ୍ଗି ପଳାଇଲେ…

ନୟାଗଡ଼,୩ା୧୦(ଏସଏସନିଉଜ) ଧୂଧୂ ବର୍ଷାରେ ଆସି ମହିଳାଙ୍କ ମୃତଦେହ ଫିଙ୍ଗି ପଳାଇଲେ. ଦୁର୍ବୁତ ।ଏନ୍ଏଚ୍ ୫୭ ଇଟାମାଟି ଥାନା ବଡ଼ପଣ୍ଡୁସର ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତ ମହିଳାଙ୍କ ପରିଚୟ ମିଳିନଥିବାବେଳେ କିଏ ଆଣି ଫିଙ୍ଗିଲେ ତାହା ମଧ୍ୟ ଜଣାପଡ଼ିନି ।ମହିଳାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କି ଦୁର୍ଘଟଣାରେ ମୃତ୍ୟୁ ତାହା ଅଦ୍ୟାବଧି ଜଣାପଡ଼ିନଥିବାର ଜଣାପଡିଛି ।  

ଯୋରନ୍ଦା-କରମୂଳରାସ୍ତାରେ ବୋମା !

ଢେଙ୍କାନାଳ,୩ା୧୦(ଏସଏସନିଉଜ) ଗଁନ୍ଦିଆ ଥାନା ଯୋରନ୍ଦା କରମୂଳ ରାସ୍ତାରେ ବୋମାମାଡ ହୋଇଛି ।ବୋମାମାଡର ପ୍ରଚଣ୍ଡ ଶବ୍ଧରେ ଅଂଚଳସ୍ତମ୍ବିଭୁତ ହୋଇଯାଇଛନ୍ତି ।ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ଖବରପାଇ ପୋଲିସ ଯାଞ୍ଚ କରିବାସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି ।ତେବେ ବୋମାଗୁଡ଼ିକ ବାର୍‌ହା ଶିକାର ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି । –

ଧଳାଜହର ଓ ମଦ ବେପାରୀ ଗିରଫ

ବାରଙ୍ଗ,୩।୧୦(ଏସଏସନିଉଜ)ଧଳାଜହର ଓ ଦେଶୀମଦ ବିକ୍ରି କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଦୁଇ ବେପାରୀଙ୍କୁ ଗିରଫ୍ କରି ମଙ୍ଗଳବାରଦିନ କୋର୍ଟଚାଲଣ କରିଛି। ଏହି ଥାନା ଅନ୍ତର୍ଗତ ଗଣ୍ଡରପୁର-ପ୍ରତାପନଗରୀ ଘେରିବନ୍ଧ ରାସ୍ତା କଡରେ ଧଳାଜହର ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ନନ୍ଦନକାନନଥାନା ପୋଲିସ ଅଚାନକ ଚଢ଼ାଉ କରିଗଣ୍ଡରପୁର ଗ୍ରାମର ରାଜକିଶୋର ସାହୁ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।ଗିରଫ ବେଳେ ପୁଲିସ ତା ପାଖରୁ ୧୨ଗ୍ରାମରୁ ଉର୍ଦ୍ଧ୍ବ ଓଜନର ଧଳାଜହର ଜବତ କରିବା […]

ଜାଲରେ ପଡ଼ିଲା ୧୧୦କେଜିର ମାଛ

ଜଳେଶ୍ୱର,୩।୧୦(ଏସଏସନିଉଜ)ଜାଲରେ ପଡ଼ିଲା ୧୧୦ କେଜିର ବିରାଟ ମାଛ।ମାଛଟିକୁ ୨୫ ହଜାର ଟଙ୍କାରେ ବିକ୍ରି କଲେ ପାରାଦୀପ ମତ୍ସ୍ୟଜୀବୀ ପାରାଦୀପରୁ ଧରିଥିବାବେଳେ ଦୀଘା ମାଛ ମାର୍କେଟରେ ବିକ୍ରି କରିଛନ୍ତି ମସ୍ୟଜୀବୀ।

ଓହଳି ରହିଛି ବସ୍

ବାଙ୍କୀ,୩।୧୦(ଏସଏସନିଉଜ) ମହାନଦୀ ବ୍ରିଜରୁ ଖସୁ ଖସୁ ବର୍ତ୍ତିଥିଲା ବସ୍‌।ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରୁ ଖସୁ ଖସୁ ବର୍ତ୍ତି ଯାଇଥିଲା।ବ୍ରିଜ୍‌ ସୁରକ୍ଷାବାଡ଼ ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା ବସ। ବସଟି ପ୍ରାୟ ୧୦ ଫୁଟ ଆଗକୁ ମାଡ଼ି ଯାଇ ନଦୀକୁ ଝୁଲି ପଡ଼ିଥିଲା।ସୁରକ୍ଷା ବାଡ଼ ମାଡ଼ରେ ବସ୍‌ର ଗୋଟିଏ ଆଗ ଚକା ବାହାରି ଯାଇଥିଲା।ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ଲାଗି ରହିଛି ବର୍ଷା

ଭୁବନେଶ୍ୱର,୩।୧୦(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ୧୨ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଏହି ଜିଲ୍ଲାଗୁଡିକ ହେଲା ବରଗଡ଼ , ସୁବର୍ଣ୍ଣପୁର , ବଲାଙ୍ଗିର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ସମ୍ବଲପୁର , ଅନୁଗୁଳ , ଦେବଗଡ଼ , ମୟୂରଭଞ୍ଜ , କେନ୍ଦୁଝର , ଢେଙ୍କାନାଳ , ଯାଜପୁର ଜିଲ୍ଲା। ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା […]

ଧରାପଡ଼ିଲା ମଣିଷଖିଆ କୁମ୍ଭୀର

ଭୁବନେଶ୍ୱର,୨।୧୦(ଏସଏସନିଉଜ)ଘରବାଡ଼ିପଟେ ଥିଲା ମଣିଷଖିଆ ବଉଳାକୁମ୍ଭୀର।ରାତିର ଅନ୍ଧକାରରେ ଘର ପଛପଟେ ବୁଲୁଥିଲା କୁମ୍ଭୀର। ଲୋକଙ୍କୁ ଗୋଟାଗୋଟା କରି ଗିଳୁଥିଲା।ଯାହାକୁ ନେଇ , ଗାଁରେ ଆତଙ୍କ ଖେଳିଯାଇଥିଲା।ଆତଙ୍କ ରଚିଥିବା ମଣିଷଖିଆ ବଉଳାକୁ ଘର ପଛପଟୁ ଧରାଯାଇଛି।ଧରାପଡିଛି ମଣିଷଖିଆ ବଉଳା କୁମ୍ଭୀର ।ଶେଷରେ କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ।ତେବେ ରାଜନଗରରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।