ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

କ୍ଷତିପୁରଣ ପାଇଁ ରାସ୍ତାରେ ବସିଲେ ଲୋକ

କୋକସରା, ୨୭ା୧୨(ଏସଏସନିଉଜ) କଳାହାଣ୍ଡିଜିଲ୍ଲା କୋକସରାଥାନା ଚାରବାହାଲ ଷ୍ଟେଟ୍ବ୍ୟାଙ୍କ ନିକଟରେ ଆଜିସକାଳେ ଏକ ଟ୍ରକ୍ ଧକ୍କାରେ ଜୟପାଟଣା ବ୍ଲକ୍ ବଡଟେମରି ଗ୍ରାମର ଜଗମୋହନ ବିହାରୀ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜିସକାଳେ କୌଣସିକାମରେ ଜଗମୋହନ ଚାରବାହାଲ୍ ଷ୍ଟେଟ୍ବ୍ୟାଙ୍କ ଆସୁଥିବାବେଳେ ସିଜି୦୪ଏଲ୍ଇ-୬୦୪୮ନଂଟ୍ରକ ତାଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଗମୋହନଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣାପରେ ଉତ୍ତେଜନା ଦେଖାଯିବା ସହ ମୃତକଙ୍କ ସଂପର୍କୀୟମାନେ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି।ଯାହାଫଳରେ ଭବାନୀପାଟଣା-ମୁଖିଗୁଡ଼ା, ଜୟପୁର ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛିାଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରୁଛି ।

Comments (0)
Add Comment