ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ-ମହିଂସା ଚମ୍ପିଆନ

ଡେଲାଙ୍ଗ ୨୦/୧(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଂଚ ପଂଚାୟତର ପ୍ରହରାଜପୁର ସ୍ଥିତ ବାନାମ୍ବର ବିଦ୍ୟାଳୟ ପଡିଆରେ ବାନାମ୍ବର ଯୁବକ ସଂଘ ପକ୍ଷରୁ ଦିବାରାତ୍ର ୧୧ ତମ ଭଲିବଲ ଟୁର୍ଣ୍ଣାମେଂଟଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ରେବନ କାଟି ଟୁର୍ଣ୍ଣାମେଂଟଣ୍ଟର ଶୁଭାରମ୍ଭ କରିଥିଲେ । କଣାସ,ଜଟଣୀ,ମନ୍ଦାରବସ୍ତ,ମହିଂସା (ବରହ୍ମପୁର), ବିରାମଚନ୍ଦ୍ରପୁର,ସିଫା,ପୋପୋରଙ୍ଗା,ସତ୍ୟବାଦି ପ୍ରଭୃତି ୮ଟି ଦଳ ଏହି କ୍ରିଡାରେ ଅଂଶଗ୍ରହଣ କରିଥିଲେ ।

ଟୁର୍ଣ୍ଣାମେଂଟଣ୍ଟ ଦେଖିବାପାଇଁ ବିଭିନ୍ନ ଅଂଚଳରୁ ଆସିଥିବା ଦର୍ଶକ ମାନଙ୍କ ଭିଡ ଜମିଥିଲା ।ରେଫରୀ କାର୍ତିକ ବିଶ୍ୱାଳ,ବୈଶୀଂଧର ମହାପାତ୍ର, ପ୍ରଦୀପ ବିଶ୍ୱାଳ ମ୍ୟାଚ ପରିଚାଳନା କରୁଥିବା ବେଳେ ଯୁବକ ସଂଘର ସଦଶ୍ୟ ବୈକୁଣ୍ଠ ମାପାତ୍ର,ବିପିନୀ ବିହାରୀ ମହାପାତ୍ର,ଦିବାକର ମହାପାତ୍ର,ଦିଗମ୍ବର ମହାପାତ୍ର ମ୍ୟାଚର ଧାରା ବିବରଣୀ ପ୍ରଦାନ କରୁଥିଲେ । ସଂଧ୍ୟାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ୩-୧ ମହିଂସା ବିଜୟ ଲାଭ କରି କଣାସକୁ ପରାସ୍ତ କରିଥିଲା ।ସଂଧ୍ୟାରେ ଗ୍ରାମର ବରିଷ୍ଠ ନାଗରିକ ତଥା କ୍ରୀଡା ପ୍ରେମୀ ପର୍ଶୁରାମ ତ୍ରିପାଠୀ,ଉପେନ୍ଦ୍ର ମହାପାତ୍ର, ସୁବାସ ମହାପାତ୍ର,ବିଶ୍ୱାନାଥ ରଥ ପ୍ରମୁଖ ବିଜୟୀ ଓ ରନର୍ସଅଫ ଦଳଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବକ ସଂଘର ସଭାପତି ଧନଞ୍ଜୟ ତ୍ରିପାଠୀ,ସମ୍ପାଦକ ନବକିଶୋର ମହାପାତ୍ର,କୋଷାଧ୍ୟକ୍ଷ ବିକାଶ ଚନ୍ଦ୍ର ରଥ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସହୁ,ବ୍ଲକ ସଭାପତି ବୈରାଗୀ ଜେନା,ସ୍ଥାନୀୟ ସରପଂଚଞ୍ଚ ପ୍ରତିମା ମଳିକ, ସମିତିସଭ୍ୟା ପ୍ରସାଦିନୀ ଦୟଣା ,ପିପିଲି ଅତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ,ଜିଲ୍ଲାପରିଷଦ ଦେବାଶିଷ୍ ନନ୍ଦ,ସାରଙ୍ଗଧର ତ୍ରିପାଠୀ ,ରବିନାରାୟଣ ତାଡ,ବାସୁ ଜେନା,ଭଗବାନ ରଥଙ୍କ ସମେତ ଯୁବକ ସଂଘର ସମସ୍ତ ସଦଶ୍ୟ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment