ରଘୁନାଥପୁରରେ ହିନ୍ଦୁ ସମ୍ମିଳନୀ

ଭୁବନେଶ୍ୱର,୩୧।୧(ଏସଏସନିଉଜ)ରଘୁନାଥପୁର ବଡଭାଗବତ ଗୃହ ପ୍ରାଙ୍ଗଣରେ ସମଗ୍ର ହିନ୍ଦୁ ସମାଜ ଆନୁକୁଲ୍ୟରେ ହିନ୍ଦୁସମ୍ମିଳନୀ ଶନିବାର ଦିନ ଆୟୋଜିତ ହୋଇଯାଇଛି।ଏଥିରେ ଗାୟତ୍ରୀ ଯଜ୍ଞ,ହନୁମାନ ଚାଳିଶା ପାଠ ଓ ହିନ୍ଦୁତ୍ବ ଓ ହିନ୍ଦୁ ଏକତା ପାଇଁ ବୌଦ୍ଧିକ ଆଲୋଚନାଚକ୍ର ଓ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା। ବିଜୟ କୁମାର ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ବିଷ୍ଣୁ ପ୍ରସାଦ ସେଠୀ,ମାଳିକା କଥାକାର ପଦ୍ମନାଭ ବେହେରା, ଡ.ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହିନ୍ଦୁ ସମାଜର ସାଂପ୍ରତିକ ପରିସ୍ଥିତିରେ କର୍ତ୍ତବ୍ୟ ଓ ସନାତନ ଧର୍ମର ମହତ୍ତ୍ଵ ବିଷୟରେ
ମତବ୍ୟକ୍ତ କରିଥିଲେ।ରଘୁନାଥପୁର ଗ୍ରାମର ଯୁବକମାନଙ୍କ ସହଯୋଗରେ ଆୟୋଜିତ ଏହି ହିନ୍ଦୁ ସମ୍ମିଳନୀରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Comments (0)
Add Comment