Browsing category

ରାଜନୀତି

ରାଜନୀତିରୁ କେବେଅବସର ନେଇନଥିଲି କି ନେବିନି!

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଏବେ ରାଜନୀତିରୁ ସନ୍ନ୍ୟାସ ନେବେନିବୋଲି ଖୋଦ୍ ସୋନିଆଗାନ୍ଧୀ ଏହା ସ୍ପଷ୍ଟକରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ରିଟାୟର ହୋଇନଥିଲେ କି ଆଗକୁ ବି ହେବେନାହିଁ। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତିା

ବିଜେପିର ବୁଥ୍ ସଶକ୍ତୀକରଣ କର୍ମଶାଳା

ଭୁବନେଶ୍ୱର,୨୫ା୨(ଏସଏସନିଉଜ) ବିଜେପିର ରାଜ୍ୟକାର୍ଯ୍ୟାଳୟରେ  ରାଜ୍ୟସ୍ତରୀୟ ବୁଥ୍ ସଶକ୍ତୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।୩୬ହଜାର ବୁଥରେ ସଂଗଠନ ମଜଭୂତ ପାଇଁ ଉଦ୍ୟମ କରାଯାଇଛି । କେନ୍ଦ୍ରୀୟଯୋଜନା ବାବଦରେ ଲୋକଙ୍କୁ ବୁଝାଇବା ଲାଗି ଗୁରୁମନ୍ତ୍ର ଦିଆଯାଇଛି ।ବୈଠକରେ କ୍ଷେତ୍ରୀୟପ୍ରଭାରୀ ସୁନୀଲ ବଂଶଲଙ୍କ ସମେତ ରାଜ୍ୟବିଜେପିନେତାମାନେ ଉପସ୍ଥିତଥିଲେ ।

ଏଣିକି କିନ୍ନରମାନେ ସରକାରୀ ଚାକିରି କରିପାରିବେ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ଏଣିକି କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବୋ ସରକାର ଲାଗୁ କଲେ ନୂଆ ନିୟମ ।ପୂର୍ବରୁ ସରକାରୀଚାକିରି କେବଳ ପୁରୁଷ ଓ ମହିଳାଶ୍ରେଣୀଙ୍କ ପାଇଁ ଉପଲବ୍ଧ ରହିଥିଲା ।ଏଣିକି ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଚାକିରି କ୍ଷେତ୍ରରେ ଏହି ସୁବିଧା ପାଇପାରିବେ ।ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଏକ ନୂଆନିୟମ ଲାଗୁ କରିଛନ୍ତି ।

ନୂଆ ରୂପନେବ ବିଜୁବାବୁଙ୍କ ‘ଡାକୋଟା’ ବିମାନ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ନୂଆ ରୂପ ନେବାକୁ ଯାଉଛି ବିଜୁବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ।ଡାକୋଟାର ମରାମତି ସହ ରଙ୍ଗଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ୫ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣଭାବେ ପ୍ରଦର୍ଶନନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।ଆସନ୍ତା ସୋମବାରସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ ବରାଲି ଜଣାପଡିଛି ।

ମାର୍ଚ୍ଚ୧ରେ ଭାରତଆସିବେ ଆମେରିକା ବୈଦେଶିକମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ଏସଏସନିଉଜ)ମାର୍ଚ୍ଚ୧ରେ ଭାରତ ଆସିବେ ଆମେରିକା ବୈଦେଶିକମନ୍ତ୍ରୀ ଆଣ୍ଟୋନିବ୍ଲିଙ୍କେନ ।ଭାରତରେ ଅନୁଷ୍ଠିତ ହେବାକୁଥିବା ଜି -୨୦ ବୈଦେଶିକମନ୍ତ୍ରୀ ବୈଠକରେ ଯୋଗଦେବେ।ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଭେଟିବେ।ଏଥର ଭାରତ ଜି -୨୦ର ଅଧ୍ୟକ୍ଷତା କରୁଛି।ସେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର‌୍ୟ୍ୟନ୍ତ ଭାରତରେ ରହିବେ। ଏହି ସମୟରେ ସେ ସମସ୍ତ ନେତାଙ୍କୁ ଭେଟିବେ ବୋଲି ଜଣାପଡିଛି।

ସ୍କ୍ରାପ୍ ହେବ ୨୦ଲକ୍ଷ ଗାଡ଼ି

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ରାଜ୍ୟରେ ସ୍କ୍ରାପ୍ ହେବ ୨୦ଲକ୍ଷ ୩୯ହଜାର୫୦୦ଗାଡ଼ି। ୧୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ୍ ନଥିବା ଗାଡ଼ିକୁ ସ୍ପ୍ରାପିଂ କରାଯିବ। ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ଦେଇଛନ୍ତି। ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ସର୍ବାଧିକ ବାଇକ ଓ ସ୍କୁଟର। ୧୨ଲକ୍ଷ ୯୯ହଜାର ୩୫୧ଟି ବାଇକ ଓ ସ୍କୁଟର ସ୍କ୍ରାପିଂ କରାଯିବ। ରାଜ୍ୟରେ ୮୦ ଲକ୍ଷ ୨୦ହଜାର ୫୦୦ଗାଡ଼ିର ଫିଟନେସ୍ ରହିଛି।ମାର୍ଚ୍ଚ୧୫ ସୁଦ୍ଧା ଗାଡି ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି […]

ସରିନି ହକି ହିସାବ !

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)ବିଶ୍ବକପ୍ ହକିରେ କେତେଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସରିନି। ଖର୍ଚ୍ଚ ନେଇ ଚୂଡ଼ାନ୍ତ ହିସାବ ହୋଇନି କହିଲେ କ୍ରୀଡ଼ାମନ୍ତ୍ରୀ। ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ଏହି ସୂଚନା ଦେଇଥିଲେ।ବିଶ୍ବକପ ପାଇଁ ରାଜ୍ୟ ବଜେଟରେ ୭୫ କୋଟିର ବ୍ୟୟବରାଦ ହୋଇଥିଲା। ‘ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚର ଚୂଡ଼ାନ୍ତ ହିସାବ ହୋଇନି’। ‘କଟକ ଉଦଘାଟନୀ ଉତ୍ସବର ସବୁ ଖର୍ଚ୍ଚ ହକି ଇଣ୍ଡିଆ ବହନ କରିଥିଲା ବୋଲି ସେ କହିଥିଲେ।

ପ୍ରଶାସନପାଖରେ ନାହିଁ କୋଟିଆ ତଥ୍ୟ

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କୋଟିଆରେ ଆନ୍ଧ୍ର ରାସନ , ଭତ୍ତା ବଣ୍ଟନ କରିବା ତଥ୍ୟ ନାହିଁ। ଜିଲ୍ଲା ପ୍ରଶାସନ ପାଖରେ ଏନେଇ ତଥ୍ୟ ନଥିବା କହିଲେ ରାଜସ୍ବ ମନ୍ତ୍ରୀ। ଏମିତିକି ଆନ୍ଧ୍ର ସେଠାରେ କିଛି ରାସ୍ତା ନିର୍ମାଣ କରିନି କହିଲେ ମନ୍ତ୍ରୀ।ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଏହାଥିଲା ଉତ୍ତର।  

ଚାଲେଂଜକଲେ ଜୟ ନାରାୟଣ !

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ବିଧାନସଭା ଶୂନ୍ୟକାଳ ରେ ଚାଲେଂଜକଲେ ଜୟ ନାରାୟଣ ମିଶ୍ର। ଯଦି ମୁଁ ଅପରାଧୀ , ମୋନାଁରେ ଚାର୍ଜସିଟ୍ କରନ୍ତୁବୋଲି କହିଲେ। ମୁଁ ଖୋଲା ବିତର୍କପାଇଁ ପ୍ରସ୍ତୁତ , ମୋସହ ଖୋଲାବିତର୍କ କରନ୍ତୁ’। ‘ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି।୬ଜଣଙ୍କ ନାଁରେ ୩୦୭ , ୫ଜଣଙ୍କ ନାଁରେ ଅସଦାଚରଣ ମାମଲା ରହିଛି। ଜଣଙ୍କନାଁରେ ବଳାତ୍କାର , ୪ ଜଣଙ୍କ ନାଁରେ ଅପହରଣ ମାମଲା ରହିଛି। ନିଜ କଥାକହି ମାଡ଼ ଖାଇଥିବାଲୋକ ନାଁରେ […]

ଭୂକମ୍ପଜୋନ୍-୩ରେ ତାଳଚେର ବ୍ଲକ

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ଭୂକମ୍ପଜୋନ୍-୩ରେ ତାଳଚେର ବ୍ଲକ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ରହିଛି। ଏହାହେଉଛି ବିଧାନସଭାରେ ରାଜସ୍ବମନ୍ତ୍ରୀ ପ୍ରମିଳାମଲ୍ଲିକଙ୍କ ଲିଖିତ ଉତ୍ତର।NDMA, BMTPCଦ୍ବାରା ଭୂକମ୍ପ ଆଟଲାସ ପ୍ରକାଶିତ କରାଯାଇଛି। ଏହି ଆଟଲାସ ଅନୁସାରେ ତାଳଚେରବ୍ଲକ ଜୋନ୍-୩ ଭାବେ ଚିହ୍ନଟ ହୋଇଛି।