ବାରଙ୍ଗ,୭।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ପ୍ରଥମଥର ପାଇଁ ରିଙ୍ଗ ଟେଲଡ ଲେମୂର୍ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବାକୁ ଯାଉଛି। ଯାହାକୁ ନେଇ
ଚଳିତ ବର୍ଷ ପ୍ରଥମ କରି ପଶୁପକ୍ଷୀ ଅଦଳବଦଳ ପକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରାଣୀ ଅଦଳବଦଳ ପକ୍ରିୟା ନନ୍ଦନ କାନନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ହେବାକୁ ଯାଉଛି।ଶନିବାର ଦିନ ନନ୍ଦନକାନନରୁ ୮ଜଣିଆ ଦଳ ୫ ପ୍ରଜାତିର ୧୪ ଜୀବଜନ୍ତୁଙ୍କୁ ସାଙ୍ଗରେ ନେଇ ବିଶାଖାପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ଏମାନେ ସାଙ୍ଗରେ ୧ ଟି ଅଣ୍ଡିରା ଓ ୨ ଟି ମାଇ ବାରାସିଂହା ,୧ ଟି ଅଣ୍ଡିରା ଓ ୨ଟି ମାଇ ଚଉଶିଙ୍ଗା , ୧ଟି ଅଣ୍ଡିରା ଓ ୧ ଟି ମାଇ ଆସାମୀଜ୍ ମାଙ୍କଡ , ୨ଟି ଅଣ୍ଡିରା ଓ ୨ ଟି ମାଇ ଗୁରାଣ୍ଡି,ଏବଂ ୧ ଟି ଅଣ୍ଡିରା ଓ ୨ ଟି ମାଇ ଘଡିଆଲ କୁମ୍ଭୀରକୁ ନେଇ ଯାଇଛନ୍ତି।ଏହି ଅଦଳ ପ୍ରକିୟାରେ ବିଶାଖାପାଟଣାରୁ
ନନ୍ଦନକାନନକୁ ଆସିବାକୁ ଥିବା ୫ ପ୍ରଜାତିର ୧୧ ଜୀବଜନ୍ତୁ ମାନଙ୍କ ମଧ୍ୟରେ ୧ଟି ଅଣ୍ଡିରା ଓ ୧ ଟି ମାଇ ଜଙ୍ଗଲି କୁକୁର ,ଗୋଟିଏ ସଲଫର୍ କ୍ରେଷ୍ଟଡ କୁକୁଟ,୨ଟି ଅଣ୍ଡିରା ଓ ୨ ଟି ମାଇ ବନେଟ ମାଙ୍କଡ,୧ ଟି ଅଣ୍ଡିରା ଓ ୧ ଟି ମାଇ ନୀଳଗାଇ, ୧ ଟି ଅଣ୍ଡିରା ଓ ୧ ଟି ମାଇ ରିଙ୍ଗ ଟେଲଡ ଲେମୁର ପ୍ରଜାତି ଆସିବ ।ଯାଇଥିବା ଟିମ୍ ସାଙ୍ଗରେ ଏମାନଙ୍କୁ ନେଇ ଆସିବ।ତେବେ ରିଙ୍ଗ ଟେଲଡ ଲେମୁର (ବିଦେଶୀ ମାଙ୍କଡ)ନନ୍ଦନକାନନ ପାଇ ନୁଆପ୍ରଜାତି ହେବାକୁ ଯାଉଛି।ତେବେ ଅଦଳ ବଦଳ ପ୍ରକିୟା ୭ ମାର୍ଚ୍ଚ ରୁ ୧୦ ମାର୍ଚ୍ଚ ମଧ୍ୟରେ ସରିବ ବୋଲି ଉପ ନିର୍ଦ୍ଦେଶକ ଅଭୟ କୁମାର ଦଳାଇ ସୂଚନା ଦେଇଛନ୍ତି।