ମାଲକ୍ଷ୍ମୀ ଆପଣଙ୍କ ଘରେ ଅଛନ୍ତି କି ନାହି ଜାଣିବାର ସଙ୍କେତ

ଏହି ସଂକତ ହେବା ମାତ୍ରେ ଜାଣି ନିଅନ୍ତୁ କି ମା’ ଲକ୍ଷ୍ମୀ ଅପାଣଙ୍କ ଘର ଛାଡି ପଳାୟନ କରୁଛନ୍ତି,ଏହାପରେ ଦୁର୍ଭାଗ୍ୟ ଆସିପାରେ..
ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ବିଭିନ୍ନ ମାନ୍ୟତା ପରିଚାଳିତ ହୋଇ ଆସୁଛି । ଯେଉଁ ଘର ମାନଙ୍କରେ ଏହି ସବୁ ମାନ୍ୟତାକୁ ପାଳନ କରାଯାଇଥାଏ, ସେଠାରେ ମା’ଲକ୍ଷ୍ମୀଙ୍କ ସହିତ ସମସ୍ତ ଦେବା ଦେବୀଙ୍କର କୃପା ରହିଥାଏ । ମହାଭାରତର ଦ୍ୱିତୀୟ ଖଣ୍ଡରେ ମହାଲକ୍ଷ୍ମୀ ଏବଂ ଇନ୍ଦ୍ରଙ୍କର ଏକ ପ୍ରସଙ୍ଗ ରହିଛି । ଏହି ପ୍ରସଙ୍ଗରେ ମା’ ଲକ୍ଷ୍ମୀ ଇନ୍ଦ୍ରଦେବଙ୍କୁ କହୁଛନ୍ତି ଯେ ସେ କେଉଁ ଲୋକଙ୍କ ଘରେ ବାସ କରନ୍ତି ଆଉ କେଉଁ ଲୋକଙ୍କ ଘରେ ବାସ କରନ୍ତି ନାହିଁ । ଏହାସହିତ ଅନେକ କିଛି ଏହି ପ୍ରସଙ୍ଗରେ ରହିଛି ।
👉ଯେଉଁ ଲୋକ ସର୍ବଦା ରାଗି ହୋଇଥାନ୍ତି ଏବଂ ଅନ୍ୟକୁ ଖରାପ କହିଥାନ୍ତି ସେମାନଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି । ଯେଉଁ ବ୍ୟକ୍ତି ପଦେ ମିଠା ବଚନ କହୁଥିବ, ସମସ୍ତ କର୍ତ୍ତବ୍ୟ କରୁଥିବ, ଭଗବାନଙ୍କ ଭକ୍ତି କରୁଥିବ ସେହି ବ୍ୟକ୍ତିଙ୍କ ଘରେ ମା’ ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି ।
👉 ଯେଉଁ ବ୍ୟକ୍ତି ବଡ ତଥା ମାତା ପିତାଙ୍କର ଅନାଦର କରିଥାନ୍ତି ସେମାନଙ୍କଠାରେ ମା’ କଦାପି ପ୍ରଶନ୍ନ ହୁଅନ୍ତି ନାହିଁ । ଯେଉଁ ବ୍ୟକ୍ତି ଅନ୍ୟକୁ କ୍ଷମା କରିଥାଏ, ଦାନ ଦେଇଥାଏ, ଗୁରୁଙ୍କ ସେବା କରୁଥାଏ ସେହି ବ୍ୟକ୍ତିଙ୍କ ଘରେ ମା’ଙ୍କ କୃପା ରହିଥାଏ ।
👉 ଯେଉଁ ବ୍ୟକ୍ତି ଥାଳିରେ ଖାଦ୍ୟ ଛାଡି ଥାଏ, ସେମାନଙ୍କଠାରେ ଲକ୍ଷ୍ମୀଙ୍କ କୃପା ମିଳିନଥାଏ ।
👉ଯେଉଁ ଘରେ ଅତିଥି ମାନଙ୍କର ସ୍ୱାଗତ କରାଯାଏ । ତାଙ୍କର ସୁଖ ସୁବିଧାକୁ ଧ୍ୟାନରେ ରଖାଯାଏ । ସେହି ବ୍ୟକ୍ତିଙ୍କ ଘରେ ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି ।
👉 ଯେଉଁ ଘରେ ପତୀ-ପତ୍ନୀ ଦୁହିଁଙ୍କୁ ସମ୍ମାନ ଦେଇଥାନ୍ତି ସେଠାରେ ଲକ୍ଷ୍ମୀ ବାସ କରିଥାନ୍ତି । ଯଦି ପତୀ-ପତ୍ନୀଙ୍କ ମଧ୍ୟରୁ କିଏ ଅଧର୍ମ କରେ ତେବେ ମା’ ଲକ୍ଷ୍ମୀ ସେହି ଘର ଛାଡି ଚାଲି ଯାଆନ୍ତି ।
👉ଯେଉଁ ଘରେ ସୂର୍ଯ୍ୟଦୟ ପରେ ବିଛଣା ପଡି ରହିଥାଏ, ସେହି ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ ।
👉ଯେଉଁ ଘର ସଫା ସୁତରା ନଥାଏ ତାହାଦ୍ୱାରା ମଧ୍ୟ ଲକ୍ଷ୍ମୀ ଘର ଛାଡି ପଳାଇଥାନ୍ତି ।

Comments (0)
Add Comment