ଭୁବନେଶ୍ୱର,୩୧।୧(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ପ୍ରତି ପୁଣି ଏକ ନୂଆ ବିପଦ ମାଡ଼ି ଆସିଛି। ଗତ ୨୦୧୯ମସିହାରେ ହାତୀ ମଡ଼କ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏବେ ବଉଳା କୁମ୍ଭୀରଙ୍କ ଲଗାତାର ମୃତ୍ୟୁ ସହିତଗୁରାଣ୍ଡୀମାନଙ୍କ ମୃତ୍ୟୁ ପ୍ରାଣୀପ୍ରେମୀ ମାନଙ୍କୁ ବ୍ୟଥିତ କରିଛି । ନନ୍ଦନକାନନ ଜନ୍ତୁ ବିଭାଗର ପରିଚାଳନାଗତ ତୃଟି ଓ ଠିକ୍ ଭାବେ ରୋଗ ଚିହ୍ନଟ କରାଯାଇ ପାରୁନଥିବାରୁ ଏପରି ଅଘଟଣମାନ ଘଟୁଥିବାର ଚର୍ଚ୍ଚା ଜୋର୍ ଧରିଛି।ଏହାପରେ ବି କର୍ତ୍ତୃପକ୍ଷ ମୁଁହ ଖୋଲୁନଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ନିରୀହ ପଶୁପକ୍ଷୀଙ୍କ ମୃତ୍ୟୁ ଘଟି ଚାଲିଥିବା ବେଳେ ରୋକ୍ ଲଗାଇବାରେ ବିଫଳ ହେଉଛନ୍ତି ଚିକିତ୍ସକ ।ଯାହାକୁ ନେଇ ଏବେ ଜନ୍ତୁବିଭାଗ ଓ ଚିକିତ୍ସକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ଏହି ମାସ ମଧ୍ୟରେ ୧୭ଟି ପଶୁପକ୍ଷୀ ମାନଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରେ ୫ ବଉଳା କୁମ୍ଭୀର ଓ ୫ଗୁରାଣ୍ଡିଙ୍କ ମୃତ୍ୟୁ ଘଟିଛି।ଏହା ଭିତରେ ବୁଧବାର୩ ,ଗୁରୁବାର୧, ଶୁକ୍ରବାର୧କୁ ମିଶାଇ ସମୁଦାୟ ୫ବଉଳାକୁମ୍ଭୀରର ମୃତ୍ୟୁ ଘଟିଛି।ସେହିଭଳି ଭାବେ ୭ରେ ୧ମାଇ,୯ରେ୧ ଅଣ୍ଡିରା, ୨୧ରେ୧ ଅଣ୍ଡିରା, ୨୩ରେ୧ ଅଣ୍ଡିରା,୩୧ରେ୧କୁ ମିସାଇ ସମୁଦାୟ ୫ ଗୁରାଣ୍ଡି ଙ୍କ ମୃତ୍ୟୁ ଘଟିସରିଲାଣି।ଯାହାକି ଦାୟିତ୍ଵରେ ଥିବା ଜନ୍ତୁବିଭାଗ ଓ ଡାକ୍ତରମାନଙ୍କ ପାଇ ଚିନ୍ତାର କାରଣ ପାଲଟିଛି।ତେବେ ମୃତ୍ୟୁର ପକୃତକାରଣ ଜଣାପଡିନଥିବା ବେଳେ କର୍ତ୍ତୁପକ୍ଷ କିନ୍ତୁ ମୁଁହ ଖୋଲିବାକୁ ପ୍ରସ୍ତୁତ ନଥିବାର ଦେଖିବାକୁ ମିଳିଛି।ଜନ୍ତୁବିଭାଗ ପରିଚାଳନା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଖାମଖିଆଲ ମନୋଭାବ ଓ ଡାକ୍ତରମାନଙ୍କ ଠିକ୍ ଭାବେ ରୋଗ ଚିହ୍ନଟ ନକରିପାରିବା ଯୋଗୁ ନିରୀହ ଜୀବଜନ୍ତୁ ମାନଙ୍କ ଅକାଳ ମୃତ୍ୟୁ ଘଟୁଛି ବୋଲି ଆଲୋଚନା ଯୋର ଧରିଛି।ଏମାନଙ୍କ ମୃତ୍ୟ ସଂଖ୍ୟା କେତେ ଅଛି,କାହିଁକି ମୃତ୍ୟୁ ବରଣ କରୁଛନ୍ତି ଆଦି ପ୍ରଶ୍ନର ଉତର ଦେବାବେଳକୁ କର୍ତ୍ତୃପକ୍ଷ ନୀରବ ରହିବା ଘଟଣା ସେମାନଙ୍କ ଦୁର୍ବଳତାକୁ ଲୁଚାଇବାକୁ ଉଦ୍ୟମ କରୁଥିବା ଭଳି ମନେହେଉଛି।