Browsing category

ରାଜନୀତି

ଉତ୍ତରାଧିକାରୀ ଅପେକ୍ଷାରେ ଗାଦି!.

ଭୁବନେଶ୍ୱର,୧୩.୭(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରୁ ଫେରିବା ପରେ ଏହି ଚର୍ଚ୍ଚା ଜୋରଦାର ହୋଇଛି। ପୂର୍ବରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଓଡ଼ିଶା ଆସିବା ପରେ ଚର୍ଚ୍ଚାର ମୋଡ ବଦଳି ଯାଇଛି ।

ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କା

ଭୁବନେଶ୍ୱର , ୧୨/୭.(ଏସଏସନିଉଜ)ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ […]

ଅଟକିଗଲା କେବୁଲ କାର୍

ଭୁବନେଶ୍ୱର,୧୦/୭(ଏସଏସନିଉଜ) ତେହେରୀ ଜିଲ୍ଲାର ସୁରକଣ୍ଡା ଦେବୀ ମନ୍ଦିର ରୋପୱେରେ ଫସି ଯାଇଥିଲା ଟ୍ରଲି ।ଫଳରେ ୪୫ମିନଟ ପରେ ସୁରକ୍ଷିତଭାବେ ଉତ୍ତରାଖଣ୍ଡରେ ଜଣେ ବିଜେପି ବିଧାୟକଙ୍କ ସମେତ ୬୦ଜଣ ପର‌୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ନିରାପଦରେ ବାହାରକୁ ଆସିଛନ୍ତି ଏବଂ ରୋପୱେ ବର୍ତ୍ତମାନ ସୁରୁଖୁରୁରେ ଚାଲୁଛି । ଟ୍ରଲିରେ କୌଣସି ଯାତ୍ରୀ ଫସି ନାହାଁନ୍ତି ବୋଲି ତେହେରୀର ଏସଏସପି ନବନୀତ ଭୁଲାର ଏଏନଆଇକୁ କହିଛନ୍ତି। ଅନ୍ୟପକ୍ଷରେ, କେବୁଲ କାରରୁ ଉଦ୍ଧାର ହୋଇଥିବା ବିଜେପି ବିଧାୟକ କିଶୋର […]

ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର,୮/୭(ଏସଏସନିଉଜ) ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବାପରେ ବିଜେପି ଓବିଜେଡିର ନେତାମାନେ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି।ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ପାରମ୍ପରିକ ନୃତ୍ୟ ପାଇକ ନାଚ, ବାଘ ନାଚ ଓ ଘୋଡ଼ା ନାଚରେ ଦ୍ରୌପଦୀ […]

ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ୨୯.୩୬ କୋଟି ଟଙ୍କା

ଭୁବନେଶ୍ୱର ,୫/୭(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା […]

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୨/୭(ଏସଏସନିଉଜ) ରାଜ୍ୟର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ଚଳିତ ମୌସୁମୀ ଅଧିବେଶନରେ ମୋଟ୨୪ଟି କାର‌୍ୟ୍ୟଦିବସ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି । ଦିବଗନ୍ତ ବିଧାୟକ ସୁରେନ୍ଦ୍ର କଅଁରଙ୍କ ପାଇଁ ଆଜିର ଅଧିବେଶନ ଆରମ୍ଭରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ବିଜେପି ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି […]

ପଳାସୁଣୀରେ ହେବ ଫୁଟ୍ ଓଭରବ୍ରିଜ

ଭୁବନେଶ୍ୱର,୨୭/୬(ଏସ ଏସ ନିଉଜ) ମରଣଯନ୍ତା ପାଲଟିଥିବା ପଳାସୁଣୀ ଜାତୀୟ ରାଜପଥରେ ହେବ ଫୁଟ୍ ଓଭରବ୍ରିଜ ।ଏଥିପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଆଜି ଅନୁଧ୍ୟାନ କରି ଯାଇଛନ୍ତି । ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବାରୁ ସ୍ଥାନୀୟ ଲୋକମାନେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ଗୋଟିଏ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ମଧ୍ୟ […]

ଚେତାବନୀ ଦେଲେ ବିଧାୟକ

ମେଣ୍ଢାଶାଳ, ୨୭/୬(ଏସଏସନିଉଜ)ଜଟଣୀ ଅଂଚଳରୁ ସରକାର ଇଡ଼ିକୋ କୁ ଶହଶହ ଏକର ଜମି ବେଆଇନି ଭାବେ ଯୋଗେଇଦେଇ ସ୍ଥାନୀୟ ଅଞ୍ଚଳ ବାସି ଙ୍କ ସମସ୍ୟା କୁ ଅଣଦେଖା କରିଆସୁଛନ୍ତି । ଶ୍ମଶାନ, ଜଙ୍ଗଲ ଜମି, ଶିକ୍ଷାନ୍ୟୁଷ୍ଠାନ ପାଇଁ ଥିବା ସରଂକ୍ଷିତ ଜମି କୁ ସରକାରୀ ଦଳର ଜମି ମାଫିଆ ଙ୍କ ଦ୍ୱାରା ନିଜର କରି ଚାଷ ଜମିକୁ ରାସ୍ତା ନଦେଇ ଚାଷୀଙ୍କୁ ହଇରାଣ କରୁଛନ୍ତି ।ସେଇ ସବୁ ଅଞ୍ଚଳରେ ବିଭିନ୍ନ କମ୍ପାନୀ ମାନଗୁଡିକ ସ୍ଥାପନ କରିବା ଲାଗି ସୁଯୋଗ […]

ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୭/୬(ଏସଏସନିଉଜ) ଆକ୍ସନ ମୁଡରେ ରହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ଅଚାନକ ସ୍କୁଲକୁ ଯିବା ସହ ରାସ୍ତାରେ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖି ମଧ୍ୟ ତାଗିଦ୍ କରୁଛନ୍ତି । ଆଉ କାର‌୍ୟ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ଆକ୍ସନ ନେଉଛନ୍ତି ।ମନ୍ତ୍ରୀ ନିମାପଡ଼ା ଗସ୍ତରେ ଆଜି ଯାଇଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ସ୍କୁଟିରେ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଯାଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ । ବିଳମ୍ବରେ କାହିଁକି ସ୍କୁଲକୁ ଆସୁଛ ବୋଲି ପଚାରିଥିବାବେଳେ ସଠିକ୍ […]

ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ ।ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ ମନ୍ତ୍ରୀଟୁକୁନି ସାହୁ ଓ ଜଗନ୍ନାଥ ସାରକା ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦସ୍ତଖତ କଲେ ।ଅନ୍ୟପଟେ ଆଜି ଦିଲ୍ଲୀ ଗସ୍ତ କରିବେ ବିଜେପିର ୧୦ ଜଣ ବିଧାୟକ।ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି ।ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।