ଜେଲ୍ ଗଲେ କୋଚିଂ ଶିକ୍ଷକ

ଚନ୍ଦ୍ରଶେଖରପୁର, ୨୦/୧୧(ଏସଏସନିୟୁଜ) ଜେଲ୍ ଗଲେ କୋଚିଂ ଶିକ୍ଷକ । ଗତକାଲି ସଂଧ୍ୟାରେ ସେ ଜଣେ ଛାତ୍ରୀଙ୍କୁ ଟ୍ୟୁସନ୍‌ରେ ଅସଦାଚରଣ କରିଥିଲେ। ଏ ବିଷୟରେ ଛାତ୍ରୀଜଣଙ୍କ ପରିବାରଲୋକଙ୍କୁ ଜଣାଇବା ପରେ ତାଙ୍କ ପରିବାରଲୋକଙ୍କ ସହ କିଛି ଯୁବକ କୋଚିଂ ସେଣ୍ଟରରେ ତାଲା ପକାଇ କୋଚିଂ ଶିକ୍ଷକ କୁ ଅଟକ ରଖିଥିଲେ ।ଖବରପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି କୋଚିଂ ଶିକ୍ଷକ ସୁବୋଧ ଭୁଇଁଆ କୁ ଉଦ୍ଧାର କରି ଥାନାକୁ ଆଣିଥିଲେ ।ପରେ ଛାତ୍ରୀଙ୍କ ବାପା ଥାନାରେ କରିଥିବା ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ପୋଲିସ ସୁବୋଧଙ୍କୁ କୋର୍ଟଚାଲାଣ କରିଛି ।

Comments (0)
Add Comment