ଆଜି ଆସିପାରେ

ବିଜେପିର ଚତୁର୍ଥପର୍ଯ୍ୟାୟ ପ୍ରାର୍ଥୀତାଲିକା

ଭୁବନେଶ୍ୱର,୨୪।୩(ଏସଏସନିଉଜ)ବିଜେପିର ସିଇସି ବୈଠକରେ ଓଡ଼ିଶାପ୍ରାର୍ଥୀ ପ୍ରସଙ୍ଗରେ ଆଲୋଚନା ହୋଇଥିବାର ଜଣାପଡିଛି।ବିଜେପି ମୁଖ୍ୟାଳୟରେ ବିଳମ୍ବିତରାତି ଯାଏଁ ଚାଲିଥିଲା ବୈଠକ।ବୈଠକପରେ ରାଜ୍ୟସଭାପତି ମନମୋହନ ସାମଲ ତାଙ୍କପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶାର ୨୧ଲୋକସଭା ଆସନ ଉପରେ ଆଲୋଚନା ହୋଇଛି।ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ୍ ଓ ଷ୍ଟାଟେଜିନେଇ ଆଲୋଚନା ହୋଇଛି।ଜାତୀୟ ଗଣମାଧ୍ୟମସଂସ୍ଥା ANIସୂତ୍ରରୁ ସୂଚନା ମୁତାବକ ସମ୍ବଲପୁରରୁ ଧର୍ମେନ୍ଦ୍ରପ୍ରଧାନ,ପୁରୀରୁ ସମ୍ବିତପାତ୍ର, ଭୁବନେଶ୍ବରରୁ ଅପରାଜିତାଷଡ଼ଙ୍ଗୀ ପ୍ରାର୍ଥୀ ହୋଇପାରନ୍ତି।ଓଡ଼ିଶା ସମେତ ୟୁପି, ଆନ୍ଧ୍ର, ପଶ୍ଚିମବଂଗ, ରାଜସ୍ଥାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡିଛି।ଅନ୍ୟପଟେ ଆଜି ଆସିପାରେ ବିଜେପିର ଚତୁର୍ଥପର୍ଯ୍ୟାୟ ପ୍ରାର୍ଥୀତାଲିକା । ଓଡ଼ିଶା,ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ,ରାଜସ୍ଥାନ, ଉତରପ୍ରଦେଶର ପ୍ରାଥୀଙ୍କନାମ ଘୋଷଣା ହୋଇପାରେ ବୋଲି ଜଣାପଡିଛି।

Comments (0)
Add Comment