Browsing category

ରାଜନୀତି

ସବୁ ଆସନପାଇଁ ପ୍ରସ୍ତୁତି କରୁଛୁ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ବିଜେପି ରାଜ୍ୟନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ।ଗୋଟିଏ ଗୋଟିଏ ଆସନପାଇଁ ଚର୍ଚ୍ଚା ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତା କହିଛନ୍ତି ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ, ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

ସ୍କୁଲକର୍ମଚାରୀଙ୍କୁ ମିଳିବ ସାମୟିକଛୁଟି

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅନୁଦାନପ୍ରାପ୍ତ ସ୍କୁଲ କର୍ମଚାରୀଙ୍କୁ ମିଳିବ ୧୫ଦିନର ସାମୟିକ ଛୁଟି।ଶିକ୍ଷକ ଓ ଅଣଶିକ୍ଷକଙ୍କୁ ବର୍ଷକୁ ମିଳିବ ୧୫ ଦିନର ସାମୟିକ ଛୁଟି।ମହିଳାକର୍ମଚାରୀଙ୍କୁ ମିଳିବ ୧୮୦ ଦିନର ସବୈତନିକ ମାତୃତ୍ୱ ଛୁଟି ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଏହାଦ୍ୱାରା ୩୩ହଜାର ୪୨୦ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ ବୋଲି ଜଣାପଡିଛି।

ଶଙ୍ଖଧରିଲେ ବିଜୟଙ୍କପୁଅ ଅରବିନ୍ଦ!

କେନ୍ଦ୍ରାପଡ଼ା,୭।୩(ଏସଏସନିଉଜ) ଆଜି ବରିଷ୍ଠ ବିଜେପିନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି।ଦଳର ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍ଖଭବନଠାରେ ଅରବିନ୍ଦ ଶଙ୍ଖ ଧରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିବାସହ ପ୍ରାୟ ଦୁଇବର୍ଷ ହେବ ଅରବିନ୍ଦଙ୍କୁ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା।ଆଗାମୀଦିନରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ କେଉଁଦଳରେ ମିଶିବେ […]

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଜନବିରୋଧୀ ବ୍ୟକ୍ତିଙ୍କୁ ନେଉଛି BJP !

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ରଙ୍କ BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।ସେଏକ ପ୍ରେସମିଟ୍ ରେ କହିଛନ୍ତି ଯେ, ନୂଆନେତା ତିଆରିକରିବାରେ ବିଜେପି ସକ୍ଷମନୁହେଁ ।୨୦୧୯ ତୁଳନାରେ ୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବBJP ।ଜନବିରୋଧୀ ବ୍ୟକ୍ତିଙ୍କୁ ଦଳରେ ମିଶାଉଛି ବିଜେପି ।୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି ବୋଲି ସ୍ବୟମ ପ୍ରକାଶ କହିଛନ୍ତି ।ସେପୁଣି କହିଛନ୍ତି ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ବିଜେପି ଆପଣାଉଛି ।ଟିକେଟ ସମ୍ଭବନା ନ ଥିବା ନେତାଙ୍କୁ ସାମିଲ କରୁଛି […]

ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର,୨ା୩(ଏସଏସନିଉଜ)ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରିଛି ବିଜେପି । ପ୍ରଥମପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୫ ଜଣପ୍ରାର୍ଥୀ ହୋଇଛନ୍ତି ।ଏଥିମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ବିଜେପିର ପ୍ରଥମପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ସ୍ଥାନ ପାଇଛନ୍ତି ।ଏହି ତାଲିକାରେ ୪୭ ଯୁବନେତା ଓ ୨୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବାରଣାସୀରୁ ଲଢ଼ିବେ […]

ପଦ୍ମ ଧରିବେ ରାଜୁଦାସ

ଭୁବନେଶ୍ୱର,୨।୩(ଏସଏସନିଉଜ)ବିଜେପିରେ ଯୋଗ ଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ରଦାସ।ଧାମନଗରର ପୂର୍ବତନବିଧାୟକ ରାଜେନ୍ଦ୍ର ଦାସ ପଦ୍ମଧରିବେ।ଆସନ୍ତା ୪ତାରିଖରେ ବିଜେପିରେ ଯୋଗଦେବେ କହିଲେ ରାଜୁ।ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ରଦାସ।ଅବନ୍ତୀଦାସଙ୍କୁ ବିଜେଡ଼ିପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ।ପରେ ସ୍ୱାଧିନଭାବେ ନାମାଙ୍କନ କରିଥିଲେ,ବିଜେଡ଼ି ନିଲମ୍ବିତ କରିଥିଲା।

ବିଜେଡି ଛାଡ଼ିଲେ ଅରବିନ୍ଦ ଢାଲି

  ଭୁବନେଶ୍ୱର,୨।୩(ଏସଏସନିଉଜ)ବିଜେଡି ଛାଡ଼ିଲେ ଦଳର ବରିଷ୍ଠନେତା ତଥା ୬ଥରର ବିଧାୟକ ତଥା ଜୟଦେବବିଧାୟକ ଅରବିନ୍ଦଢାଲି ।ବିଜେଡିର ପ୍ରାଥମିକସଦସ୍ୟ ପଦରୁ ଇସ୍ତଫାଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ଗତକାଲି ପଠାଇଛନ୍ତି।ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।ମନହେଲା ଦଳ ଛାଡ଼ିଦେଲି।ସନ୍ତୁଷ୍ଟନାହିଁ ବୋଲି ଦଳ ଛାଡ଼ିଛି ବୋଲି କହିଛନ୍ତି।ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେବି ।ସେଠାରେ ହିଁ ଛାଡ଼ିବାର କାରଣ କହିବି ବୋଲି କହିଛନ୍ତି।

ପ୍ରଫୁଲ୍ଲ ସାମଲଙ୍କୁ ୮ଘଣ୍ଟା ଜେରା!

ଭୁବନେଶ୍ୱର,୨୮।୨(ଏସଏସନିଉଜ)୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ।ଇଡି ଅଫିସ୍‌ରୁ ବାହାରିବାପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରଖିଲେ।ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି।ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି କହିଲେ ପ୍ରଫୁଲ୍ଲ।ବରପଦା ଇଂଜିନିୟରିଂ କଲେଜଜମି ମାମଲାରେ ହାଜର ହୋଇଥିଲେ।ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଡି।ନୋଟିସ ଅନୁସାରେ ଆଜି ଦିନ ସାଢ଼େ ୧୧ଟାରେ ହାଜର ହୋଇଥିଲେ ପ୍ରଫୁଲ୍ଲ।

କାନ୍ଦିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୮।୨(ଏସଏସନିଉଜ)କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଆଜିଏକ ଭତ୍ତାବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ।ସେଠାରେ ୪ପଂଚାୟତର ଲୋକମାନେ ଉପସ୍ଥିତ ଥିଲେ।ସାଧାରଣଲୋକଙ୍କୁ ଅଭିଭାଷଣ ଦେବା ବେଳେ ସେ କାନ୍ଦି ପକାଇଥିଲେ।ସେ କହିଲେଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ନାହାନ୍ତି।ତାଙ୍କର ବାପାମାଆ, ପୁଅ-ଝିଅ କେହିନାହାନ୍ତି ।ସିଏ ମରିଗଲେ ତାଙ୍କ ମୁହଁରେ ପାଣି କି ମୁଖାଗ୍ନି ଦେବାକୁ ବି କେହି ନାହାନ୍ତି କହି କାନ୍ଦି ପକାଇ ଥିଲେ।ମନ୍ତ୍ରୀଙ୍କ କାନ୍ଦିବାକୁ ନେଇ ଏବେ ଭିର୍ଣ ଭିର୍ଣ ଆଲୋଚନା ମାନ ଆରମ୍ଭ ହୋଇଯାଇଛି।