ଚମକିଲେ ସୂର୍ଯ୍ୟକୁମାର

ଖବର ଆଜିର,ତାରିଖ ୨୯/୧୦/୨୦ ଗୁରୁବାର।
୧-ଚମକିଲେ ସୂର୍ଯ୍ୟକୁମାର,ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍‌ରେ ମାତ୍ ଦେଲା ମୁମ୍ଵାଇ ଇଣ୍ଡିଆନ୍ସ, ଓଚଖରେ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ପ୍ରବେଶ କଲା ଡିଫେଣ୍ଡିଂ ଚାମ୍ପିଅନ ।
୨-କରୋନା ସଂକ୍ରମଣର ସଙ୍କଟ ଭିତରେ ଭୋଟ ଦେଲା ବିହାର । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ । କଟକଣା ଭିତରେ ୧୬ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ।
୩-ଡ଼ାକ୍ତରୀ ପ୍ରବେଶିକାରେ ଟପ୍ପର ପ୍ରସଙ୍ଗ: ଆକାଂକ୍ଷାଙ୍କୁ ଯୁଗ୍ମ ଟପ୍ପର ଘୋଷଣା ଲାଗି ଏନ୍ଇଇଟି ନିକଟରେ ଫେରାଦ ହେବେ ଉତ୍ତରପ୍ରଦେଶ ସରକାର।।
୪-ଡିଜିଟାଲ ରାଲିରେ ବିକାଶର କଥା କହିଲେ ବିଜେଡି ସୁପ୍ରିମୋ । ନବୀନ ପଟ୍ଟନାୟକ କହିଲେ, ତିର୍ତୋଲର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ଉତ୍ସର୍ଗୀକୃତ, ଆଜି ବାଲେଶ୍ୱର ପାଇଁ କରିବେ ପ୍ରଚାର ।
୫-ପୁଣି ଫେରିବ କି କରୋନାର ଦ୍ୱିତୀୟ ସଂକ୍ରମଣ । ଶୀତ ଦିନ ପାଇଁ ସତର୍କ ରହିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ । ଡାକ୍ତର ନିରୋଜ ମିଶ୍ର କହିଲେ, ସତର୍କ ନରହିଲେ, ୟୁରୋପ ଭଳି ବଢ଼ିପାରେ ଅଡୁଆ । ସେପଟେ ବିଏମ୍ସି କମିଶନର କହିଲେ, ୧୦ ଦିନ ଧରି କମୁଛି ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ।
୬-ପୁଣି ସେନାର ଶକ୍ତି ବଢାଇବ ଆକାଶର ବାହୁବଳୀ । ଆସନ୍ତା ମାସ ଭାରତକୁ ଆସିବ ୩ଟି ରାଫେଲ ବିମାନ । ଏପ୍ରିଲ ସୁଦ୍ଧା ବାୟୁସେନାରେ ସାମିଲ ହେବ ଆଉ ୧୬ଟି ରାଫେଲ ବିମାନ ।
୭-ବାରିପଦା ରିଜର୍ଭ ପୁଲିସରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଲାଠିମାଡ଼ରେ ଜଣେ ଯୁବକର ଜୀବନ ଅଳ୍ପକରେ ବର୍ତ୍ତିିଯାଇଥିବା ବେଳେ ତାର ଡ଼ାହାଣ ଆଖି ଫାଟି ରକ୍ତସ୍ରାବ ହେବା ସହ ଆଖିକୁ ଦେଖାଯାଉ ନ ଥିବାର ଅଭିଯୋଗ ହୋଇଛି ।
୮-୪ ବର୍ଷ ହେବ ବୁର୍ଲା ଭିମସାର ନେଫ୍ରୋଲୋଜି ବିଭାଗ ବିଶେଷଜ୍ଞ ଶୂନ୍ୟ: ଘରୋଇ ଡ଼ାକ୍ତରଖାନାରେ ରୋଗୀ ଶୋଷଣର ଶିକାର ।
୯-ଭାରତ-ଆମେରିକା ଡାକ ସେବା ଚୁକ୍ତିନାମା ସ୍ଵାକ୍ଷରିତ, ସହଜ ହେବ ବୈଦୁତିକ ତଥ୍ୟ ବିନିମୟ।
୧୦-ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଅକ୍ସଫୋର୍ଡ କରୋନାଭାଇରସ୍ ଟିକା: ଅଦର ପୁନାୱାଲା ।
୧୧-ଦିଲ୍ଲୀରେ କରୋନାର ତୃତୀୟ ଲହର ? ପ୍ରଥମ ଥର ଗୋଟିଏ ଦିନରେ ୫ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ।
୧୨-ଶତ୍ରୁ କବଳରୁ ଦେଶକୁ ବଞ୍ଚାଇବା ଲାଗି ବନ୍ଧୁକ ଧରି ଯୁଦ୍ଧଭୂଇଁରେ ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ।

Comments (0)
Add Comment