ନାଗଦମ୍ପତି ଉଦ୍ଧାର

ମେଣ୍ଢାଶାଳ,୫ା୭(ଏସଏସନିଉଜ) ଛତାବରଠାରେ ଥିବା ଲୋଟସଫେସନ ପ୍ରାଇଭେଟ ଲିମିଟେଡ କମ୍ପେ୍‌ଲ୍ସ ପରିସରରେ ଥିବା ଏକ ଆପାର୍ଟମେଂଟରେ ରହୁଥିବା ଅଶୋକକୁମାରରାଉତରାୟଙ୍କ ଘରୁ ଦୁଇଟି ନାଗସାପ ଉଦ୍ଧାର ହୋଇଛି ।ମଙ୍ଗଳବାରରାତିରେ ଏକ ଚମ୍ପାନାଗ ଓ ବୁଧବାର ସକାଳେ ସେହିସ୍ଥାନରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି ।ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତପାତ୍ର ସାପଦୁଇଟିକୁ ଧରି ଡେରାସବନ୍ଧନିକଟରେ ଛାଡିଦେଇଥିବାର ଜଣାପଡିଛି ।ଧରାଯାଇଥିବା ସାପଦୁଇଟିର ଲମ୍ବ ପ୍ରାୟ ୫ଫୁଟରୁ ଉର୍ଦ୍ଧ ହୋଇଥିବାବେଳେ ଚମ୍ପାନାଗଟି ଅଣ୍ଡିରା ଓ ଆଜି ଧରାଯାଇଥିବା ନାଗସାପଟି ମାଇ ବୋଲି ପାତ୍ର କହିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment