ଏଣିକି PUCC ନଥିଲେ ବି ମିଳିବ ପେଟ୍ରୋଲ

ଭୁବନେଶ୍ୱର,୨୭।୧(ଏସଏସନିଉଜ) ଏଣିକି PUCC ନ ଥିଲେ ବି ମିଳିବ ପେଟ୍ରୋଲ। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର। ଓକିଲ ରଞ୍ଜନ ରାଉତଙ୍କ ଯୁକ୍ତି ପରେ ହାଇକୋର୍ଟ ସରକାରଙ୍କୁ ଏ ନିୟମ ପ୍ରତ୍ୟାହୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
PUCC ନଥିଲେ ପେଟ୍ରୋଲ୍‌ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି।ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର।ପେଟ୍ରୋଲ ପମ୍ପ୍‌ଗୁଡ଼ିକ କେବଳ PUCC ପାଇଁ କହିପାରିବେ କିନ୍ତୁ ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେନାହିଁ ସରକାର।ଏନେଇ ବାହାନ ପୋର୍ଟାଲରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଆସିଛି।ପୋର୍ଟାଲରେ ସଂଶୋଧନ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ମିଳିଥିବାର ଜଣାପଡିଛି।

Comments (0)
Add Comment