ଭୁବନେଶ୍ୱର, ୨୬।୧ (ଏସଏସନିଉଜ) ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଡିଛି ତ୍ରିରଙ୍ଗ।ବହୁ ଉସାହ ଓ ଉଦ୍ଦୀପନାର ସହ ରାଜ୍ୟବାସୀ ପାଳିଛନ୍ତି ୭୭ତମ ସାଧାରଣତନ୍ତ୍ର ଦିବସ।
ବାରଙ୍ଗ ପ୍ରେସକ୍ଳବ୍ – ବାରଙ୍ଗ ପ୍ରେସକ୍ଳବରେ ବରିଷ୍ଠ ସାମ୍ବାଦିକ ତଥା କ୍ଳବରସଭାପତି ଲିଙ୍ଗରାଜରାଉତ ପତାକା ଉତୋଳନ କରିଥିଲେ।ଏହି ଅବସରରେ କ୍ଳବର ସମ୍ପାଦକ ତ୍ରିଲୋଚନଦାସ, ପ୍ରକାଶଚନ୍ଦ୍ରସାହୁ,କୃଷ୍ଣଚନ୍ଦ୍ରସାଇଁ, ଅଜୟ ରାଉତ,ଦେବେନ୍ଦ୍ରସାହୁ, ଗୌତମରାଉତ,ଶେଖ ଅବଦୁଲ ମୁନାବ, ସଚିଦାନନ୍ଦପଢିହାରୀ,ଜିତେନ୍ଦ୍ରସାସମଲ, ଲୋଚନ ମୁଦୁଲି,ଶୁଶାନ୍ତରାଉତ ପ୍ରମୁଖ ଯୋଗଦାନ କରିଥିଲେ।
ମୁକ୍ତାକାଶ କାରାଶ୍ରମ-ଜାମୁଝରିସ୍ଥିତ ମୁକ୍ତାକାଶ କାରାଶ୍ରମ ପରିସରରେକାରାଗାରର ଅଧ୍ୟକ୍ଷୀକା ସ୍ମିତାମହାନ୍ତି ଓ ସହ କାରାପାଳ ସ୍ବାଗତରଞ୍ଜନସାହୁଙ୍କ ଉପସ୍ଥିତରେ ପତାକା ଉତଳନ କରାଯାଇଥିଲା।ଏଥିରେ ଜେଲରେ ଥିବା ୧୮ ଜଣ ଅନ୍ତେବାସୀ ଓ କାରାକର୍ମଚାରୀମାନେ ଉପସ୍ଥିତ ଥିଲେ।
ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର –କାନନବିହାର ଫେଜ୍-୨ ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର, ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତସହଯୋଗରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ରଦିବସ ପାଳନ ଅବସରରେ ବିଦ୍ୟାଳୟର ସଂପାଦକ ତଥା ପ୍ରଧାନଆଚାର୍ଯ୍ଯ ପ୍ରଦୀପକୁମାରପାଣିଙ୍କ ଉପସ୍ଥିତିରେ ଶିକ୍ଷାବିତ ମାନସତ୍ରିପାଠୀ ଓ ବିଦ୍ୟାଳୟର ସଭାପତି ଅନ୍ନପୂର୍ଣ୍ଣାମିଶ୍ର ଅତିଥିଭାବେ ଉପସ୍ଥିତ ରହି ଜାତୀୟପତାକା ଉତ୍ତୋଳନ କରିଥିଲେ।
ଓସ୍ତପଡାସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ କଲ୍ୟାଣପୁର ଗ୍ରାମପଞ୍ଚାୟତର ପୂର୍ବତନସରପଞ୍ଚ ଅର୍ନ୍ତଯ୍ୟାମି କୁଅଁର ମୁଖ୍ୟଅତିଥି ଭବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।
ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ-ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ରଦିବସ ପାଳନ ଅବସରରେ ବିଦ୍ୟାଳୟ ପରିଚାଳନାକମିଟିର ସଭାପତି ରମାକାନ୍ତ ମହାପାତ୍ର, ଶିକ୍ଷାସେତୁ ସଭାପତି ସନ୍ତୋଷକୁମାରରାୟ, ପ୍ରସନ୍ନ କୁମାର ଦାସ, ସନ୍ତୋଷ କୁମାର ମହାରଣା, ମେଣ୍ଢାଶାଳ ସେବା ସମବାୟ ସମିତିରଅଧ୍ୟକ୍ଷ ମହେନ୍ଦ୍ର କୁମାରପ୍ରଧାନ, ସର୍ବେଶ୍ଵର ସାମନ୍ତରାୟ, ତ୍ରିଲୋଚନ ବାହିନୀପତି,ଭାସ୍କରଚନ୍ଦ୍ରସୁବୁଦ୍ଧି, ପ୍ରଫୁଲ୍ଲ ପାତ୍ର, ସୁରେନ୍ଦ୍ରନାଥ ସାମନ୍ତରାୟ, ପଦ୍ମଚରଣ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିର-ଆସିକା କଲେଜଛକ ସ୍ଥିତପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିରରେ ଅବସରପ୍ରାପ୍ତ ଶିକ୍ଷକ ଦେବହରୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବିଜୟ କୁମାର ଜେନା, ପ୍ରଧାନଆଚାର୍ଯ୍ୟ ଅରୁଣକୁମାରଗୌଡ଼ଙ୍କ ସମେତ ଗୁରୁଜି,ଗୁରୁମାମାନେ ଉପସ୍ଥିତ ଥିଲେ।
କେନ୍ଦ୍ରୀୟ ବିଦ୍ୟାଳୟ-ଆସ୍କା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ବଳରାମ ମହାନ୍ତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଆମର ଏକତା, ଆଦର୍ଶ ଜାତୀୟ ନାୟକଙ୍କ ବଳିଦାନ ଏବଂ ସମର୍ପଣ ଉପରେ ଗୁରୁତ୍ୱାରୋପ କରି ଏକ ଉଲ୍ଲେଖନୀୟ ଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ଗୀତ,ପିରାମିଡ୍ ଏବଂ ନୃତ୍ୟ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।