Browsing category

ରାଜନୀତି

ଇସ୍ତଫା ପାଇଁ ଉଦ୍ଧବଥାକ୍ରେଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ) ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ପାଇଁ ଉଦ୍ଧବ ଥାକ୍ରେଙ୍କ ପ୍ରସ୍ତାବ।ସରକାର ପତନ ଆଶଙ୍କା କରି ଆଗୁଆ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ।MVA ଛାଡ଼ିବାକୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରସ୍ତାବ।୩୪ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପଠାଇଲେ।

ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବଢ଼ୁଛି ସମର୍ଥନ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଏମସିଏଲ୍ ଗେଷ୍ଟ ହାଉସରୁ କଡ଼ା ସୁରକ୍ଷାରେ ଯାଇ ପହଞ୍ଚିଲେ ।ଏବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବଢ଼ୁଛି ସମର୍ଥନ । ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଜଣେ ଆଦିବାସୀ ନେତ୍ରୀଙ୍କୁ ରାଷ୍ଟ୍ରପତି ପଦ ପାଇଁ ଚୟନକୁ ପ୍ରଶଂସା କଲେ ନୀତିଶ । ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱକୁ ବିଜେଡି ପରେ ଜେଡିୟୁର ସମର୍ଥନ ସ୍ପଷ୍ଟ ହୋଇଛି ।

ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z ପ୍ଲସ୍ ସୁରକ୍ଷା

ଭୁବନେଶ୍ୱର,୨୨/୬(ଏସ ଏସ ନିଉଜ)ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ମଙ୍ଗଳବାର ଘୋଷଣା କରାଯାଇଛି। ତେବେ ଦ୍ରୌପଦୀ ଜୁନ୍‌ ୨୫ରେ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି।NDA ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ Z ପ୍ଲସ୍ ସୁରକ୍ଷାବ୍ୟବସ୍ଥା ପ୍ରଦାନ କରାଯାଇଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍‌ଜି କମାଣ୍ଡୋ ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି ।

ରାଜ୍ୟ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ୱର,୨୨/୬(ଏସ ଏସ ନିଉଜ)ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ବିଜେପି ତାର ପ୍ରତିକ୍ରିୟା ରଖିଛି ।ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟରେ କହିଛନ୍ତି ଯେ, ମୋଦି ସରକାର ଓଡ଼ିଶାକୁ ଭଲ ପାଇବାର ଅନେକ ଉଦାହରଣ ଛାଡ଼ିଛନ୍ତି ।ଏବେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଭଲପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ।ମୋଦିଙ୍କ ୮ ବର୍ଷର ଶାସନରେ ଓଡ଼ିଶାକୁ ବାରମ୍ବାର ସମ୍ମାନିତ କରାଯାଇଛି ।ପ୍ରଥମ ପାଳିରେ ଜଣେ ସାଂସଦ ଥାଇ ଓଡ଼ିଶାରୁ ୨ କେନ୍ଦ୍ରମନ୍ତ୍ରୀ ହୋଇଥିଲେ […]

ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ ।ରିକ୍ସା ଚାଳକଙ୍କୁ କୋଟିଏ ଟଙ୍କାର ସମ୍ପତ୍ତି ଦେଇ ଚର୍ଚ୍ଚାରେ ରହିଥିବା କଟକର ମିନତୀ ପଟ୍ଟନାୟକ ବିଧିବଦ୍ଧ ଭାବେବିଜେଡିରେ ମିଶିଛନ୍ତି ।ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।

ସଂକଟରେ ମହାରାଷ୍ଟ୍ର ସରକାର !

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ମହାରାଷ୍ଟ୍ର ସରକାରରେ ସଂକଟଦେଖାଦେଇଛି । ୧୦ରୁ ୧୨ ବିଧାୟକ ମିଳୁ ନାହାନ୍ତି । ୧୦ରୁ ୧୨ ଜଣ ଶିବସେନା ବିଧାୟକଙ୍କ ପତ୍ତା ମିଳୁନାହିଁ । ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି ।ସେଥିପାଇଁ ଆଜି ଜରୁରୀ ବୈଠକ ଡାକୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ।

ଚାନ୍ଦବାଲି କଂଗ୍ରେସର ଶକ୍ତି ପ୍ରଦର୍ଶନ

ଧାମରା, ୧୯/୬(ଏସଏସନିଉଜ) ସ୍ଥାନୀୟ ୮ ପଞ୍ଚାୟତର ବିଭିନ୍ନ ସିଏସଆର, ନିଯୁକ୍ତି, ଠିକା କାମ, ବାୟୁ ପ୍ରଦୂଷଣ ଇତ୍ୟାଦି ସମସ୍ୟାକୁ ନେଇ ଚାନ୍ଦବାଲି କଂଗ୍ରେସ ତରଫରୁ ଧାମରା ପୋର୍ଟ ମୁଖ୍ୟ ଫାଟକ ଆଗରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରେ ଜଟଣୀ ବିଧାୟକ ସୁର ରାଉତରାୟ, ଭଦ୍ରକ ଜିଲାର ବହୁ ତୁଙ୍ଗ ନେତା , କଂଗ୍ରେସର ଅମୀୟ ମହାପାତ୍ର, ଦିଗମ୍ବର ଦାସ ପ୍ରମୁଖ ଯୋଗଦେଇଥିଲେ । ଦିନ ୧୧ ଟା ସମୟରେ କଇଥଖୋଲା ଗ୍ରାମ ପଞ୍ଚାୟତ […]

ଆଜି ନୂଆମନ୍ତ୍ରିମଣ୍ଡଳର ବୈଠକ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ଆଜି ବସୁଛି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ନୂଆ ମନ୍ତ୍ରିମଣ୍ଡଳ ଦାୟିତ୍ବ ନେବା ପରେଏହା ପ୍ରଥମ ବୈଠକ । ଆଜି ସନ୍ଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ବୈଠକ ।ନିର୍ବାଚନ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପାଳନ ଉପରେ ହୋଇପାରେ ସମୀକ୍ଷା ବୋଲି ଜଣାପଡିଛି ।

ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି । ଏହି ଗସ୍ତକାଳରେ ଆସନ୍ତାକାଲି ଅର୍ଥାତ୍‌ ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ ପୁନଃନିର୍ମିତ କାଳିକା ମାତା ମନ୍ଦିର ଦର୍ଶନ କରିବା ସହ ଏହାର ଉଦ୍‌ଘାଟନ କରିବେ ।ପରେ ଭିରାସତ ଭ୍ୟାନ ପରିଦର୍ଶନ କରିବେ ।ଏହା ପରେ ଭଦୋଦରା ଠାରେ ଗୁଜରାର ଗୌରବ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଉର୍ଦ୍ଧ୍ଵ […]

ଅଗ୍ନିପଥ ନିଆଁ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ ହେଉଛି। ଆନ୍ଦୋଳନକାରୀମାନେ ବିହାର ଓ ଉତ୍ତର ପ୍ରଦେଶରେ ପୁଣି ଟ୍ରେନ୍ ଜାଳିଛନ୍ତି । ବିହାର ସମସ୍ତିପୁର ଓ ଲଖିସରାୟ ରେଳ ଷ୍ଟେସନରେ ଟ୍ରେନ୍ ଜାଳିଦେଲେ। ଉତ୍ତର ପ୍ରଦେଶ ବଲିୟା ଷ୍ଟେସନରେ ବି ବିକ୍ଷୋଭକାରୀଙ୍କ ଟ୍ରେନ୍ ପୋଡ଼ିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ବଲ୍ଲଭବଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।ଏହାସହ ଓଡ଼ିଶାରେ ଅଗ୍ନିପଥ ନିଆଁ ମଧ୍ୟ କୁହୁଳିଛି । କଟକରେ ଥିବା ଆର୍ମି ରିକୃଟମେଣ୍ଟ […]