Browsing category

ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ) ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ।ନାପିଅରରେ ଉଭୟ ଦଳ ମୁହାଁମୁହିଁ ହେବେ। ସିରିଜର ପ୍ରଥମମ୍ୟାଚ ବର୍ଷାଦ୍ୱାରା ଧୋଇ ହୋଇଯାଇଥିଲା। ଏଥିସହିତ ଦ୍ୱିତୀୟ ଟି-୨୦ରେ ଭାରତୀୟଦଳ ୬୫ରନରେ ଜିତିଥିଲା।ଏହି ବିଜୟସହିତ ଟିମଇଣ୍ଡିଆ ସିରିଜରେ୧-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଭାରତୀୟଦଳ ଏହି ସିରିଜଜିତିବାକୁହେଲେ ଶେଷମ୍ୟାଚ ଜିତିବାକୁ ପଡ଼ିବ।ଟସ ସକାଳ ୧୧.୩୦ରେ ହେବ।  

ଆଜିଠୁ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ

ଭୁବନେଶ୍ୱର,୨୦/୧୧(ଏସ ଏସ ନିଉଜ)ଆଜିଠୁ ଆରମ୍ଭ ହେବ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ। ଆୟୋଜକ କତାର-ଇକ୍ୱେଡର ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବ ଫିଫା ବିଶ୍ୱକପ। ଭାଗ ନେବେ ୩୨ଟି ଟିମ୍; ୮ଟି ଷ୍ଟାଡିଅମରେ ଖେଳାଯିବ ୬୪ଟି ମ୍ୟାଚ୍।

ଚମକିଲେ ସୂର୍ଯ୍ୟ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ଟି-୨୦ ବିଶ୍ୱକପ୍ ରେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଟି-୨୦ ବିଶ୍ୱକପ୍‌: ଜିମ୍ବାୱେକୁ ୧୮୭ ରନ୍ ଟାର୍ଗେଟ୍ ଦେଇଛି ଭାରତ ।ଦଳ ନିର୍ଦ୍ଧାରିତ ୨୦ଓଭର ଖେଳି ୧୮୬ରନ୍ କରିଛି।ଭାରତପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ରନ୍ କରିଥିବାବେଳେ କେଏଲ୍ ରାହୁଲ ୫୧ରନ୍, ବିରାଟକୋହଲି ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ୍ କରିଛନ୍ତି ।

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ବିଶ୍ବକପର ଦ୍ବିତୀୟମ୍ୟାଚରେ ଜିତିଛି ଭାରତ ।ନେଦରଲାଣ୍ତ୍ସକୁ ହରାଇ ବିଜୟ ତିଳକ ଲଗାଇଲା ଭାରତ । ଗର୍ଜିଛି ବିରାଟଙ୍କ ବ୍ୟାଟ ଓ ବିସ୍ଫୋରକ ଇନିଂସ ଖେଳିଛନ୍ତି ସୂର୍ଯ୍ୟକୁମାର ।ଭାରତ ପକ୍ଷକୁ ବିରାଟ କୋହଲିଙ୍କ ନାମରେ ସର୍ବାଧିକ ରନ । ଟି-୨୦ ବିଶ୍ବକପରେ ଭାରତର ଦ୍ବିତୀୟ ବିଜୟ ହୋଇଛି । ୫୬ ରନ୍‌ରେ ନେଦରଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ । ଭାରତ ୧୭୯/୨, ନେଦରଲାଣ୍ଡ ୧୨୩/୯ ।ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ୍ । ଭୁବନେଶ୍ବର, ଅର୍ସଦୀପଙ୍କୁ […]

ଟି-୨୦ବିଶ୍ବକପରେ ଭାରତ ବିଜୟୀ

ଭୁବନେଶ୍ୱର,୨୨/୧୦(ଏସଏସ ନିଉଜ)ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ।ଟି-୨୦ ବିଶ୍ବକପରେ ପାକିସ୍ତାନକୁ ହରାଇଲା ଭାରତ।ପ୍ରଥମ ମ୍ୟାଚ୍‌ରେ ୪ ୱିକେଟରେ ଭାରତ ବିଜୟୀ ହୋଇଛି।୮୨ ରନ୍‌ର ଧୂଆଁଧାର ଇନିଂସ ଖେଳି ସୁପର ସନ୍‌ଡେରେ ସୁପର ବିଜୟ ଦେଲେ କୋହଲି।୧୬୦ ରନ୍‌ର ଟାର୍ଗେଟ ରଖିଥିଲା ପାକିସ୍ତାନ।ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି) ଭାରତ ଓ ପାକିସ୍ତାନର କ୍ରିକେଟ୍ ଦଳ ମଧ୍ୟରେ ମହାଯୁଦ୍ଧରେ ପାକିସ୍ତାନକୁ ହରାଇଲା ଭାରତ ।

ପ୍ରଣବ ପ୍ରକାଶ ହେଲେ ଓସିଏ ସଭାପତି

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଓସିଏ ସଭାପତି ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ନାମାଙ୍କନ ଦାଖଲ ପାଇଁ ଗୋଟିଏ ଦିନ ରହିଥିବା ବେଳେ ଅନ୍ୟ କେହି ପ୍ରାର୍ଥପତ୍ର ଦାଖଲ କରିନାହାନ୍ତି । ତେଣୁ ପ୍ରଣବ ପ୍ରକାଶ ଦାସ ଏକ ପ୍ରକାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୮ ତାରିଖରେ କେବଳ ବିଧିବଦ୍ଧ ଘୋଷଣା […]

ସିନେମା ଦୁନିଆରେ ଧୋନି

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)କ୍ରିକେଟ ପରେ ସିନେମା ଦୁନିଆରେ ପାଦ ରଖିଛନ୍ତି ଧୋନି ।ଖୁବଶୀଘ୍ର ସିଲଭର ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି କ୍ୟାପଟେନ କୁଲ ମାହି ।ଧୋନୀ ଏଣ୍ଟରଟେନମେଣ୍ଟ ନାଁରେ ନିଜର ଏକ ପ୍ରଡକ୍ସନହାଉସ ରଖିଛନ୍ତି ।ମାହିଙ୍କ ଏହି ପ୍ରଡକ୍ସନହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ ।ଏଣିକି ରଜନୀକାନ୍ତ, ଧନୁଷ, ଜୁନିୟର ଏନଟିଆର ଓ ଥାଲାପତି ବିଜୟଙ୍କଭଳି ଷ୍ଟାରମାନଙ୍କ ସହ କାମକରିବେ ଟିମଇଣ୍ଡିଆର ବାହୁବଳୀ ।

ଆଜି ଆରମ୍ଭ ହେବ ଫିଫା ମହିଳାବିଶ୍ୱକପ୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨।ଓଡିଶା ଓ ଗୋଆରେ ଟୁର୍ଣ୍ଣାମେଂଟ୍‌ର ଓପ୍‌ନିଙ୍ଗ ଗେମ୍ ଖେଳାଯିବ । ଆୟୋଜକରାଷ୍ଟ୍ର ଭାରତ ଆଜି ରାତି୮ଟାରେ ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମରେ ୟୁଏସ୍‌ଏ ବିପକ୍ଷରେ ପଡିଆକୁ ଓହ୍ଲାଇବ।ସମସ୍ତ ୧୬ଟି ଅଂଶଗ୍ରହଣକାରୀଦଳ ଭେନ୍ୟୁରେ ପହଂଚିସାରିଛନ୍ତି ।ଏଥର ତାଞ୍ଜାନିଆ ପ୍ରଥମଥର ପାଇଁ ଫିଫା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି ।

ଏନଡିଆରଏଫରେ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଉଦଘାଟିତ

ବାରଙ୍ଗ,୨୧/୯(ଏସଏସନିଉଜ)ଇଣ୍ଟର ବ୍ୟାଟାଲିଅନ୍ ଜୋନାଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ମୁଣ୍ଡଳୀ ଏନଡିଆରଏଫର ତୃତୀୟ ବ୍ୟାଟାଲିଅନ୍ ପରିସରରେ ବୁଧ ବାର ଦିନ ଉଦଘାଟିତ ହୋଇଯାଇଛି।୨୮ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଏନଡିଆର ଏଫର ତୃତୀୟ ବ୍ୟାଟାଲିଅନ୍ ର କମାଣ୍ଡାଣ୍ଟ ଶ୍ରୀ ଯାଦବ କିସପୋଟା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଏହି ପ୍ରତି ଯୋଗିତାରେ ଏନଡିଆର ଏଫର ତୃତୀୟ ବାଟାଲିୟନ, ତାମିଲନାଡୁ ଆରାକୋନାମ୍ ର ଚତୁର୍ଥ ବାଟାଲିୟନ, ମହାରାଷ୍ଟ୍ର ପୁନେର ପଞ୍ଚମ ବାଟାଲିୟନ, ଆନ୍ଧ୍ରପ୍ରଦେଶ ବିଜୟ ୱାଡାର ଦଶମ […]

ଦିଲୀପ ତିର୍କୀ ନାମାଙ୍କନ କଲେ

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ହକି ଇଣ୍ଡିଆ ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ନାମାଙ୍କନ ଦାଖଲ କରିଛନ୍ତି।ନାମାଙ୍କନ ଭରିଥିବା ନେଇ ଟ୍ୱିଟର୍‌ରେ ସୂଚନା ଦେଲେ ଦିଲୀପ ତିର୍କୀ। ହକି ଇଣ୍ଡିଆକୁ ନୂଆ ସୋପାନ ରେ ପହଞ୍ଚାଇବାକୁ ପ୍ରତିଜ୍ଞାବଦ୍ଧ- ଦିଲୀପ ତିର୍କୀ।ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ।