କଂଗ୍ରେସରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଭୁବନେଶ୍ବର,୪।୧(ଏସଏସନିଉଜ) ଭାଇ ମୁଖ୍ୟମନ୍ତ୍ରୀ କିନ୍ତୁ ଭଉଣୀ ଏବେ ବିରୋଧୀ ଶିବିରରେ ଦେଖିବାକୁ ମିଳିଛି ।ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା ।ଦୀର୍ଘଦିନର ବିବାଦ ପରେ ଶେଷରେ କଂଗ୍ରେସକୁ ବାଛି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି । ଏହି ଅବସରରେ ତାଙ୍କ ଦଳ ‘ୱାଇଏସ୍‌ଆର୍ ତେଲେଙ୍ଗାନା ପାର୍ଟି’ ମଧ୍ୟ ‘କଂଗ୍ରେସ ପାର୍ଟି’ରେ ମିଶିଲା ବୋଲି ଶର୍ମିଲା ଘୋଷଣା କରିବା ସହିତ ତାଙ୍କୁ ‌ଯାହା ଦଳ ଦାୟିତ୍ବ ଦବ ତାହା ସେ ପାଳନ କରିବେ ବୋଲି କହିଛନ୍ତି । ଶର୍ମିଲା ହେଉଛନ୍ତି ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ୱାଇ. ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ।

Comments (0)
Add Comment