ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ପରଲୋକ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ମାହୀରାବେନ୍ ଙ୍କ ୧୦୦ବର୍ଷ ବୟସରେ ପରଲୋକ ଘଟିଛି ।ନିକଟରେ ସେ ଅସୁସ୍ଥ ଥିଲେ।ରାତି ପ୍ରାୟ ୩.୩୦ରେ ପରଲୋକ ହୋଇଛି। ଗତ ଜୁଲାଇମାସରେ ହିଁ ସେ ନିଜର ୧୦୦ ତମ ଜନ୍ମଦିନ ପାଳନ କରିଥିଲେ। ସେହିପରି ମାଙ୍କୁ ହରାଇ ସେ ଭାଙ୍ଗି ପଡ଼ିଛନ୍ତି। ଆଉ ଲେଖିଛନ୍ତି “ଈଶ୍ୱରଙ୍କ ଚରଣରେ ସୁନ୍ଦର ଶତାବ୍ଦୀର ବିରାମ। ମାଭିତରେ ମୁଁ ସବୁବେଳେ ତ୍ରିମୂର୍ତ୍ତିର ଅନୁଭବ କରିଛି, ଯାହା ଭିତରେ ଗୋଟିଏ ତପସ୍ୱୀର ଯାତ୍ରା, ସ୍ୱାର୍ଥହୀନ କର୍ମଯୋଗୀର ପ୍ରତୀକ ଓ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ରହିଛି। ପ୍ରଧାନମନ୍ତ୍ରୀଙ୍କ ମାଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାସ କରିଛନ୍ତି ।ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ , ଓଡିଶାମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦଙ୍କ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

 

 

Comments (0)
Add Comment