ଟ୍ରକ୍ ମାଡ଼ିଯିବାରୁ ୨ମହିଳାଙ୍କ ସମେତ ୩ମୃତ

ନବରଙ୍ଗପୁର,୨୧ା୪(ଏସଏସନିଉଜ) ଆଜି ଅପରାହ୍ନରେ ରାଇଘର କୁନ୍ଦେଇ ମୁଖ୍ୟରାସ୍ତାର ଜୋଡ଼ିଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ଟ୍ରକ ସହ ଯାତ୍ରୀବାହୀ ଆଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ଆଟୋ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ଜୋଡ଼ିଙ୍ଗା ମେଡିକାଲ୍ ଓ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଓଡି ୨୪ ଏଫ୍ ୬୫୮୨ନଂ ଏକ ଅଟୋରେ ଛତିଶଗଡ଼ ଅଂଚଳରୁ କିଛି ଲୋକ ବୋରେଇ ଠାରୁ ରାଇଘର ଧଡ଼୍ରାପାରାକୁ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ଜୋଡ଼ିଙ୍ଗା ନିକଟରେ ବିପରିତ ଦିଗରୁ ଓଡି ୧୦ ଡି ୯୩୩୨ନଂଟ୍ରକଟି ଦ୍ରୁତଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା ।ଫଳରେ ଅଟୋରେଥିବା ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଛତିଶଗଡ଼ ଅନ୍ତର୍ଗତ ନଗରୀ ଥାନା ଅଂଚଳର ଚନ୍ଦା ଗାୟକୱାଡ଼ (୪୫) ଏବଂ ବୋରେଇ ଥାନା ଅଂଚଳର ପବନ ଟଣ୍ଡନ୍ (୩୦) ଓ ପୁନମ୍ ବୈଷ୍ଣବ (୧୭)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

Comments (0)
Add Comment