ଧରାପଡିଲେ ଷ୍ଟାର୍ ପିଣ୍ଟୁ,ଜବତହେଲା ୭୪ ଗ୍ରାମ୍ ବ୍ରାଉନ୍‌ସୁଗାର

ଭୁବନେଶ୍ୱର,୨/୧୦(ଏସଏସନିୟୁଜ) ଭଲନାଁଥିଲା ।ଗରାଖ ମଧ୍ୟ ଆଶାଠାରୁ ଅଧିକ ହେଉଥିଲେ ।ପ୍ରାୟସମୟରେ କଲେଜପିଲା,ଇଞିନିୟରିଂ ପିଲାମାନଙ୍କ ଭୀଡ ଲାଗିରହୁଥିଲା । ରୋଲ୍‌, ଚାଉମିନ୍ ଓ ପକୋଡ଼ା ଭଳି ସୁସ୍ବାଦୁ ଫାଷ୍ଟଫୁଡ଼୍ ଖାଦ୍ୟ ଖାଉଥିଲେ ।କିନ୍ତୁ ବାସ୍ତବଚିତ୍ର ଥିଲା ଅଲଗା । ଫାଷ୍ଟଫୁଡ଼୍ ଖାଦ୍ୟ ବାହାନାରେ ଲୁଚାଛପାରେ ଧଳାଜହର ବିକ୍ରି ହେଉଥିଲା ।ଯେଉଥିପାଇଁ କଲେଜପିଲାମାନଙ୍କର ଭିଡ ରହୁଥିବାର ଏୟାର୍‌ଫିଲ୍‌ଡ ଥାନା ଅଧୀନ ଭୀମଟାଙ୍ଗି ମୁଖ୍ୟ ରାସ୍ତାରେ ଏକ ଜଣାଶୁଣା ଫାଷ୍ଟଫୁଡ୍ ଦୋକାନ ବିଷୟରେ ପୋଲିସ ଜାଣିବାପରେ ଚଢଉ କରିଥିଲା ।ଚଢଉ ସମୟରେ ଦୋକାନରୁ କମିସନରେଟ୍ ପୁଲିସ ସାଢ଼େ ୭ଲକ୍ଷ ଟଙ୍କା ମୁଲ୍ୟର ୭୪ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିବା ସହ ଫାଷ୍ଟଫୁଡ୍ ଦୋକାନୀ ପ୍ରଦୀପ୍ତ ସାହୁ ଓରଫ୍ ଷ୍ଟାର୍ ପିଣ୍ଟୁକୁ ଗିରଫ କରିଛି।

Comments (0)
Add Comment