ନୟାପାଟଣା-ଆମ୍ବବରେଇ ବିଜୁସେତୁ

ଭୂମିପୂଜନ କଲେ ବିଧାୟକ

ବାରଙ୍ଗ, ୧୧ା୬ (ଏସଏସନିଉଜ) ବେଲଗଛିଆ ପଞ୍ଚାୟତର ନୟାପାଟଣା ଓ ଆମ୍ବବରେଇରୁ ଦାଢ଼ାପାଟଣା ପଞ୍ଚାୟତର ମଧୁସୂଦନପୁରକୁ ସଂଯୋଗ କରୁଥିବା ପୁରୀମେନକେନାଲ ଉପରେ ବିଜୁସେତୁ ନିର୍ମାଣ ପାଇଁ ରବିବାରଦିନ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ।ପୂର୍ବରୁ ଥିବା ଲୁହା ସେତୁଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା।ଫଳରେ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା।ଉଭୟ ଗ୍ରାମ ଚାଷ ଜମି ସବୁ ପୁରୀ ମୁଖ୍ୟ କେନାଲ ଅପର ପାର୍ଶ୍ଵରେ ରହିଥିବାରୁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେପଟେ ଜୟପୁର,ବେଲଗଛିଆ,ମଧୁସୂଦନପୁର ଆଦି ଗ୍ରାମ ମାନଙ୍କୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଇଥିଲା।ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପୁରୀ ମୁଖ୍ୟ କେନାଲ ଉପରେ ୫କୋଟି ୬ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଥିବା ଏହି ନୂତନ ବିଜୁସେତୁକୁ ୧୫ ମାସ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଖପାଖ ଗ୍ରାମର ଶତାଧିକ ଗ୍ରାମବାସୀ ଏହି ଉତ୍ସବରେ ଉପସ୍ଥିତ ରହି ଦୀର୍ଘ ଦିନର ଆଶା ପୂରଣ ହେବା ନେଇ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ। (ଗୌତମରାଉତଙ୍କ ରିପୋର୍ଟ)

Comments (0)
Add Comment