ଫ୍ୟାକ୍ଟ୍ରିରୁ ବାହାରିଲା ବିଶାକ୍ତ ଗ୍ୟାସ୍,ଅସୁସ୍ଥ ହେଲେ ୧୦୦ରୁ ଉର୍ଦ୍ଧ କର୍ମଚାରୀ

ଭୁବନେଶ୍ବର:୧୩/୧୧-ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅଧିନରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଏମୋନିଆ ଗ୍ୟାସ ଲିକ ହୋଇ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ସେଥି ମଧ୍ୟରୁ ଅଧିକାଂଶ ଗୁରୁତର କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକାଂଶ କୁ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭର୍ତି କରାଯାଇଛି। ଖବର ପାଇ ବାଲେଶ୍ଵର ଜିଲ୍ଲାପାଳ, ଏସ.ପି., ସିଡିଏମଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments (0)
Add Comment