Browsing category

ରାଜନୀତି

ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

ଖୋର୍ଦ୍ଧା, ୨୪/୭(ଏସଏସନିଉଜ) ସୁପ୍ରିମକୋର୍ଟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବାର ଜଣାଯାଇଛି। ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ଏହି ଜାମିନରେ କୁହାଯାଇଛି ଯେ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ। କିନ୍ତୁ ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।

ଦ୍ରୌପଦୀ ମୁର୍ମୁ ହେଲେ ଭାରତର ନୂଆ ରାଷ୍ଟ୍ରପତି

ଭୁବନେଶ୍ୱର,୨୧/୭(ଏସଏସନିଉଜ)ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷ ମହାମେଣ୍ଟର ଯଶୱନ୍ତ ସିହ୍ନାକୁ ପରାସ୍ତ କରିଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ସେ ମୋଟ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇଛନ୍ତି । ତୃତୀୟ ରାଉଣ୍ଡରେ ମୋଟ ୩୨୧୯ଟି ଭୋଟ ରହିଥିବା ବେଳେ ତା’ର ମୂଲ୍ୟ ୮ ଲକ୍ଷ ୩୮ ହଜାର ୮୩୯ ରହିଥିଲା । ଦ୍ରୌପଦୀଙ୍କୁ ମିଳିଥିବା […]

୨୧ରେ ଇଡି ଅଫିସ୍ ଘେରିବ କଂଗ୍ରେସ

ଭୂବନେଶ୍ୱର,୧୯/୭(ଏସଏସନିଉଜ) ଆସନ୍ତା ୨୧ ତାରିଖରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ ।ଘେରାଉ ନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରାଯିବ । ସୋନିଆ ଗାନ୍ଧିଙ୍କୁ ଇଡି ର ଦ୍ୱିତୀୟ ସମନର ପ୍ରତିବାଦ କରିବ କଂଗ୍ରେସ ।

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର,୧୯/୭(ଏସଏସନିଉଜ) ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାରେ ଅବଗତ କରିଛନ୍ତି ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିରେ ଆଇ ଟି ପଲିସି-୨୦୨୨କୁ ବି କ୍ୟାବିନେଟ ଅନୁମୋଦନ କରିଛି।୨ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି ।ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି ।ପୁରୀରେ୧୩୫କୋଟି ବନିଯୋଗରେ ନିର୍ମାଣ ହେବ ଧର୍ମଶାଳା ।ପର‌୍ୟ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି […]

ରୁଚିକା ପାଇଁ ଓଡିଶା ବନ୍ଦ

ଭଦ୍ରକ,୧୯/୭(ଏସ ଏସ ନିଉଜ)ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନ୍ୟାୟ ଦାବିରେନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକ 16 ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି ।ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି ।ଆତ୍ମହତ୍ୟା କରିଥିବା ବିଜେବି ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ପାଇଁ ଆଜି ଓଡ଼ିଶା ବନ୍ଦ ପାଇଁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।ଶାନ୍ତିପୂର୍ଣ୍ଣ ପିକେଟିଂ ପାଇଁ ଆହ୍ୱାନ।ବନ୍ଦ୍‌କୁ ଛାତ୍ର କଂଗ୍ରେସର ସମର୍ଥନ ଦିଆଯାଇଛି […]

ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା

ଭୁବନେଶ୍ୱର,୧୯/୭(ଏସ ଏସ ନିଉଜ)ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା ଉପ ରାଷ୍ଟ୍ରପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା ।ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଆଲ୍‌ଭା।କାଲି ପ୍ରାର୍ଥିପତ୍ର ଦାଖଲ କରିଥିଲେ #NDA ପ୍ରାର୍ଥୀ ଜଗଦୀପ ଧନଖଡ୍।ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ହେବ ମତଦାନ ।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର,୧୮/୭(ଏସଏସନିଉଜ) ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦଳ ନିଷ୍ପତ୍ତି ମୁତାବକ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ରହିଥିଲା ।କିନ୍ତୁ ଦଳ ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ । ଭୋଟ୍ ଦେବା ପରେ ମାଟିର ଝିଅକୁ ଭୋଟ ଦେଇଛି ବୋଲି ବିଧାୟକ ମହମ୍ମଦ ମୋକିମ […]

ଶୂନ୍ୟକାଳରେ ଉଠିଲା ଜିଏସଟି ପ୍ରସଙ୍ଗ

ଭୁବନେଶ୍ୱର,୧୮/୭(ଏସ ଏସ ନିଉଜ)ବିଧାନସଭାରେ ଉଠିଛି ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗ । ଗୃହର ଶୂନ୍ୟକାଳରେ ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିଲା ଜିଏସଟି ଝଡ । ଏହା ଗରିବଙ୍କ ପେଟରେ ଲାତ, କମିଟି ହେଉ କହିଲେ ତାରା ବାହିନୀପତି, #GST ହଟାଇବା ଦାବି ସହ ଅର୍ଥମନ୍ତ୍ରୀ ମନ୍ତବ୍ୟ ରଖନ୍ତୁ କହିଲେ ଅମର ଶତପଥୀ।ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି […]

ନାମାଙ୍କନ ଦାଖଲ କଲେ ଜଗଦୀପ ଧନଖଡ଼

ଭୁବନେଶ୍ୱର,୧୭/୭(ଏସ ଏସ ନିଉଜ)ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମାଙ୍କନ NDA ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରୁଛନ୍ତି ଧନଖଡ଼ ।ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ । କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ଓଡିଶା ଆସିଲା ବାଲାଟ ବକ୍ସ

ଭୁବନେଶ୍ୱର,୧୩/୭(ଏସଏସନିଉଜ)ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲାଟ୍ ବକ୍ସ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ ଓଡିଶା ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀକୁ କଡା ସୁରକ୍ଷା ବଳୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଂଗରୁମକୁ ନିଆଯାଇଛି । ସେଠାରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ବାଲାଟ୍ ବକ୍ସ ନିର୍ବାଚନ ସମ୍ପର୍କିତ ସାମଗ୍ରୀକୁ ରଖାଯାଇଛି!.. ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ […]