Browsing category

ଖେଳ

ନୋବଲ୍‌ କହିବାରୁ ଆମ୍ପାୟାରଙ୍କୁ ଛୁରୀମାଡ଼

ଚୌଦ୍ୱାର,୨।୪(ଏସଏସନିଉଜ) କ୍ରିକେଟ ମ୍ୟାଚରେ ନୋବଲ କହିବାରୁ ଅମ୍ପାୟାରକୁ ନିର୍ଧୁମ ମାଡ଼ ମାରିବାସହ ଛୁରୀ ଭୁସିଦେବାରୁ ତାଙ୍କର ମୃତୁ ଘଟିଛି।ଏହିଭଳି ଅଭାବନୀୟ ଘଟଣା ଚୌଦ୍ୱାର ମହିଷାନଣ୍ଡା ଅଂଚଳରେ ଘଟିଛି।ଅମ୍ପାୟାରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାପାଇଁ ଏସ୍‌ସିବି ମେଡିକାଲରେ ଭର୍ତି କରାଯାଇ ଥିବାବେଳେ ଡାକ୍ତର ସେଠାରେ ମୃତୁ ଘୋଷଣା କରିଛି।ମୃତକ ହେଉଛନ୍ତି ଚୌଦ୍ୱାର ମହିଷାନଣ୍ଡା ପଂଚାୟତର ଲକି ରାଉତ (୨୨)।ଚୌଦ୍ବାରରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଚାଲିଥିବାବେଳେ ଅମ୍ପାୟାରଙ୍କ ନୋ ବଲ୍‌ ଘୋଷଣାକୁ ନେଇ ବିବାଦ ସୃଷ୍ଟି […]

ମାଷ୍ଟରମାଇଣ୍ଡ ଫେରାର

କଟକ ,୨ା୪(ଏସଏସନିଉଜ) ନକଲିଔଷଧ କାରବାରମାମଲାରେ ବିହାର ଓ ମଧ୍ୟପ୍ରଦେଶରେ ଏସ୍‌ଟିଏଫ୍ ଏବଂ ଡ୍ରଗ୍ସକଣ୍ଟ୍ରୋଲ ବିଭାଗପକ୍ଷରୁ ମିଳିତ ଚଢାଉ କରାଯାଇଛି ।ଏହି ଘଟଣାର ମାଷ୍ଟରମାଇଣ୍ଡ ବିହାରର ମୁଜାଫରପୁରର ମନୀଷକୁମାରଙ୍କ ଘରୁ ୧୦ଲକ୍ଷରୁ ଅଧିକ ଟଙ୍କାର ନକଲିଔଷଧ ଜବତ କରିବାରେ ସକ୍ଷମ ହୋଇଛି କିନ୍ତୁ କୈାଶଳକ୍ରମେ ମନୀଷ ଫେରାର ହୋଇଯାଇଥିବାର ଜଣାପଡିଛି ।

ନରଣପୁର ଦିବାରାତ୍ରି ଫୁଟବଲ ଟୁର୍ଣ୍ଣାମେଣ୍ଟ

ବାରଙ୍ଗ,୧।୪(ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁର ଖେଳପଡିଆରେ ମହାବୀର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୯ମ ଦିବାକର ସ୍ୱାଇଁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ ! ପ୍ରଥମ ମ୍ୟାଚ ମୁଣ୍ଡମୁହାଣ ସହିତ ବଞ୍ଛାମଣୀ କ୍ଲବ ଟାଙ୍ଗିବନ୍ତ ମଧ୍ୟରେ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହିକାହାରିକୁ ଗୋଲ ଦେଇପାରିନଥିଲେ। ଫଳରେ ଟ୍ରାଏବ୍ରେକର ଜରିଆରେ ମୁଣ୍ଡମୁହାଣ୫-୪ଗୋଲରେ ଟାଙ୍ଗିବନ୍ତକୁ ହରାଇ କ୍ୱାଟର ଫାଇନାଲକୁ ଯାଇଥିଲା। ଦ୍ୱିତୀୟ ମ୍ୟାଚ ମଧୁବନ ଓ ସାଇଁସ ମଧ୍ୟରେ […]

ଦିବାକରସାଇଁ ସ୍ମାରକୀ ଦିବରା୍‌ତ୍ରଫୁଟବଲଟୁର୍ଣ୍ଣାମଂଟ ଉଦଘାଟିତ

ବାରଙ୍ଗ,୩୧ା୩(ଏସଏସନିଉଜ)ଶୁକ୍ରବାରଦିନ ମହାବୀର ସ୍ପୋଟିଂକ୍ଲବ ଆନୁକୂଲ୍ୟରେ ନରଣପୁର ଖେଳପଡିଆରେ ନବମବାର୍ଷିକ ଦିବାରାତ୍ର ଦିବାକରରସାଇଁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଟ ଉଦଘାଟିତ ହୋଇଯାଇଛି । ଏହି ଦିବାରାତ୍ର ଫୁଟବଲଟୁର୍ଣ୍ଣାମେଟରେ ୧୩ଟିଦଳ ଅଂଶ ଗ୍ରହଣ କରିଥିବାବେଳେ ଖେଳ ତିନିଦିନଧରି ଚାଲିବ ।ପ୍ରଥମଦବସରେ ଚାରୋଟିମ୍ୟାଚ କରାଯାଇଥିଲା ।ପ୍‌ରଥମଦିବସର ପ୍ରଥମମ୍ୟାଚ ବଉଳକୁଦ ଫୁଟବଲଟିମ ଓ ଉସୁମା ଫୁଟବଲଟିମ ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା । ଏଥିରେ ଉଷୁମାଦଳକୁ ବଉଳକୁଦଦଳ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେପ୍ରବେଶ କରିଥିଲା । ଦ୍ଵିତୀୟମ୍ୟାଚରେ ସାଇରାମ ସ୍ପୋର୍ଟି ଓ ଗଣ୍ଡରପୁର ମଧ୍ୟରେ […]

ବିଶ୍ବ ମହିଳାବକ୍ସିଂରେ ଭାରତର ସଫଳତା

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଶ୍ବ ମହିଳାବକ୍ସିଂରେ ଭାରତର ନିଖାତ ଜରିନ୍‌ଙ୍କ ସଫଳତା ଅର୍ଜ୍ଜନ କରିଛନ୍ତି ।ଦ୍ବିତୀୟ ଥରପାଇଁ ସ୍ବର୍ଣ୍ଣପଦକ ଜିତିଛନ୍ତି ନିଖାତା ୨ ଥରର ଏସୀୟଚାମ୍ପିଅନ ଗୁୟେନ ଥିଟାମଙ୍କୁ ହରାଇ ଦେଶପାଇଁ ସ୍ବର୍ଣ୍ଣପଦକକୁ ଉତ୍ସର୍ଗ କରିଛନ୍ତି ନିଖାତ ଜରିନ୍ ।

ହକିପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବାଲାଇନ୍

ଭୁବନେଶ୍ୱର,୬।୩(ଏସଏସ ନିଉଜ)ହକି ପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବା ଲାଇନ୍ ହୋଇଛି। ବିର୍ସାମୁଣ୍ଡାଷ୍ଟାଡିୟମ ଆଗରେ ସକାଳୁସକାଳୁ ହକିପ୍ରେମୀଙ୍କ ଭିଡ ଲାଗିଛି lଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ହକି ପ୍ରୋଲିଗମ୍ୟାଚ ।ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବାକୁ ଯାଉଛି । ଟିକଟ ନେବାକୁ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା ହୋଇଛି ।

ସରିନି ହକି ହିସାବ !

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)ବିଶ୍ବକପ୍ ହକିରେ କେତେଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସରିନି। ଖର୍ଚ୍ଚ ନେଇ ଚୂଡ଼ାନ୍ତ ହିସାବ ହୋଇନି କହିଲେ କ୍ରୀଡ଼ାମନ୍ତ୍ରୀ। ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ଏହି ସୂଚନା ଦେଇଥିଲେ।ବିଶ୍ବକପ ପାଇଁ ରାଜ୍ୟ ବଜେଟରେ ୭୫ କୋଟିର ବ୍ୟୟବରାଦ ହୋଇଥିଲା। ‘ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚର ଚୂଡ଼ାନ୍ତ ହିସାବ ହୋଇନି’। ‘କଟକ ଉଦଘାଟନୀ ଉତ୍ସବର ସବୁ ଖର୍ଚ୍ଚ ହକି ଇଣ୍ଡିଆ ବହନ କରିଥିଲା ବୋଲି ସେ କହିଥିଲେ।

ସହିଦ ପିଣ୍ଡିକି ବାହୁବଳେଦ୍ର ପ୍ରିମିୟମଲିଗ କ୍ରିକେଟ ଉଦଯାପିତ

ମେଣ୍ଢାଶାଳ,୧୮ା୨(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ପିଣ୍ଡିକପଡ଼ିଆରେ ଚାଲିଥିବା ସପ୍ତମବାର୍ଷିକ ସହିଦ ପିଣ୍ଡିକପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣାମେଂଟ ରବିବାରଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲମ୍ୟାଚ୍ ଗ୍ଲୋବାଲ ରାଇଜିଙ୍ଗଷ୍ଟାର ଟିମ୍ ଓ ବାବାବ୍ଲାଷ୍ଟର ଟିମ୍ ମଧ୍ୟରେ ହୋଇଥିଲା ।ବାବାବ୍ଲାଷ୍ଟର ଟଚ ଜିତି ଫିଲ୍ଡିଙ୍ଗ ନିଷ୍ପତି ନେଇଥିଲା ।ଗ୍ଲୋବାଲ କୋଡ଼ିଏ ଓଭର ଖେଳି ପାଞ୍ଚୱିକେଟ୍ ହରାଇ ୧୭୭ ରନ ସଂଗ୍ରହ କରିପାରିଥିଲା । ସୁରଜ ୬ଟି ଛକାମାରି ୬୬ ରନ କରିଥିଲା ।ବାବାବ୍ଲାଷ୍ଟର ୧୬ଓଭରରେ ସମସ୍ତୱିକେଟ୍ ହରାଇ ୧୦୪ରନ ସଂଗ୍ରହକରି ପରାସ୍ତ […]

ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହେଲେ ବିରାଟକୋହଲି

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)୨୫,୦୦୦ ଆନ୍ତର୍ଜାତିକ ରନ୍‌ ସଂଗ୍ରହ କରି ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି ବିରାଟ କୋହଲି lଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟ୍‌ର ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ଆଜି ୧୨ ରନ୍‌ ସଂଗ୍ରହ କରିବା ପରେ ଭାରତୀୟ କ୍ରିକେଟ୍‌ ଖେଳାଳି ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୫,୦୦୦ ରନ୍‌ ସମ୍ପୂର୍ଣ୍ଣ କରି ଦ୍ରୁତତ୍ତମ ବ୍ୟାଟ୍‌ସ୍‌ମ୍ୟାନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି ।

ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ ।ଗ୍ରୁପ୍-୨ରେଥିବା ଏହି ଦୁଇଦଳ ପରସ୍ପରକୁ ଆଜି ଭାରତୀୟ ସମୟ ସନ୍ଧ୍ୟା ସାଢ଼େ୬ଟାବେଳେ ନ୍ୟୁଜିଲାଣ୍ଡର କେପ୍‌ଟାନ୍‌ରେ ଭେଟିବେ।କ୍ରିକେଟପ୍ରେମି ଏହି ମ୍ୟାଚ୍‌କୁ ଷ୍ଟାରସ୍ପୋଟ୍ସରେ ଦେଖିପାରିବେ। ଏହାଛଡ଼ାDisney+ Hotstar app and website ଜରିଆରେ ମଧ୍ୟ ଦେଖିପାରିବେ।