ଓସ୍କାର ସିଟିରେ ବୁଲିଲା ଖଣ୍ଡା:- ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର,୨/୧୦୯ଏସଏସନିୟୁଜ) ଓସ୍କାର ସିଟିରେ ବୁଲିଲା ଖଣ୍ଡା: ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ।ଅନ୍ୟମାନେ ଦେଖୁଥିଲେ ମଧ୍ୟ ମାରାଣାସ୍ତ ଥିବାରୁ ପାଖକୁ ପଶିନଥିଲେ ।ଏହିଭଳି ଅଘଟଣ ଲକ୍ଷ୍ମୀସାଗର ଥାନା ଅଧୀନ ଓସ୍କାର ସିଟିରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି । ବାର୍‌ରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଏହି ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିବା ମଣ୍ଟୁ ବେହେରାନାମକ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି ।
ପ୍ରକାସ ଯେ, କଳ୍ପନା ରୋଡ୍‌ସ୍ଥିତ ଏକ ବାର୍‌କୁ ଆକ୍ରମଣକାରୀ ଦୁର୍ବୃତ୍ତମାନେ ଯାଇଥିବାସହ ମଦନିଶାରେ ଗୀତ ଗାଉଥିବା ଯୁବତୀମାନଙ୍କ ଉପରକୁ ଟଙ୍କା ଫୋପାଡ଼ିବାସହ ଗାୟିକାମାନଙ୍କୁ ଭିଡ଼ାଟଣା କରିଥିଲେ।ଏହି ଘଟଣାକୁ ବାର୍ କର୍ମଚାରୀ ମଣ୍ଟୁ ବେହେରା ବିରୋଧ କରିବାସହ ପରେ ଅନ୍ୟ କର୍ମଚାରୀମାନଙ୍କ ସହାୟତାରେ ଯୁବକମାନଙ୍କୁ ବାର୍‌ରୁ ବାହାର କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେହି ଯୁବକମାନେ ମଣ୍ଟୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ବାର୍ ବାହାରେ ଜଗି ରହିଥିଲେ। ବାର୍ ବନ୍ଦ ହେବା ପରେ ମଣ୍ଟୁ ଘରକୁ ଓସ୍କାର୍ ସିଟିକୁ ଆସୁଥିବାବେଳେ ତାରପିଛା କରିଥିଲେ ।ଏହାପରେ କଲୋନୀଭିତରେ ପଶି ମଣ୍ଟୁକୁ ତାଘରଭିତରେ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ଘରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମଣ୍ଟୁଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା। କଲୋନିର ସିସି କ୍ୟାମେରାରେ କଏଦ ହୋଇଥିବା ଫୁଟେଜ୍‌ରୁ ପୁଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବାର ଜଣାପଡିଛି।

Comments (0)
Add Comment