ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଖବର ଆଜିର,ତାରିଖ ୧୮/୧୦/୨୦ ରବିବାର।
୧-ଆଇପିଏଲ୍‌-୧୩: ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ ।
୨-ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୭ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
୩-ସରିଲା ଯୁକ୍ତ୨ ନାମଲେଖା: ୧.୨୨ ଲକ୍ଷ ସିଟ୍ ଖାଲି ।
୪-୧୫ ମିନିଟ୍ ବଢ଼ିଲା ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ଅବଧି ।
୫-୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଦେଶରେ ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା, କରୋନା ଯୋଦ୍ଧାଙ୍କ ସହ ଫୋକସରେ ବରିଷ୍ଠ ନାଗରିକ ।
୬-ଲଘୁଚାପ ସୃଷ୍ଟି ହେବାକୁ ଆଉ ୪୮ ଘଣ୍ଟା ; ୧୫ଜିଲ୍ଲାରେ ପ୍ରବଳ ବର୍ଷା , ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା : ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଏସଆରସି।
୭-ଆସନ୍ତା ମାସ ଠାରୁ LPG ସିଲିଣ୍ଡରର ହୋମ୍ ଡେଲିଭରି ପାଇଁ ଦେବାକୁ ପଡ଼ିବ ଓଟିପି ।
୮-୨୦୨୧-୨୨ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ସଙ୍କଟ ମଧ୍ୟରେ ହେବ ଉପସ୍ଥାପନ।
୯-ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।
୧୦-ଡିଡିସିଏର ସଭାପତି ପଦରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ଅରୁଣ ଜେଟଲୀଙ୍କ ପୁଅ ରୋହନ, ସମ୍ଭାଳିବେ ଦିଲ୍ଲୀ କ୍ରିକେଟ୍‌ର ଦାୟିତ୍ଵ।

୧୧-ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ: ଆଦେଶ ପ୍ରତ୍ୟାହାର କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
୧୨-ଉପନିର୍ବାଚନରେ ରାଜନୈତିକକ ସଭା ପାଇଁ କୋଭିଡି ମାର୍ଗଦର୍ଶିକା ଜାରି।
୧୩-ଭାରତରେ ଋଷ କରୋନା ଟିକାର ପରୀକ୍ଷଣ ପାଇଁ ମିଳିଲା ଅନୁମତି । ‘ସ୍ପୁଟନିକ ଭି’ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଅନୁମତି ଦେଲା ଡିସିଜିଆଇ । ଡକ୍ଟର ରେଡିଜ ଲାବୋରୋଟୋରିକୁ ମିଳିଲା ଅନୁମତି ।
୧୪-ବଢିଲାଣି ଉପନିର୍ବାଚନ ତାତି : ଭର୍ଚୁଆଲ ରାଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ସେପଟେ ଗ୍ରାଉଣ୍ଡକୁ ଯିବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର.।
୧୫-ପୁରୀରେ ଐତିହ କରିଡର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଏହାସହ ୩ ମାସ ଭିତରେ ଜମି ଅଧଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମ ପାଇଁ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ବ୍ୟବସ୍ଥା ।
୧୬-ନବରାତ୍ରିର ଶୁଭକାମନା ଜଣାଇଲେ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ।
୧୭-ପୁଣି ଚର୍ଚ୍ଚାରେ ଟ୍ରମ୍ପ: କହିଲେ- ବିଡେନ୍ ଜିତିଲେ ହୁଏତ ଦେଶ ଛାଡ଼ିବାକୁ ପଡ଼ିପାରେ ।
୧୮-ବର୍ଷକୁ ୫୦ରୁ ୮୦ ହଜାର କୋଟି ଟଙ୍କାର ଖାଦ୍ୟ ନଷ୍ଟ କରନ୍ତି ଭାରତୀୟ, ସାଉଦିଆରବରେ ସର୍ବାଧିକ ।
୧୯-ବ୍ରଜରାଜନଗର ଦମ୍ପତିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ୨ ପୁତୁରା ଏବଂ ୩ ଝିଆରିଙ୍କୁ ଗିରଫ କଲା ପୁଲିସ୍ । ପାରିବାରିକ କଳହରୁ ହତ୍ୟାକାଣ୍ଡ ନେଇ ପୁଲିସର ସୂଚନା ।
୨୦-ନଭେମ୍ବରରେ ବିଜୁଙ୍କ ଡାକୋଟା ଆସିବ ଭୁବନେଶ୍ୱର ।

Comments (0)
Add Comment