ସମ୍ବଲପୁର, , ୨୩ା୪(ଏସଏସନିଉଜ) ସମ୍ବଲପୁର ପ୍ରସିଦ୍ଧଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା ’କାର୍ଯ୍ୟକ୍ରମ ରବିବାର ଅକ୍ଷୟତୃତୀୟା ଦିନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଚଳିତ ପରମ୍ପରା ଅନୁସାରେ ଥାଳଉଠା’କାର୍ଯ୍ୟକ୍ରମ ସନ୍ଧ୍ୟାରୁ ଆରମ୍ଭ ହୋଇ ରାତି ପ୍ରାୟ ସାଢ଼େ ୯ଟା ଥାଳଉଠାକାର୍ଯ୍ୟକ୍ରମ ସନ୍ଧ୍ୟାରୁ ଆରମ୍ଭ ହୋଇ ସରିବା ବେଳକୁ ରାତି ପ୍ରାୟ ସାଢ଼େ ୯ଟା ହୋଇଯାଇଥାଏ।ଏଥିପାଇଁ ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ମନ୍ଦିର , ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିର , ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ମନ୍ଦିର , ବାଲିବନ୍ଧାର ସୋମନାଥ ବାବାଙ୍କ ମନ୍ଦିର , ଠାକୁରପଡ଼ାର ଗୁପ୍ତେଶ୍ବର ବାବା ମନ୍ଦିର , ବଡ଼ବଜାରର ଶୀତଳେଶ୍ବର ବାବାଙ୍କ ମନ୍ଦିର , ବୁଢ଼ାରଜାର ପାହାଡ଼େଶ୍ବର ବାବାଙ୍କ ମନ୍ଦିରରେ ଥାଳଉଠା ପରମ୍ପରା ଥିବାରୁ ମନ୍ଦିର ଗୁଡିକ ଚଳଚଂଚଳ ହୋଇଉଠିଛି ।