ଏଲପିଜି ଗ୍ୟାସ ବୋଝେଇ ଟ୍ରକ୍ ରେ ନିଆଁ

ସୁନ୍ଦରଗଡ଼,୨/୧୯(ଏସଏସନିୟୁଜ) ଝାରସୁଗୁଡ଼ାରୁ ରାଉରକେଲାକୁ ଯାଉଥିବା ଏଲପିଜି ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବାବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଏକ ବଡ଼ ବିପଦ ଟଳି ଯାଇଛି। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ନିଆଁ ଲାଗିବା ଯୋଗୁଁ ଏଲପିଜି ଗ୍ୟାସ ବୋଝେଇ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା।ତେବେ ଚାଳକ ଓ ହେଲ୍ପର ସୁରକ୍ଷିତ ବର୍ତିଯାଇଥିବାର ଜଣାପଡିଛି ।

Comments (0)
Add Comment