ଦୀପ ଘରେ ଅଗ୍ନିକାଣ୍ଡ

ସମ୍ବଲପୁର,୨୪/୫(ଏସଏସନିୟୁଜ) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ଦୀପ ଘରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପୂଜା ସାମଗ୍ରୀ ଓ ଘିଅ ମଧ୍ୟ ଜଳି ଯାଇଛି। ମା’ ସମଲେଶ୍ୱରୀଙ୍କ ଆସ୍ଥାନର ସମ୍ମୁଖ ଭାଗରେ ରହିଥିବା ସ୍ୱତନ୍ତ୍ର ଦୀପ ଘରେ ସର୍ଟ ସର୍କିଟ ଯୋଗୁ ନିଆ ଲାଗି ଥାଇପାରେ ସନ୍ଦେହ କରାଯାଉଛି । ସେଠାରେ ରଖା ଯାଇଥିବା ଦୀପ ଗୁଡ଼ିକସହ ଅନ୍ୟାନ୍ୟ ପୂଜା ସାମଗ୍ରୀ ଓ ଘିଅ ମଧ୍ୟ ଜଳି ଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଜଣେ ସେବାୟତ ରାତି୨ଟାରେ ଦୀପ ଘରେ ନିଆଁ ଜଳୁଥିବାର ଦେଖି ଅନ୍ୟମାନଙ୍କୁ ଜଣାଇଥିଲେ। ତେବେ ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି।

Comments (0)
Add Comment