ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ

 

ଅନୁଗୁଳ,୧୫/୧୦(ଏସ ଏସ ନିୟୁଜ)ଅନୁଗୁଳ ବ୍ଳକ କୁଲସର ଗ୍ରାମରେ ଆଜି ହାତୀ ଆକ୍ରମଣରେ ପ୍ରକାଶ ସାହୁ ନାମକ ଚାଷୀ ମୃତୁବରଣ କରିଛନ୍ତି।ଗତକାଲି ରାତିରେମାଣିକଯୋଡ଼ି ପଞ୍ଚାୟତ କୁଲସର ଗ୍ରାମର ପ୍ରକାଶ ଧାନ କ୍ଷେତ ଜଗିବା ପାଇଁ ଯାଇ ଥିବା ମଞ୍ଚାରେ ଧାନ ଫସଲ ଜଗିଥିଲେ । ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବନ ବିଭାଗ ଓ ପୁରୁଣାକୋଟ ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା।

Comments (0)
Add Comment