Browsing category

ରାଜନୀତି

ବିଜେପିର ଅମୃତକଳସ ଶୋଭାଯାତ୍ରା

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ଅମୃତ କଳସ ଧରି ବିଜେପିର ଶୋଭାଯାତ୍ରା ଆରମ୍ଭ ହୋଇଛି।ମୋମାଟି ମୋଦେଶ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଛି।ରାଜ୍ୟ କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏ ଏହି ଶୋଭାଯାତ୍ରା ଯାଇଛି। ଅମୃତ କଳସ ଧରି ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପିନେତା ଓ କର୍ମୀ।ସ୍ୱତନ୍ତ୍ର ଟ୍ରେନ୍‌ରେ ଅମୃତ କଳସ ଧରି ଦିଲ୍ଲୀ ଯିବେ କର୍ମୀ। ୩୧ତାରିଖରେ ଦିଲ୍ଲୀରେ ଅମୃତ ବାଟିକାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ଜାନୁୟାରୀ୫ରେ ଚୂଡ଼ାନ୍ତ ଭୋଟରତାଲିକା

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ)୨୦୨୪ରେ ଆଗାମୀ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିାସ୍ୱୀକୃତିପ୍ରାପ୍ତ ରାଜନୖତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସର୍ବଦଳୀୟ ବୈଠକରେ ମୁଖ୍ୟନିର୍ବାଚନଅଧିକାରୀ ନିକୁଞ୍ଜଧଳ ଅଧ୍ୟକ୍ଷତା କରିଥିଲେ ।ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ହୋଥିବାବେଳେ ୨୭ରେ ଚିଠାଭୋଟର୍ ତାଲିକା ଓ ଜାନୁୟାରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାସ ପାଇବାକୁ ଯାଉଛି ।  

ମୁଁ ପୁଣିଥରେ ଲଢିବି

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) କଂଗ୍ରସରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ୍ ପୁଣିଥରେ କଂଗ୍ରସରୁ ଲଠିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ସେକହିଛନ୍ତି ଖୁବଶୀଘ୍ର ନିଲମ୍ବନ ଉଠିବ ଓ ମୁଁ କଂଗ୍ରେସରୁ ଲଢ଼ିବି । ମୁଁ କଂଗ୍ରେସର ତ୍ରୁଣମୂଳ ସ୍ତରର ନେତା ।ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି, ଆଗକୁ ଚିତ୍ର ସ୍ପଷ୍ଟ ହେବାଯେତେ ଆକ୍ସନ ନେଲେ ବି ଦଳରେ ଅଛି ଓ ରହିବି ।ଖୁବଶୀଘ୍ର ମୋତେ ଦଳ ଗ୍ରହଣ କରି ମୋତେ ଆପଣାଇ ମୋ ଦାୟିତ୍ଵ ଫେରାଇବ ବୋଲି […]

ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) ସେବାୟତଙ୍କ ବିବାଦ ଯୋଗୁ ଆଜି ବି ଉପାସରେ ଅଛନ୍ତିଶ୍ରୀଲିଙ୍ଗରାଜ ।ଗତକାଲି ମଙ୍ଗଳଆଳତି ପରଠୁ ଠାକୁରଙ୍କର ନୀତିକାନ୍ତି କି ଭୋଗ ମଧ୍ୟ ହୋଇନଥିଲା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇଛି । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ କରାଯାଇଥିବା ଜଣାପଡ଼ିଛି । ଗତକାଲି ଠାରୁ ଖାଡ଼ା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ […]

ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାପରେ ଶ୍ରୀରାମ ଜନ୍ମଭୂମିଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରତିଷ୍ଠା ସମୟରେ ଦେଶର ସମସ୍ତ ପ୍ରମୁଖ […]

ସ୍ୱେଚ୍ଛାକୃତ ଅବସରନେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ସ୍ୱେଚ୍ଛାକୃତ ଭାବେ ଅବସର ନେଲେ5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଲା କାର୍ମିକ ମନ୍ତ୍ରାଳୟ । VRSନେଇ ଅକ୍ଟୋବର୨୦ରେ ରାଜ୍ୟସରକାର ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି ।

ଘରୋଇବସ୍ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଡାକରାଦିଆଯାଇଥିବା ରାଜ୍ୟବ୍ୟାପି ବସ୍ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ୧ଘଣ୍ଟା ଧରି ଆଲୋଚନାପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୬ ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ । ଆସନ୍ତା ୨୬ରେ […]

ସାରା ରାଜ୍ୟରେ ଗଡ଼ୁନି ଘରୋଇ ବସ୍

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର‌୍ୟ୍ୟନ୍ତ ସାରାରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସାଧାରଣରେ ଦେଖାଦେଇଛି ।ଯାହାଫଳରେ ସାରାରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖିବାକୁମିଳିଛି। ଘରୋଇବସକୁ ଚାଡିଦେଇ କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ଆଜିଠାରୁ ସ୍କୁଲ,କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି।ଏହିପରିସ୍ଥିତିରେ ଘରୋଇବସ୍ ସେବା ବନ୍ଦ ହୋଇଥିବାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେଦିନପର‌୍ୟ୍ୟନ୍ତ ରାଜ୍ୟସରକାର ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ […]

ଇଂଜଣା ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ବାରଙ୍ଗ,୧୯।୧୦(ଏସଏସନିଉଜ) ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ବ୍ଲକର ଇଂଜଣା ପଞ୍ଚାୟତରେ କର୍ମୀମାନଙ୍କୁ ନେଇ ଗୁରୁବାରଦିନ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଶୋଭାଯାତ୍ରାରେ ସାମିଲ ହୋଇଥିବା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି। ଇଂଜଣା ଗ୍ରାମ୍ୟ ମଙ୍ଗଳ କମିଟିର ସଭାପତି ପ୍ରଦୀପ ଦାସ, ଗ୍ରାମ୍ୟ କମିଟିର ସମ୍ପାଦକ ପବିତ୍ର କୁମାର ପ୍ରଧାନ,ଗ୍ରାମ୍ୟକମିଟିରସହସମ୍ପାଦକ ତଥା ଦୁର୍ଗାପୂଜା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଗାଁ ମୁଣ୍ଡରୁ ସଂକୀର୍ତ୍ତନ କରି ବିରାଟ ଶୋଭାଯାତ୍ରାରେ […]

ଓଡ଼ିଶାର ନୂଆରାଜ୍ୟପାଳ ହେଲେ ଝାଡ଼ଖଣ୍ଡର ପୂର୍ବତନମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କୁ ନିଯୁକ୍ତ ଦିଆଯାଇଥିବାନେଇ ରାଷ୍ଟ୍ରପତି ଭବନରୁ ସୂଚନା ଜାରି କରାଯାଇଛି ।ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଥିବାବେଳେ ଖୁବଶୀଘ୍ର ଏହି ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରାଯିବ ।