ନୟାପାଟଣା-ଆମ୍ବବରେଇ ବିଜୁସେତୁ
ବାରଙ୍ଗ, ୧୧ା୬ (ଏସଏସନିଉଜ) ବେଲଗଛିଆ ପଞ୍ଚାୟତର ନୟାପାଟଣା ଓ ଆମ୍ବବରେଇରୁ ଦାଢ଼ାପାଟଣା ପଞ୍ଚାୟତର ମଧୁସୂଦନପୁରକୁ ସଂଯୋଗ କରୁଥିବା ପୁରୀମେନକେନାଲ ଉପରେ ବିଜୁସେତୁ ନିର୍ମାଣ ପାଇଁ ରବିବାରଦିନ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ।ପୂର୍ବରୁ ଥିବା ଲୁହା ସେତୁଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା।ଫଳରେ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା।ଉଭୟ ଗ୍ରାମ ଚାଷ ଜମି ସବୁ ପୁରୀ ମୁଖ୍ୟ କେନାଲ ଅପର ପାର୍ଶ୍ଵରେ […]