ପ୍ରଥମ କରି ମା ହେଲା ୱାଲାବି

ଭୁବନେଶ୍ୱର,୩୧।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରଥମ କରି ୱାଲାବି ଏକ ଶାବକକୁ ଜନ୍ମ ଦେଇ ରେକର୍ଡ ସୃଷ୍ଟି କରିଛି।ନୂଆକରି ଚିଡ଼ିଆ ଖାନାକୁ ଆସିଥିବା ଏହି ପ୍ରଜାତି ସଫଳତାର ସହିତ ପ୍ରଜନନ କରିଛି। ଯଦିଓ ଆଗରୁ ନନ୍ଦନକାନନରେ ୧୯୭୩ ମସିହାରୁ ୧୯୭୬ ମସିହା ପର୍ଯ୍ୟନ୍ତ ୱାଲାବି ରହିଥିଲା କିନ୍ତୁ ସେହି ସମୟ ମଧ୍ୟରେ ମା ହେବାର ଷୌଭାଗ୍ୟଅର୍ଜନ କରିପାରିନଥିଲା। କିନ୍ତୁ ଶନିବାର ଦିନ କର୍ମଚାରୀମାନେ ମାଆର ପେଟ ପାଖରେ ଥିବା ଥଳିରେ ଛୁଆଟି ମୁଣ୍ଡ ଦେଖାଇବାରୁୱାଲାବି ଜନ୍ମ ଦେଇଥିବା ନେଇ ନିଶ୍ଚିତ ହୋଇଥିଲେ।ଡିସେମ୍ବର ୨୦୨୩ରେ ହାଇଦ୍ରାବାଦର ଜନ୍ ଆଣ୍ଡ ଗ୍ରୁଭସ୍ ଫାର୍ମରୁ ପିତାମାତାଙ୍କ ଏହି ଯୋଡ଼ିଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା।
ୱାଲାବି ରହୁଥିବା ୩୭ଜି ନମ୍ବର ଏନକ୍ଲୋଜରରେ ଅଗଷ୍ଟ ୨୦୨୫ରୁ ମାଇ ୱାଲାବିକୁ ପ୍ରୁଥକି କରଣ କରାଯାଇ ରଖାଯାଇଥିଲା।୩୫ ଦିନର ଗର୍ଭଧାରଣ ପରେ ୱାଲାବି ଟି ମା ହୋଇଥିଲା।ଜନ୍ମ ପରେ ନବଜାତ ଛୁଆକୁ ମା ତା ପେଟ ପାଖରେ ଥିବା ଥଳିରେ ପୁରାଇଦେଇ ପୂର୍ଣ୍ଣ ରୂପେ ତାର ଯତ୍ନ ନେଇଥାଏ।ୱାଲାବିର ଜନ୍ମ ପରେ ଏମାନଙ୍କ ସଂଖ୍ୟା ନନ୍ଦନକାନନରେ ୩କୁ ବୃଦ୍ଧି ପାଇଛି।ଉକ୍ତ ଏନକ୍ଲୋଜରରେ ସିସିଟିଭି ଲଗାଯାଇମା ଓ ଛୁଆର ଗତିବିଧି ଉପରେ
କଡ଼ା ନଜର ରଖାଯାଇଛି ବୋଲି କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment