କୀଟନାଶକପିଇ ଜୀବନହାରିବା ପାଇଁ ଉଦ୍ୟମକଲେ ଏମପି

ଭୁବନେଶ୍ୱର,୨୫ା୩(ଏସଏସନିଉଜ) ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ସେ ସୋମବାର କୀଟନାଶକ ପିଇ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଏ. ଗଣେଶମୂର୍ତ୍ତିଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି ।ଅନ୍ୟପଟେ ଅଧିକ ଚିକିତ୍ସା ପାଇଁ ସାଂସଦଙ୍କୁ କୋଏମ୍ବଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାଂସଦ ଜୀବନ ହାରିବା ଭଳି ପଦକ୍ଷେପ କେଉଁ କାରଣରୁ ନେଇଛନ୍ତି ତାହା ସଠିକଭାବେ ଜଣାପଡିନଥିବାବେଳେ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ ଗଊଗକ ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ। ଗଣେଶମୂର୍ତ୍ତିଙ୍କୁ ଭେଟିବା ପାଇଁ ଅନେକ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି।

 

Comments (0)
Add Comment